କନକ ବ୍ୟୁରୋ : ସନ୍ତୃପ୍ତଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ନେତା ପ୍ରଭାତ ବିଶ୍ୱାଳ । ହାରିଥିବା ନେତା କାହିଁକି ରାଜ୍ୟସଭା ଯିବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତ । ଯେଉଁମାନେ କାମ କରୁଛନ୍ତି ତାକୁ ଦିଆଯାଉ । ଦଳର କର୍ତ୍ତବ୍ୟ କରିଥିବା ନେତାଙ୍କୁ ଗୁରୁତ୍ଵ ଦିଆଯାଉ । ଦଳର ଫଣ୍ଡ ହଡ଼ପ ହୋଇଯିବ, ଏହା ଏକପାଖିଆ ନିଷ୍ପତ୍ତି । ଏହାସହ ଏହି ପ୍ରସଙ୍ଗରେ ନବୀନଙ୍କୁ ଚିଠି ଲେଖିବି । ଆଲୋଚନା ନକଲେ ଦଳରୁ ଓହରିଯିବି ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ । ଅନ୍ୟପଟେ ପ୍ରମିଳା ମଲ୍ଲିକ କହିଛନ୍ତି, ସବୁ ଦଳକୁ ସମର୍ଥନ ମାଗିଛୁ । ସମର୍ଥନ ମିଳିବ ବୋଲି ଆଶାବାଦୀ ଅଛୁ । ଦଳ ଭିତରେ ଅସନ୍ତୋଷ ନାହିଁ। ସମସ୍ତେ ଏକାଠି ହୋଇ ଭୋଟ ଦେବେ ।
ଅଧିକ ପଢ଼ନ୍ତୁ : ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ, ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ଟିକେଟ୍
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ ଭାବେ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ବିଜେଡିର ପ୍ରାର୍ଥୀ ସସପେନ୍ସ ଉପରୁ ହଟିଛି ପରଦା । ଦତ୍ତେଶ୍ୱରଙ୍କୁ ସମର୍ଥନ କରିବାକୁ ସବୁ ଦଳକୁ ଅପିଲ କରିଛନ୍ତି ନବୀନ । ଏସବୁ ଭିତରେ ଦତ୍ତେଶ୍ୱରଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛି କଂଗ୍ରେସ ।
ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଗତ ସୋମବାର ଦିନ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ସହ ହୋଇଥିଲା ଆଲୋଚନା । ଜଣେ ସୁନାମଧନ୍ୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ହୋଇଥିଲା ଆଲୋଚନା । ଦୀର୍ଘ ସମୟର ଆଲୋଚନା ପରେ ଦତ୍ତେଶ୍ୱରଙ୍କ ନାଁରେ ମୋହର ବାଜିଥିଲା । ଗୋଟିଏ ସୁସ୍ଥ ପରମ୍ପରା ସୃଷ୍ଟି ହେଉ । ରାଜନୀତିରେ ଘୋଡ଼ା ବେପାର ନହେଉ । ନାଁ ଘୋଷଣା ପୂର୍ବରୁ ନବୀନଙ୍କୁ ସମୟ ମାଗିଥିଲେ ଭକ୍ତ । ସୋମବାର ଗଣମାଧ୍ୟମର ନଜର ଆଢୁଆଳ ଭିତରେ ନବୀନଙ୍କୁ ଭେଟି ଅତି ଗୁପ୍ତ ଢଙ୍ଗରେ ଆଲୋଚନା ପରେ ଦତ୍ତେଶ୍ୱରଙ୍କ ନାଁ ଚୂଡାନ୍ତ କରାଯାଇଥିଲା । ଏକାକୀ କୌଣସି ଦଳ ପାଖରେ ସଂଖ୍ୟା ନଥିବାରୁ ବିଜେପି ହାତକୁ ଯେପରି ରାଜ୍ୟସଭା ଆସନ ନ ଯିବ ସେଥିପାଇଁ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଏକାଠି ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/28/bjd-2026-02-28-18-39-05.jpg)