କନକ ବ୍ୟୁରୋ : ବିଜୁ ବାବୁଙ୍କ ପରେ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଲା ବିଜେଡି । ଓଡ଼ିଶାବାସୀ ଆକୁଣ୍ଠ ସମର୍ଥନ ଦେଲେ । ନେତା ବିଧାନସଭାକୁ ଗଲେ ବିଧାୟକ ହେଲେ । ମନ୍ତ୍ରୀ ବି ହେଲେ । ସାଂସଦ ବନିଲେ । ତଥାପି ଆଜି ପର୍ଯ୍ୟନ୍ତ ନିଜ ଉପରେ ଭରସା କରିପାରିଲେନି । ଏବେବି ନବୀନଙ୍କ ନାଁରେ ପୁଣି ପାରି ହେବାକୁ ଚାଲିଛି ପ୍ରତିଯୋଗିତା ।

Advertisment

ପ୍ରଥମେ ପ୍ରଥମେ ବିଜେଡିର ପୋଷ୍ଟର ବୟ ସାଜିଥିଲେ ବିଜୁ ବାବୁ । ଧିରେ ଧିରେ ବଦଳିଯାଇଥିଲା ରାଜନୈତିକ ଦୃଶ୍ୟପଟ୍ଟ । ନବୀନ ପାଲଟିଯାଇଥିଲେ ବିଜେଡିର ନଂ-୧ ଷ୍ଟାର । ଦୀର୍ଘ ୨୪ବର୍ଷ ହେଲା ତାଙ୍କୁ ଆଗରେ ରଖି ନିର୍ବାଚନୀ ବୈତରଣୀ ପାର ହେଉଥିଲେ ନେତା । ବିଧାୟକ ହୋଇଥିଲେ, ସାଂସଦ ହୋଇଥିଲେ, ମନ୍ତ୍ରୀ ବି ବନିଥିଲେ । କିନ୍ତୁ ବିଡମ୍ବନାର ବିଷୟ ଏବେ ବି ସବୁ ବିଜେଡି ନେତା ସେହି ନବୀନଙ୍କ ଉପରେ ଭରସା କରୁଛନ୍ତି । କୋଉଠି ନା କୋଉଠି ପ୍ରତିଦିନ ନବୀନଙ୍କ ଜୟଗାନ କରୁଛନ୍ତି । ଲାଗୁଛି ଯେମିତି ନବୀନଙ୍କ ବିନା ଏମାନଙ୍କର ରାଜନୈତିକ ଅସ୍ଥିତ୍ୱ କିଛି ନାହିଁ ।

ଅଧିକ ପଢ଼ନ୍ତୁ : ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ : କହିଲେ ବିଜେଡି ପରାଜୟର କାରଣ

ଦଳ ଯେତେବେଳେ ବିପର୍ଯ୍ୟୟ ଦେଇ ଗତି କରୁଛି । ଦଳ ଭିତରେ ପାଣ୍ଡିଆନ ଦମ୍ପତ୍ତିଙ୍କୁ ନେଇ ବିବାଦ ଲାଗି ରହିଛି । ଦଳ ରହିବ ନା ଭାଙ୍ଗିଯିବ । ନବୀନଙ୍କ ପରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା ହେଉଛି । ସେତିକିବେଳେ ନେତାଙ୍କ ଏଭଳି ବୟାନ ଆଲୋଚନାର ବିଷୟ ହୋଇଛି । ବିଜେଡି ନେତାମାନଙ୍କର କିଭଳି ସତ ସାହସ ନାହିଁ ଓ ନିଜ ଉପରୁ ବିଶ୍ୱାସ ହରାଇଛନ୍ତି ତାହା ପଦାରେ ପଡ଼ିଛି ।

ବିଜେଡି କ୍ଷମତାରୁ ଯିବା ପରେ ଦଳ ଭିତରେ ଅନ୍ତଃକନ୍ଦଳ ଲାଗି ରହିଛି । ଗୋଟିଏ ଗୋଷ୍ଠୀ ପାଣ୍ଡିଆନଙ୍କ ସପକ୍ଷରେ ବାହାରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି । କିନ୍ତୁ ସମସ୍ତେ ନବୀନଙ୍କ ପ୍ରଶଂସାରେ ଶତମୁଖ ।