କନକ ବ୍ୟୁରୋ: ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅଭିଯୁକ୍ତ କୁଲଦୀପ ସିଂ ସେଙ୍ଗରଙ୍କ ଦଣ୍ଡ ସ୍ଥଗିତ ରଖିବା ଉପରେ ସର୍ବୋଚ୍ଚ ଅଦାଲତ ଲଗାଇଲେ ରୋକ୍ । ଜାମିନ ମଧ୍ୟ ମିଳିବ ନାହିଁ। ୨୦୧୭ରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦୧୯ ଡିସେମ୍ବରରେ ଆଜୀବନ କାରାଦଣ୍ଡ ଆଦେଶ ଦିଆଯାଇଥିଲା। ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ସେଙ୍ଗର ଦୋଷୀ ସାବ୍ୟସ୍ତ ହୋଇଥିଲେ। ଡିସେମ୍ବର ୨୩, ୨୦୨୫ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଦଣ୍ଡକୁ ସ୍ଥଗିତ ରଖି ଜାମିନ ଦେଇଥିଲେ। କୁଲଦୀପ ଏହା ମଧ୍ୟରେ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡ ଭୋଗି ସାରିଛନ୍ତି ।
ହାଇକୋର୍ଟଙ୍କ ରାୟ ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ମାମଲା ଶୁଣାଣି କରି ଆଜି ରାୟ ଦେଇଛନ୍ତି । ଅସ୍ଥାୟୀ ଭାବେ ହାଇକୋର୍ଟଙ୍କ ଦଣ୍ଡ ସ୍ଥଗିତ ରଖିବା ସହ ଜାମିନ ନାମଞ୍ଜୁର କରିଛନ୍ତି । କହିଛନ୍ତି ଯେ ଏହା ଏକ ବିଶେଷ ପରିସ୍ଥିତି । ହାଇକୋର୍ଟ ଦୋଷୀ ଏବଂ ଅପରାଧର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ଯଥେଷ୍ଟ ପରୀକ୍ଷା କରିନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, କୁଲଦୀପ ସେଙ୍ଗର ଜଣେ କ୍ଷମତାଶାଳୀ ବ୍ୟକ୍ତି ଏବଂ ପକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ କୁଲଦୀପ ସେଙ୍ଗରଙ୍କୁ ଜେଲରୁ ମୁକ୍ତି ମିଳିବ ନାହିଁ ।
ଅଧିକ ପଢନ୍ତୁ :ଉନ୍ନାଓ ଦୁଷ୍କର୍ମ ମାମଲା: ବିଧାୟକ କୂଲଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ । ଅନ୍ୟ ଅଭିଯୁକ୍ତ ଶଶି ସିଂହ ମଧ୍ୟ ଦୋଷୀ । ଆସନ୍ତା ୧୯ରେ ଦଣ୍ଡବିଧାନ
କୁଲଦୀପ ସିଂହ ସେଙ୍ଗରଙ୍କୁ ଶକ୍ତ ଝଟକା
ହାଇକୋର୍ଟଙ୍କ ରାୟ ଉପରେ 'ସୁପ୍ରିମ୍' ରୋକ୍
୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର
କୁଲଦୀପଙ୍କୁ ୨୦୧୯ରେ ଆଜୀବନ କାରାଦଣ୍ଡ ଆଦେଶ ହୋଇଥିଲା
ଗତ ଡିସେମ୍ବର ୨୩ ତାରିଖରେ ଦିଲ୍ଲୀ ହାଇକୋର୍ଟ ଦଣ୍ଡକୁ ସ୍ଥଗିତ ରଖି ଜାମିନ ଦେଇଥିଲେ
ସେ ୭ ବର୍ଷ ୫ ମାସ ଜେଲ୍ ଭୋଗି ସାରିଥିବା କାରଣରୁ ଜାମିନ ମଞ୍ଜୁର କରିଥିଲେ
ସିବିଆଇ ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲା
ଆଜି ସୁପ୍ରିମକୋର୍ଟ ଅସ୍ଥାୟୀ ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି
ଏବେ ସେଙ୍ଗରଙ୍କୁ ଜାମିନ ମଧ୍ୟ ମିଳିବ ନାହିଁ
କୋର୍ଟ କହିଛନ୍ତି ଯେ ଏହା ଏକ ବିଶେଷ ପରିସ୍ଥିତି
ଅପରାଧ ଓ ଅପରାଧୀର ଗୁରୁତ୍ୱପୂର୍ଣ୍ଣ ଦିଗ ହାଇକୋର୍ଟ ପରୀକ୍ଷା କରି ନାହାନ୍ତି
ସେଙ୍ଗର ଅନ୍ୟ ଏକ ମାମଲାରେ ମଧ୍ୟ ୧୦ ବର୍ଷ ଦଣ୍ଡ ଭୋଗୁଛନ୍ତି
ତେଣୁ ଏବେ ସେଙ୍ଗରଙ୍କୁ ଜେଲରୁ ମୁକ୍ତି ମିଳିବନାହିଁ
ସୁପ୍ରିମକୋର୍ଟ ଉପରେ ଭରସା ଅଛି କହିଲେ ପୀଡ଼ିତାଙ୍କ ପରିବାର
ଆଜି ମଧ୍ୟ ସୁପ୍ରିମକୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/29/unnao-rape-case-2025-12-29-14-16-42.jpg)