Priyanka Gandhi Vadra Photograph: (Kanak News)
କନକ ବ୍ୟୁରୋ : ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ରାଜ୍ୟରେ ବଡ଼ ମହିଳା ସମାବେଶକୁ ସମ୍ବୋଧନ କରିବେ ପ୍ରିୟଙ୍କା ଗାନ୍ଧୀ । ପିସିସି ସଭାପତି ଭକ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ୧୦ଟି ଜିଲ୍ଲାରେ କଂଗ୍ରେସ ବଡ଼ ସମାବେଶ କରିବ । ଏହାସହ ରାହୁଲଙ୍କୁ ଓଡ଼ିଶା ଆଣି ଆଉ ଏକ ସମାବେଶ କରିବାକୁ ଚାଲିଛି ଯୋଜନା । ଆଗକୁ ସରକାର ସହ ୩ଗୁଣା ସଂଘର୍ଷ କରିବ କଂଗ୍ରେସ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ସେପଟେ ୨୦୨୬ ରାଜ୍ୟ ରାଜନୀତି ଦେଖିବ ଅନେକ ସମୀକରଣ । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ଚ୍ୟାଲେଞ୍ଜଭରା ରହିବ । କାରଣ ନୂଆବର୍ଷ ପ୍ରାରମ୍ଭରୁ ରାଜ୍ୟସଭା ନିର୍ବାଚନର ଅନେକ ହଟଚମଟ ଦେଖିବେ ରାଜ୍ୟବାସୀ । ସରିଲା ବର୍ଷ ୨୦୨୫ । ହେଲେ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଚର୍ଚ୍ଚିତ ଘଟଣାବହୁଳ, ରୋମାଞ୍ଚକର ଥିଲା ଏ ବର୍ଷ । ଓଡ଼ିଶା ରାଜନୀତି ଦେଖିଥିଲା ଅନେକ ଉତଥାନ ପତନ ଓ ପଟ୍ଟ ପରିବର୍ତ୍ତନ । ଅନେକ ହେଭିୱେଟଙ୍କ ଦଳ ଡିଆଁ । ରାଜନୈତିକ ଗୋଷ୍ଠୀ କନ୍ଦଳ ଓ ଆମଦାନୀ ନେତାଙ୍କୁ ଆଣି ଶକ୍ତି ବଢ଼ାଇଥିଲେ ରାଜନୈତିକ ଦଳ । ହେଲେ ନୂଆବର୍ଷ ୨୦୨୬, ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ଏହି ବର୍ଷରେ ବହୁତ କିଛି ଘଟଣା ଘଟିବାକୁ ବାକି ରହିଛି ।
ଅଧିକ ପଢ଼ନ୍ତୁ : ବିଜେଡି ନେତାଙ୍କୁ ନବୀନ ଭରସା; ଦଳରେ ଦୁଇ ନମ୍ବର କିଏ ?
ଏପ୍ରିଲରେ ସରିବ ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ । ସଂଖ୍ୟା ଦୃଷ୍ଟିରୁ ୨ଟି ବିଜେପି, ଗୋଟିଏ ବିଜେଡି । ଅନ୍ୟଟିକୁ ନେଇ ରାଜନୈତିକ ହଟଚମଟ ଜାରି ରହିବ । କାରଣ ବିଜେଡିରେ ଯେଉଁ ଅସନ୍ତୋଷ ରହିଛି, ତାହା ନିର୍ବାଚନରେ ପ୍ରତିଫଳନ ହୋଇପାରେ ।
Follow Us