କନକ ବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ । ସପ୍ତାହେ ତଳେ ଖବର ବାଜିବା ପରେ ନଜର ଆଢୁଆଳରେ ରହି ଜରାଜୀର୍ଣ୍ଣ ହୋଇଥିବା ନଅ ତାଲାର ଭାଗ୍ୟ ବଦଳିବାକୁ ଯାଉଛି । ନଅ ତାଲା ଉପରେ ପଡିଛି ସରକାରଙ୍କ ଶୁଭଦୃଷ୍ଟି । ବିପଦସଙ୍କୁଳ ହୋଇ ପଡ଼ିଥିବା ନଅ ତାଲାକୁ ଭାଙ୍ଗି ନୂଆ ଦପ୍ତର ନିର୍ମାଣ କରାଯିବ । ଏନେଇ ନକ୍ସା ପ୍ରସ୍ତୁତ କରିଛି ପୂର୍ତ୍ତ ବିଭାଗ ।

Advertisment

ନଅ ତାଲା । ଓଡ଼ିଶା ସରକାରଙ୍କ ମୁଖ୍ୟ ଦପ୍ତର ମଧ୍ୟରୁ ଅନ୍ୟତମ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଫାଇଲ କାମ ଏହି ଠାରୁ ହିଁ ଆଗକୁ ବଢିଥାଏ । ହେଲେ ସାଧାରଣ ଲୋକଙ୍କ ଭରସାର କାର୍ଯ୍ୟାଳୟ ସାଜିଥିବା ନଅ ତାଲାର ଜରାଜୀର୍ଣ୍ଣ ଅବସ୍ଥା ଦେଖାଇଥିଲା କନକ ନ୍ୟୁଜ । ସମସ୍ୟା ଧରି ଆସୁଥିବା ସାଧାରଣ ଲୋକ କିଭଳି ବିଲ୍ଡିଂ ଭିତରକୁ ପଶିବାକୁ ଭୟ କରୁଛନ୍ତି ତାହାର ସ୍ଥିତି ପରଖିଥିଲା । ଏହାର ଠିକ୍ ସପ୍ତାହେ ପରେ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ବିପଦସଙ୍କୁଳ ଥିବା ନଅ ତାଲାକୁ ଭାଙ୍ଗିବାକୁ ଯୋଜନା ହୋଇଛି । ନଅ ତାଲା ବଦଳରେ ଆଉ ଏକ ବିଶାଳ ସରକାରୀ ଦପ୍ତର ନିର୍ମାଣ ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଖାଲି ନଅ ତାଲା ନୁହେଁ, ଏହାର ଆଗ ଓ ପଛରେ ଥିବା ରାଜୀବ ଭବନ ଓ ସେଚ ସଦନକୁ ଭାଙ୍ଗି ଅତ୍ୟାଧୁନିକ ଅଫିସ ନିର୍ମାଣ ପାଇଁ ମୋହର ମାରିଛନ୍ତି ମୋହନ ସରକାର ।

ଅଧିକ ପଢ଼ନ୍ତୁ : ବିଧାନସଭାରେ ବଢ଼ିପାରେ ଏକ ତୃତୀୟାଂଶ ଆସନ ! ବହୁ ନେତାଙ୍କ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ !

ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଷ୍ଟାଇଲରେ ଓଡ଼ିଶାରେ ନିର୍ମାଣ ହେବ ଲୋକସେବା ଭବନ ଓ ବିଧାନସୌଧ । ୩ଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନ ପାଇବ ପୂର୍ଣ୍ଣାଙ୍ଗ ରୂପ । ୧୨ ମହଲା ବିଶିଷ୍ଟ ୬ଟି ବ୍ଲକରେ ରହିବ ଅତ୍ୟାଧୁନିକ ବ୍ୟବସ୍ଥା । ଏବେ ଲୋକସେବା ଭବନର ପଛପଟେ ଥିବା ଏଡିଏମ୍‌ ଅଫିସ, ଓସେପା, ଭୂତତ୍ତ୍ୱ ନିର୍ଦ୍ଦେଶକଙ୍କ ଅଫିସ, ଉଚ୍ଚଶିକ୍ଷା ବିଭାଗର ଦପ୍ତର, ଇଓଡବ୍ଲ୍ୟୁ ଅଫିସ ଭଙ୍ଗାଯାଇ ଛିଡ଼ା ହେବ ପାୱାର କରିଡରର ବିଶାଳ ଅଟ୍ଟାଳିକା । ଏହାରି ଭିତରେ ୪୧ଟି ବିଭାଗର ଅଫିସ ଓ ମନ୍ତ୍ରୀଙ୍କ ଚାମ୍ବର, ବେସମେଣ୍ଟ ପାର୍କିଂ ଭଳି ସୁବିଧା ରହିବ । ୨୦୨୯ ଡେଡଲାଇନ ଭିତରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

Odiasha