ଏକାଠି ନିର୍ବାଚନ ଲଢ଼ିବେ ଦାଦା-ପୁତୁରା; ପୁଣେ ପୌର ପାଇଁ ଶରଦ୍-ଅଜିତ ଏକାଠି

Advertisment

ଯେଉଁ କାରଣ ପାଇଁ ଦୁଇ ଏନସିପି ଦଳ ମଧ୍ୟରେ ପୁଣେ ମ୍ୟୁନିସିପାଲ ନିର୍ବାଚନ ପାଇଁ ମେଣ୍ଟ ଆଲୋଚନା ବିଫଳ ହୋଇଥିଲା, ଏବେ ତାକୁ ଆଧାର କରି ଦୁଇଦଳ ଏକାଠି ହେବାକୁ ଯାଉଛନ୍ତି । ମେଣ୍ଟ ପାଇଁ ଅଜିତ ପାୱାରଙ୍କ ଏନସିପିର ନିର୍ବାଚନୀ ଚିହ୍ନ ଘଡ଼ିରେ ଲଢ଼ିବା ପ୍ରସ୍ତାବକୁ ଶରଦ ପାୱାରଙ୍କ ଏନସିପି ମାନିନେଇଛି ।

ଯେଉଁ କାରଣ ପାଇଁ ଦୁଇ ଏନସିପି ଦଳ ମଧ୍ୟରେ ପୁଣେ ମ୍ୟୁନିସିପାଲ ନିର୍ବାଚନ ପାଇଁ ମେଣ୍ଟ ଆଲୋଚନା ବିଫଳ ହୋଇଥିଲା, ଏବେ ତାକୁ ଆଧାର କରି ଦୁଇଦଳ ଏକାଠି ହେବାକୁ ଯାଉଛନ୍ତି । ମେଣ୍ଟ ପାଇଁ ଅଜିତ ପାୱାରଙ୍କ ଏନସିପିର ନିର୍ବାଚନୀ ଚିହ୍ନ ଘଡ଼ିରେ ଲଢ଼ିବା ପ୍ରସ୍ତାବକୁ ଶରଦ ପାୱାରଙ୍କ ଏନସିପି ମାନିନେଇଛି ।

Pune Municipal Elections

Pune Municipal Elections Photograph: (Kanak News)

କନକ ବ୍ୟୁରୋ : ପୁଣେ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ଦୁଇ ଏନସିପି ଦଳ ମଧ୍ୟରେ ମେଣ୍ଟ ହେବ । ରବିବାର ପିମ୍ପରି-ଛିନ୍ଦୱାଡା ମ୍ୟୁନିସିପାଲ କର୍ପୋରେସନ ପାଇଁ ଦୁଇଦଳର ମେଣ୍ଟର ଘୋଷଣା ପରେ ପୁଣେ ପାଇଁ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।

ଯେଉଁ କାରଣ ପାଇଁ ଦୁଇ ଏନସିପି ଦଳ ମଧ୍ୟରେ ପୁଣେ ମ୍ୟୁନିସିପାଲ ନିର୍ବାଚନ ପାଇଁ ମେଣ୍ଟ ଆଲୋଚନା ବିଫଳ ହୋଇଥିଲା, ଏବେ ତାକୁ ଆଧାର କରି ଦୁଇଦଳ ଏକାଠି ହେବାକୁ ଯାଉଛନ୍ତି । ମେଣ୍ଟ ପାଇଁ ଅଜିତ ପାୱାରଙ୍କ ଏନସିପିର ନିର୍ବାଚନୀ ଚିହ୍ନ ଘଡ଼ିରେ ଲଢ଼ିବା ପ୍ରସ୍ତାବକୁ ଶରଦ ପାୱାରଙ୍କ ଏନସିପି ମାନିନେଇଛି । ଏହାଛଡା ୧୬୨ ୱାର୍ଡ ମଧ୍ୟରୁ ମାତ୍ର ୩୦ରୁ ୩୫ରେ ଲଢ଼ିବାକୁ ଶରଦ ପାୱାରଙ୍କ ଏନସିପି ରାଜି ହୋଇଛି ।

ଅଧିକ ପଢ଼ନ୍ତୁ : ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତ କୁଲଦୀପ ସିଂ ସେଙ୍ଗରଙ୍କୁ ଶକ୍ତ ଝଟକା, ଦଣ୍ଡ ସ୍ଥଗିତ ରଖିବା ଉପରେ ସର୍ବୋଚ୍ଚ ଅଦାଲତ ଲଗାଇଲେ ରୋକ୍

ଉପରୋକ୍ତ ଦୁଇଟି ସର୍ତ୍ତ ଶରଦ ପାୱାରଙ୍କ ଏନସିପି ପାଇଁ ଅପମାନଜକ ବୋଲି ଅବିହିତ କରି ଦଳୀୟ ନେତା ଶନିବାର ବସିଥିବା ମେଣ୍ଟ ଆଲୋଚନାରୁ ଓହରି ଯାଇଥିଲେ । ପିମ୍ପରି-ଛିନ୍ଦୱାଡ଼ା ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଦୁଇଦଳ ମଧ୍ୟରେ ମେଣ୍ଟ ଘୋଷଣା ପୁଣେ ପାଇଁ ଏକାଠି ହେବାକୁ ଦୁଇ ଏନସିପି ଦଳକୁ ବାଧ୍ୟ କରିଛି । ଅଜିତ ପାୱାରଙ୍କ ଏନସିପିର ନିର୍ବାଚନ ଚିହ୍ନ ଘଡ଼ିରେ ଲଢ଼ିଲେ ଶରଦ ପାୱାରଙ୍କ ଏନସିପି ଅସ୍ତିତ୍ୱ ହଜାଇବ ବୋଲି ମତ ଦେଇଥିବା କର୍ମୀ ଓ ନେତାମାନେ ପରିବର୍ତ୍ତିତ ସ୍ଥିତିରେ ନିଜ ମତ ବଦଳାଇବାକୁ ବାଧ୍ୟ ହୋଇଛନ୍ତି ।

ପୁଣେ ତଥା ଆଖପାଖ ଅଞ୍ଚଳ ପାୱାର ପରିବାରର ଗଡ଼ ବୋଲି କୁହାଯାଏ । ଅଲଗା ଅଲଗା ହୋଇ ସ୍ଥାନୀୟ ନିର୍ବାଚନ ଲଢ଼ିଲେ ବିରୋଧୀ ପକ୍ଷ ଫାଇଦା ନେବେ । ଦୁଇଦଳର ନେତୃତ୍ୱ ତଥା କର୍ମୀମାନେ ଠିକ୍ ଭାବେ ଏହା ବୁଝିଛନ୍ତି । ଯାହାକୁ ବିଶ୍ୱାସଘାତକ ଦଳ, ଯାହା ବିରୋଧରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରୁଥିଲା ଅଜିତଙ୍କ ଏନସିପି, ବର୍ତ୍ତମାନ ତା ସହିତ ମେଣ୍ଟ କରିବା ପଛର କାରଣ ରାଜନୈତିକ ବାଧ୍ୟବାଧକତା ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe