ଇଡି ରେଡ୍  ରାଜନୀତି, ଚିଠି ଦେଖାଇ ଖଣିମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

Advertisment

ସେପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । କହିଛନ୍ତି, ଯିଏ ଦୋ ନମ୍ବରୀ କାମ କରିବ ତା’ ଘରେ ପଶିବ ଇଡି ।  

ସେପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । କହିଛନ୍ତି, ଯିଏ ଦୋ ନମ୍ବରୀ କାମ କରିବ ତା’ ଘରେ ପଶିବ ଇଡି ।  

35

ED Photograph: (KANAK NEWS)

କନକ ବ୍ୟୁରୋ: ମାଫିଆଙ୍କ ଠିକଣାରେ ଇଡି ଚଢ଼ାଉ ପରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ମାଫିଆଙ୍କ ପଛରେ କିଏ ତାକୁ ନେଇ ତେଜିଛି ରାଜନୀତି । ବିବାଦ ଭିତରେ ଖଣି ମନ୍ତ୍ରୀଙ୍କୁ ଟାଣିଛନ୍ତି ବିରୋଧୀ । ଜବାବରେ ମନ୍ତ୍ରୀ କହିଛନ୍ତି, ଦୁର୍ନୀତିରେ ଯିଏ ସମ୍ପୃକ୍ତ ଥିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।  

ବାଲି ଓ କଳା ପଥର ମାଫିଆଙ୍କ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ଓ ସୁନା ଗହଣା ଜବତ କରିଛି ଇଡି । ଦାମୀ ଗାଡି ଓ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ମାଫିଆଙ୍କ ପଛରେ ବାହୁବଳୀଙ୍କ ହାତ ଥିବା ସୁରାକ୍ ମିଳିଛି । ଏନେଇ ଇଡି ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯିବା ପରେ ତେଜିଛି ରାଜନୈତିକ ବୟାନବାଜି । 

ଅଧିକ ପଢ଼ନ୍ତୁ: ମହାପ୍ରଭୁଙ୍କୁ ବି ଛାଡ଼ିଲେନି

ବାଲି ମାଫିଆଙ୍କ ପଛରେ ବାହୁବଳୀ ଥିବା ଇଡି ସୂଚନା ଦେବା ପରେ ଖୋଦ୍ ଖଣି ମନ୍ତ୍ରୀଙ୍କୁ ଟାଣିଛି ବିରୋଧୀ ବିଜେଡି । ଖଣି ମନ୍ତ୍ରୀଙ୍କ ଏକ ଚିଠିକୁ ଦେଖାଇ ବର୍ଷିଛନ୍ତି ବିଜେଡି ନେତା । ଅଭିଯୋଗ କରି କହିଛନ୍ତି, ଏହି ଚିଠିରୁ ସ୍ପଷ୍ଟ ହେଉଛି ଇଡ଼ି ଚଢ଼ାଉ କରିଥିବା ସୁନୀଲ ପାତ୍ରଙ୍କ ସହ ମନ୍ତ୍ରୀଙ୍କ ନିବିଡ ସମ୍ପର୍କ ଥିଲା । ମନ୍ତ୍ରୀଙ୍କ ଛତ୍ରଚାୟାରେ ସୁନୀଲ ବେଆଇ ବାଲି ଓ ଲଘୁ ଖଣିଜ ଚୋରିରେ ସମ୍ପୃକ୍ତ ଥିଲା । ସେପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । କହିଛନ୍ତି, ଯିଏ ଦୋ ନମ୍ବରୀ କାମ କରିବ ତା’ ଘରେ ପଶିବ ଇଡି ।

  ଅଧିକ ପଢ଼ନ୍ତୁ: ଧନୀ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ

ବାଲି, କଳାପଥର, ମଦ, ଗୋ-ମାଫିଆଙ୍କୁ ସାବାଡ଼ କରିବାକୁ ପଡିଛି ଛାଟ । ଗଞ୍ଜାମରେ ବାଲି ଓ ମଦ ମାଫିଆଙ୍କ ୨୫ଟି ଠିକଣାରେ ୧୭୫ଜଣିଆ ଟିମ୍ ଚଢ଼ାଉ କରିଥିଲା । ୨.୬୩କୋଟି ନଗଦ ଟଙ୍କା, ୧୦ରୁ ଅଧିକ ଦାମୀ କାର ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe