କନକ ବ୍ୟୁରୋ : ନେତାଙ୍କ ଭିତରେ ପୋଷ୍ଟର ୱାର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଓ ମାର୍ଶାଘାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ନୂଆ ବର୍ଷ-୨୦୨୬ ଅଭିନନ୍ଦନ ପାଇଁ ରାଜନୈତିକ ଦଳର ନେତା ମାନଙ୍କ ମଧ୍ୟରେ ଚାଲିଛି ପୋଷ୍ଟର ଓ ଗେଟ୍ ପ୍ରତିଯୋଗିତା । କିଏ ରାସ୍ତା କଡ଼ରେ ବଡ ବଡ ହୋର୍ଡିଂ ଲଗାଇଛି ତ’ ପୁଣି କିଏ ବଡବଡ ଗେଟ ନିର୍ମାଣ କରି ଜଣାଉଛନ୍ତି ନବ ବର୍ଷର ଅଭିନନ୍ଦନ ।

Advertisment

ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଓ କେନ୍ଦ୍ରାପଡ଼ା ସାସଂଦ ବୈଜୟନ୍ତ ପଣ୍ଡାଙ୍କର ଫଟୋ ଓ ନବ ବର୍ଷର ଅଭିନନ୍ଦନ ଗେଟ୍ ଦେଖିବାକୁ ମିଳିଛି । ସେହିପରି ପୂର୍ବତନ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚି ନାୟକ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଷ୍ଟର ମଧ୍ୟ ରାସ୍ତା ଘାଟରେ ଛାଇଗଲାଣି । ଆଉ ଏଥିରେ ପଛରେ ପଡ଼ିନି କଂଗ୍ରେସ ଦଳ । ପରିସ୍ଥିତି ଏମିତି ହୋଇଛି ଯେ ଗୋଟେ ଗୋଟେ ସ୍ଥାନରେ ଆଗପଛ ହୋଇ ୩ ପ୍ରମୁଖ ଦଳର ଏକାଧିକ ଗେଟ୍  ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ : ତିନି ପ୍ରମୁଖ ରାଜନୈତିକ ଦଳକୁ ସଂଗଠନ ଚିନ୍ତା; ଅନ୍ତଃକନ୍ଦଳ ରୋକିବା ମୁଖିଆଙ୍କ ପାଇଁ ଆହ୍ୱାନ

ସେପଟେ ବିଜେଡି ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସ୍ଥିତି ଅଣାୟତ ହେଉଥିବା ଲକ୍ଷ୍ୟ କରି ସଂଗଠନ ସଜାଡିବା ଆରମ୍ଭ କରିଛନ୍ତି ସୁପ୍ରିମୋ । ପୁରୁଣା ରୋଗରେ କଂଗ୍ରେସ ଆକ୍ରାନ୍ତ । ସମସ୍ତଙ୍କୁ ନେଇ କେମିତି ଆଗକୁ ଯିବେ, ଅକଳରେ ପଡ଼ିଛନ୍ତି ମୁଖିଆ । ଆଉ ଶାସନରେ ଥିବା କାରଣରୁ ଚାପରେ ବିଜେପି । ଅସନ୍ତୋଷ ରୋକି ସାଂଗଠନିକ କଳେବର ବୃଦ୍ଧି ଲାଗି ଦଳ ନେଉଛି ମପାଚୁପା ନିଷ୍ପତ୍ତି ।

ତିନି ପ୍ରମୁଖ ଦଳ ପାଇଁ ୨୦୨୬ ଗୁରୁତ୍ୱପୂର୍ଣ୍ଣ । ସବୁ ଦଳ ଭିତରେ ଅନ୍ତଃକନ୍ଦଳ । ମ୍ୟାନେଜ ପାଇଁ ଅଣ୍ଟା ଭିଡିଛନ୍ତି ମୁଖିଆ । ବିଜେଡି-କଂଗ୍ରେସର ତୃଣମୂଳସ୍ତରରର ନେତା ବିଷୋଦଗାର କଲେଣି । ତରତର ହୋଇ ସୁପ୍ରିମୋ ନବୀନ ପଟ୍ଟନାୟକ ସଂଗଠନ ମୁଆଁ ବାଣ୍ଟିବା ଆରମ୍ଭ କରିଛନ୍ତି । ଶନିବାର ୧୧ ଜିଲ୍ଲା କମିଟି ଘୋଷଣା ହୋଇଥିଲା । ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା କରାଯାଇଛି ।