କନକ ବ୍ୟୁରୋ : ନଅ ତାଲା । ଏହି ସେହି କାର୍ଯ୍ୟାଳୟ, ଯେଉଁଠାରେ ସାଧାରଣ ଲୋକଟିଏ ସରକାରୀ ଅଧିକାରୀଙ୍କୁ ଭେଟି ତା’ର ସମସ୍ୟାର ସମାଧାନ କରିଥାଏ । ହେଲେ ଏବେକାର ଅବସ୍ଥା ଜରାଜୀର୍ଣ୍ଣ । ସରକାର ଯେଉଁଠି ଅନ୍ୟ ମୁଖ୍ୟ କାର୍ଯ୍ୟାଳୟକୁ ନୂଆ ରୂପ ଦେବାକୁ ଯୋଜନା କରୁଛନ୍ତି । ଆଉ କୋଟି କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି । ହେଲେ ନଅ ତାଲା ଉପରେ ପଡ଼ୁନି ନଜର ।

Advertisment

ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ ବିଭାଗର ନିର୍ଦ୍ଦେଶାଳୟ ଏହି ନଅ ତାଲାରୁ ଚାଲିଥାଏ । କିନ୍ତୁ ଏ ଦୃଶ୍ୟ ଦେଖି ଆପଣ ଅନୁମାନ କରୁପାରୁଥିବେ କେଉଁଭଳି ଅବସ୍ଥାରେ ଅଛି ଏହି କାର୍ଯ୍ୟାଳୟ । କେଉଁଠି କୋଠା କାନ୍ଥରେ ଫାଟ ସୃଷ୍ଟି ହୋଇଗଲାଣି, ତ ପୁଣି କେଉଁଠି ଗଛ ଉଠିଗଲାଣି । କେତେବେଳେ ଲିଫ୍ଟ କାମ କରୁଛି ତ କେତେବେଳେ କାମ କରୁନି । କେଉଁଠି ଗଦା ଗଦା ପେପର ପଡ଼ି ରହିଛି । ତ ଆଉ କେଉଁଠି ଅଳିଆ ଆବର୍ଜନା ଭରି ରହିଛି । ଏପରିକି ଏଠାକାର କୋଠାର ଅଗ୍ନି ନିରାପତ୍ତା ବି ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ଏବେ ଭୂତ କୋଠା ଭଳି ମନେ ହେଲାଣି ।

ଅଧିକ ପଢ଼ନ୍ତୁ : ରୋମାଞ୍ଚକର ହେବ ରାଜ୍ୟସଭା ଲଢ଼େଇ; କିଏ ହାତେଇବ ଚତୁର୍ଥ ଆସନ ?

ଲୋକସେବା ଭବନ ଯିବାକୁ ହେଲେ ପାସ୍ କରିବାକୁ ପଡ଼ିଥାଏ । ହେଲେ ନଅ ତାଲା ଏମିତି ଏକ କାର୍ଯ୍ୟାଳୟ, ଜଣେ ସାଧାରଣ ଲୋକେ ଅନାୟାସରେ ଭିତରକୁ ଯାଇ ଅଫିସରଙ୍କୁ ଭେଟି ସମସ୍ୟା ବୁଝିଥାଏ । କିନ୍ତୁ ଏବେର ଅବସ୍ଥା ଦେଖି ଲାଗୁଛି, ଯେମିତି ଏଠି ସବୁ ଅବ୍ୟବସ୍ଥା । ଏଠାରେ କାମ କରୁଥିବା କିଛି କର୍ମଚାରୀଙ୍କୁ ବର୍ତ୍ତମାନର ସ୍ଥିତି ବିଷୟରେ ପଚରାଯିବାରୁ କ୍ୟାମେରା ଆଗରେ କିଛି କହିନାହାନ୍ତି । କିଛି କ୍ୟାମେରା ଦେଖି ମୁହଁ ଲୁଚାଇ ଚାଲିଯାଉଛନ୍ତି ।

ରାଜ୍ୟର ତିନୋଟି ମୁଖ୍ୟ ସରକାରୀ କାର୍ଯ୍ୟାଳୟ । ଲୋକସେବା ଭବନକୁ ଆହୁରି ସୁନ୍ଦର କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆଉ ସେଥିପାଇଁ ୧୦୦ କୋଟି ଟଙ୍କାର ବଜେଟ୍ ମଧ୍ୟ ଧାର୍ଯ୍ୟ ହୋଇଛି । ଆଉ ଖାରବେଳ ଭବନରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ହେଲେ ନଅ ତାଲା ଜରାଜୀର୍ଣ୍ଣ ହୋଇ ପଡ଼ିଛି । ତେଣୁ ସରକାର ନଜର ଏହି ଦପ୍ତରରେ ପଡ଼ିବ ତ ?