କଂଗ୍ରେସର ହାତରେ ହାତ ମିଳାଇବେ, ନା ଫୁଲକୁ ସମର୍ଥନ ଦେବେ? ; ରାଜ୍ୟସଭା ନିର୍ବାଚନରେ କଣ କରିବେ ନବୀନ?

Advertisment

ମାର୍ଚ୍ଚ ମାସ‌ରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏଥିରେ ଓଡ଼ିଶାରୁ ୪ଟି ଆସନ ରହିଛି। ସମ୍ଭାବ୍ୟ ପ୍ରାର୍ଥୀ ଚୟନ ଓ ସଂଖ୍ୟା ଗଣିତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ସଂଖ୍ୟା ଦୃଷ୍ଟିରୁ ଦୁଇଟିରେ ବିଜେପି ଓ ଗୋଟିଏରେ ବିଜେଡି ଜିତିବାରେ ଅସୁବିଧା ନାହିଁ। କିନ୍ତୁ ଚତୁର୍ଥ ଆସନ ପାଇଁ କୌଣସି ଦଳର ଆବଶ୍ୟକ ସଂଖ୍ୟା ନ ଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି। 

ମାର୍ଚ୍ଚ ମାସ‌ରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏଥିରେ ଓଡ଼ିଶାରୁ ୪ଟି ଆସନ ରହିଛି। ସମ୍ଭାବ୍ୟ ପ୍ରାର୍ଥୀ ଚୟନ ଓ ସଂଖ୍ୟା ଗଣିତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ସଂଖ୍ୟା ଦୃଷ୍ଟିରୁ ଦୁଇଟିରେ ବିଜେପି ଓ ଗୋଟିଏରେ ବିଜେଡି ଜିତିବାରେ ଅସୁବିଧା ନାହିଁ। କିନ୍ତୁ ଚତୁର୍ଥ ଆସନ ପାଇଁ କୌଣସି ଦଳର ଆବଶ୍ୟକ ସଂଖ୍ୟା ନ ଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି। 

naveen

Photograph: (kanaknews)

କନକ ବ୍ୟୁରୋ: ମାର୍ଚ୍ଚ ମାସ‌ରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏଥିରେ ଓଡ଼ିଶାରୁ ୪ଟି ଆସନ ରହିଛି। ସମ୍ଭାବ୍ୟ ପ୍ରାର୍ଥୀ ଚୟନ ଓ ସଂଖ୍ୟା ଗଣିତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ସଂଖ୍ୟା ଦୃଷ୍ଟିରୁ ଦୁଇଟିରେ ବିଜେପି ଓ ଗୋଟିଏରେ ବିଜେଡି ଜିତିବାରେ ଅସୁବିଧା ନାହିଁ। କିନ୍ତୁ ଚତୁର୍ଥ ଆସନ ପାଇଁ କୌଣସି ଦଳର ଆବଶ୍ୟକ ସଂଖ୍ୟା ନ ଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି। 

ବର୍ତ୍ତମାନର ରାଜନୈତିକ ସ୍ଥିତିରେ ଚତୁର୍ଥ ଆସନଟିରେ ବିଜେପିର ପ୍ରାର୍ଥୀ କିମ୍ବା ବିଜେପି ଦ୍ବାରା ମନୋନୀତ ସ୍ବାଧୀନ ପ୍ରାର୍ଥୀ ହିଁ ଜିତିବେ, ଏହା ସ୍ପଷ୍ଟ । କାରଣ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ। ଚାରି ସାଂସଦ ମୁନା ଖାନ୍, ନିରଞ୍ଜନ ବିଶି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ୍‌ ୨ ତାରିଖରେ ଶେଷ ହେଉଛି। ତାହା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ମାସରେ ନିର୍ବାଚନ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି। ବିଜେଡିର ୪୮, କଂଗ୍ରେସର ୧୪ ଓ ସିପିଆଇ(ଏମ୍‌)ର ଜଣେ ବିଧାୟକ ଅଛନ୍ତି। ଏମାନଙ୍କ ବାଦ୍ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅଛନ୍ତି।

ବର୍ତ୍ତମାନର ସଂଖ୍ୟା ଗଣିତକୁ ହିସାବକୁ ନେଲେ ଜଣେ ପ୍ରାର୍ଥୀ ଜିତିବା ପାଇଁ ୩୦ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ ଦରକାର। ସେହି ହିସାବରେ ବିଜେପିରୁ ଦୁଇ ପ୍ରାର୍ଥୀ ଜିତିଲା ପରେ ଆଉ ୨୨ ବିଧାୟକଙ୍କ ଭୋଟ ବଳକା ରହିବ। ସେମିତି ବିଜେଡିରୁ ଜଣେ ପ୍ରାର୍ଥୀ ଜିତିଲା ପରେ ଆଉ ୧୮ ବିଧାୟକଙ୍କ ଭୋଟ ବଳକା ରହୁଛି। ଚତୁର୍ଥ ପ୍ରାର୍ଥୀ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ନିଜସ୍ବ ପ୍ରାର୍ଥୀ ଦେବା ସମ୍ଭବ ନୁହେଁ। ଯଦିଓ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି, ତେବେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କଂଗ୍ରେସ ପାଖରେ ଭୋଟ୍ ନାହିଁ। 

ଆହୁରି ପଢ଼ନ୍ତୁ : ଅଦାଲତ ଅବମାନନା ମାମଲା, ନଗର ଉନ୍ନୟନ ସଚିବ ଉଷାପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ

ଚତୁର୍ଥ ପ୍ରାର୍ଥୀ ବି ବିଜେପିରୁ ଜିତିବ ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି। କାରଣ ବିଜେପି ଅନ୍ୟ ଦଳ ସହ ଆଲୋଚନା ନକରି ଯଦି ନିଜେ ସିଧାସଳଖ ପ୍ରାର୍ଥୀ ଦେବ, ତେବେ ବିଜେଡି ପ୍ରାର୍ଥୀ ଦେଇ ନପାରେ। କଂଗ୍ରେସ ବି ପ୍ରାର୍ଥୀ ଦେବାର ସମ୍ଭାବନା କମ୍। ସେହି ପରିସ୍ଥିତିରେ ବିଜେପିର ଚତୁର୍ଥ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଯଦି ବିଜେପି ଦଳୀୟ ପ୍ରାର୍ଥୀ ନ ଦେଇ କୌଣସି ସ୍ବାଧୀନ ପ୍ରାର୍ଥୀଙ୍କୁ ଚୟନ କରେ, ତେବେ ତାଙ୍କୁ ବିଜେଡି ସମର୍ଥନ ଦେବାର ସମ୍ଭାବନା ଅଧିକ। ଅବଶ୍ୟ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେଲେ ଚିତ୍ର ବଦଳିଯିବ। କିନ୍ତୁ ବର୍ତ୍ତମାନ କୌଣସି ପରିସ୍ଥିତିରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଅସନ୍ତୁଷ୍ଟ କରିବା ସ୍ଥିତିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନାହାନ୍ତି। ତେଣୁ ସେ କଂଗ୍ରେସ ସହ ହାତ ମିଳାଇବେ ନାହିଁ। ବରଂ ବିଜେପି ମନୋନୀତ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିପାରନ୍ତି। ନବୀନଙ୍କ ଭରସା ନ ପାଇଲେ, କଂଗ୍ରେସ ବି ପ୍ରାର୍ଥୀ ଦେଇ ଅପଦସ୍ଥ ହେବାକୁ ଚାହିବ ନାହିଁ। 

ସଂଖ୍ୟାର ଖେଳ ଭିତରେ ବି ପ୍ରାର୍ଥୀ ମନୋନୟନ ଦୁଇ ପ୍ରମୁଖ ଦଳ ପାଇଁ ଚ୍ୟାଲେଞ୍ଜ୍ ସଦୃଶ। ଉଭୟ ଦଳରେ ଆଶାୟୀଙ୍କର ଲମ୍ବା ତାଲିକା ରହିଛି। ବିଜେପିରୁ ନିଜେ ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟସଭାକୁ ଯିବା ପାଇଁ ଆଗ୍ରହୀ। ଏହି ତାଲିକାରେ ପ୍ରମୁଖ ଦାବିଦାର ଅଛନ୍ତି ବସନ୍ତ ପଣ୍ଡା। ନୂଆପଡ଼ାରେ ତାଙ୍କ ପୁଅଙ୍କୁ ଟିକଟରୁ ବଞ୍ଚିତ କରାଯାଇଥିବାରୁ ରାଜ୍ୟସଭାରେ ତାଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିବା କୁହାଯାଇଛି। ସେହିପରି ବିଜେପିର ଦୁଇ ବରିଷ୍ଠ ନେତା ସମୀର ମହାନ୍ତି ଓ ଗୋଲକ ମହାପାତ୍ରଙ୍କ ନାମ ବି ଚର୍ଚ୍ଚାରେ ରହିଛି। ତେବେ ରାଜ୍ୟ ବାହାରୁ ଜଣେ ନେତା ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ବିଜେପି ଜାତୀୟ ଦଳ ହୋଇଥିବାରୁ ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। 

ବିଜେଡିର ପ୍ରାର୍ଥୀ ଚୟନ ଉପରେ ରାଜନୈତିକ ମହଲର ଅଧିକ ନଜର ରହିଛି। ଦଳ କ୍ଷମତାରୁ ଗଲା ପରେ ଆଭ୍ୟନ୍ତରୀଣ ଅସନ୍ତୋଷ ‌ବଢ଼ିଚାଲିଛି। ଦଳକୁ ଏକଜୁଟ୍‌ କରି ରଖିବା ନବୀନଙ୍କ ପାଇଁ କାଠିକର ପାଠ ହେଲାଣି। ପୁଣି ରାଜ୍ୟସଭା ପାଇଁ ଯେଉଁ ଯେଉଁ ନାମ ଚର୍ଚ୍ଚାରେ ଅଛି, ତାହାକୁ ନେଇ ଦଳ ଭିତରେ ପ୍ରତିକ୍ରିୟା ବି ଆରମ୍ଭ ହୋଇଗଲାଣି। ସୁଜାତା କାର୍ତ୍ତିକେୟନ୍ ଓ ସଂତୃପ୍ତ ମିଶ୍ରଙ୍କ ନାମ ଏହି ଚର୍ଚ୍ଚାର ଆଗରେ ରହିଛି। ଉଭୟଙ୍କର ରାଜନୈତିକ ଅଭିଜ୍ଞତା କମ୍। ସୁଜାତା ଏଯାଏଁ ବିଜେଡିରେ ଯୋଗ ଦେଇ ନଥିଲେ ବି ନବୀନଙ୍କ ପ୍ରଥମ ପସନ୍ଦରେ ତାଙ୍କ ନାମ ରହିଛି ବୋଲି କୁହାଯାଉଛି। ସେହିପରି ସଂତୃପ୍ତ କର୍ପୋରେଟ୍‌ ଚାକିରି ଛାଡ଼ି ନିର୍ବାଚନର କିଛି ମାସ ଆଗରୁ ବିଜେଡିରେ ସାମିଲ ହୋଇଥିଲେ। କଟକରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ ବି ସଫଳ ହୋଇପାରି ନଥିଲେ। ଏବେ ସେ ନବୀନଙ୍କ ରାଜନୈତିକ ସଚିବ ଭାବେ କାମ କରୁଛନ୍ତି। ଏମାନଙ୍କ ବାଦ୍ ପ୍ରତାପ ଜେନା ଓ ଦେବୀ ପ୍ରସାଦ ମିଶ୍ରଙ୍କ ନାମ ବି ଚର୍ଚ୍ଚାରେ ରହିଛି। ରାଜନୀତିରେ ସବୁବେଳେ ଅପ୍ରତ୍ୟା‌ଶିତ ନିଷ୍ପତ୍ତି ନେଉଥିବା ନବୀନ ଆଉ କାହାକୁ ବାଛିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। କିନ୍ତୁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବିଧାୟକମାନଙ୍କୁ ଆଲୋଚନା ଭିତରକୁ ନ ନେଲେ ଦଳରେ ଝଡ଼ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ରାଜନୈତିକ ମହଲ ଅନୁମାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe