କନକ ବ୍ୟୁରୋ: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ ।  ୨ ଜଣଙ୍କ ନାଁ ଘୋଷଣା କଲା  ବିଜେଡି । ଡାକ୍ତର ଦତ୍ତେଶ୍ବର ହୋତା ଏବଂ  ସଂତୃପ୍ତ ମିଶ୍ରଙ୍କୁ  ମିଳିଲା ଟିକେଟ୍‌ ।  ଏହି ଦୁଇ ଜଣଙ୍କ ନାଁରେ ଲାଗିଲା  ମୋହର ।  ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ୍‌  କହିଲେ ନବୀନ ।  ସଂତୃପ୍ତ ଆମ ଦଳର ପ୍ରର୍ଥୀ କହିଲେ ନବୀନ ।  ତେବେ ସମସ୍ତ ଦଳର ସମର୍ଥନ ଲୋଡିଲେ  ନବୀନ ପଟ୍ଟନାୟକ ।  ସମସ୍ତେ ତାଙ୍କୁ ସମର୍ଥନ କରନ୍ତୁ ବୋଲି କହିଲେ ନବୀନ  ।  ନବୀନଙ୍କୁ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର । କହିଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ନମ୍ରତାର ସହ ଗ୍ରହଣ କରୁଛି  ।  ସମସ୍ତଙ୍କ ସହଯୋଗ କାମନା କରୁଛି ।

Advertisment

ଅଧିକ ପଢନ୍ତୁ:  ରାଜ୍ୟସଭା ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ, ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

 ତେବେ କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ  ଥିଲା  ଉତ୍କଣ୍ଠା ।  ଏସବୁ ଭିତରେ ନବୀନ ନିବାସରେ ପ୍ରାର୍ଥୀ ନେଇ ଚାଲି ଥିଲା ଅଙ୍କକଷା  ।  ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ବଢ଼ିଥିଲା ଚର୍ଚ୍ଚା । ସଂତୃପ୍ତ ମିଶ୍ର ବି ନବୀନ ନିବାସରେ  ଥିଲେ ।      କାହାକୁ  ରାଜ୍ୟସଭା ପାଇଁ ଟିକେଟ୍‌ ମିଳିବ ତାକୁ  ନେଇ ଥିଲା  ଅପେକ୍ଷା ।  ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଥିଲା ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଥିଲା ମାନସମନ୍ଥନ । ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା  କରିଛି ।