Rajya Sabha Polls Photograph: (Kanak News)
କନକ ବ୍ୟୁରୋ : ରାଜ୍ୟସଭା ନାମାଙ୍କନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତତ୍ପର ହୋଇପଡିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ କହିଛି ବିଜେପି । ବିଜେପି ରାଜ୍ୟ ପ୍ରଭାରୀ କହିଛନ୍ତି, ଆଜି କାଲି ଭିତରେ ସଂସଦୀୟ ବୋର୍ଡ ବୈଠକ ବସିବ । ଏହି ବୈଠକରେ ନିଷ୍ପତ୍ତି ହେବ କିଏ ଯିବ ରାଜ୍ୟସଭା । କୋର କମିଟି ବୈଠକରେ ଯେଉଁ ନିଷ୍ପତ୍ତି ନିଆଯାଇଛି । ତାହା ସଂସଦୀୟ ବୋର୍ଡକୁ ପଠାଯାଇଛି । ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ । ଦିନେ ଦି ଦିନ ଭିତରେ ନାମ ଘୋଷଣା ହୋଇପାରେ । ୫ ତାରିଖ ଆଗରୁ ଘୋଷଣା ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।
ସେପଟେ ରାଜ୍ୟସଭା କାହାକୁ ପ୍ରାର୍ଥୀ କରିବ ବିଜେଡି ସେନେଇ ଆଜି ସନ୍ଧ୍ୟାରେ ବସିବ ଦଳର ପିଏସି ବୈଠକ । ନବୀନ ନିବାସରେ ଦଳ ସଭାପତି ତଥା ପିଏସି ଅଧକ୍ଷ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ରାଜ୍ୟସଭା ଏବଂ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ନେଇ ହେବ ଆଲୋଚନା । ବିଜେଡି, ମହିଳା ସଭାପତି ସେହ୍ନାଙ୍ଗିନି ଛୁରିଆ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ନବୀନ ସରପ୍ରାଇଜ୍ ଦେବେ । କାହାକୁ ପ୍ରାର୍ଥୀ କରାଯିବ ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବେ । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ ।
ଅଧିକ ପଢ଼ନ୍ତୁ : କିଏ ହାତେଇବ ରାଜ୍ୟସଭା ଟିକେଟ୍? ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଛିଡ଼ୁନି ଅଙ୍କ!
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଫର୍ମ ନେଇଛି ବିଜେଡି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନେଇଛନ୍ତି ୬ ସେଟ୍ ଫର୍ମ । ବିଧାନସଭା ସମ୍ମିଳନୀ କକ୍ଷରୁ ନେଇଛନ୍ତି ଏହି ଫର୍ମ । ୪ଟି ଆସନରୁ ବିଜେଡି ଅନାୟସରେ ଗୋଟିଏ ଆସନ ହାତେଇବ । ତେବେ ଚତୁର୍ଥ ଆସନ ପାଇଁ ଦଳ ଏଯାଏଁ କାର୍ଡ ଖୋଲିନି । ଏପରିକି ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ କୌଣସି ନିଷ୍ପତ୍ତି ଏଯାଏଁ ହୋଇନି । ଏସବୁ ଭିତରେ ଫର୍ମ ନେଇଥିଲେ ମଧ୍ୟ ରାଜ୍ୟସଭା ନିର୍ବାଚନକୁ ନେଇ ମୁହଁ ଖୋଲିନାହାନ୍ତି ।
ତେବେ ଯେଉଁମାନଙ୍କୁ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ କରାଯାଇଥାଏ ସେମାନଙ୍କୁ ରାଜ୍ୟସଭା ପଠାଯାଏ । ଦଳରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନଙ୍କୁ ରାଜ୍ୟସଭା ପ୍ରତିଶ୍ରୁତି ଦିଆଯାଇଛି । ସେମାନଙ୍କୁ ଦିଆ ଗଲେ ଦଳର ଓ ସଭାପତିଙ୍କ ସମ୍ମାନ ରହିବ ବୋଲି କହିଛନ୍ତି ଭୂପିନ୍ଦର ସିଂହ । ସେପଟେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । କହିଛନ୍ତି, ଆସନ୍ତା ୨୮ ତାରିଖ ସୁଦ୍ଧା ରାଜ୍ୟସଭା ନିର୍ବାଚନରେ ପାର୍ଥୀ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ । ଦିନେ କି ଦୁଇ ଦିନ ଭିତରେ ଦିଲ୍ଲୀ ଯିବ କଂଗ୍ରେସ ଟିମ୍ । ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ଆମେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଭକ୍ତ ଦାସ ।
Follow Us