ଧୋଇଗଲା ପ୍ରଥମ ପର୍ଯ୍ୟାୟ ଅଧିବେଶନ; ଚାଲିଲା କମ୍‌, କୋଳାହଳ ବେଶି

Advertisment

କେତେବେଳେ ପ୍ଲାକାର୍ଡ ଧରି ହୋହଲ୍ଲା, ତ ପୁଣି କେତେବେଳେ ଧାନ ମୁଣ୍ଡାଇ ନାରାବାଜି । କଳାପଟି ପିନ୍ଧି ଗୃହ କମ୍ପାଉଥିଲେ ବିରୋଧୀ । ଜିଦ୍ ଗୋଟିଏ, ଚାଷୀ ଓ ମଣ୍ଡି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ଓ ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।

କେତେବେଳେ ପ୍ଲାକାର୍ଡ ଧରି ହୋହଲ୍ଲା, ତ ପୁଣି କେତେବେଳେ ଧାନ ମୁଣ୍ଡାଇ ନାରାବାଜି । କଳାପଟି ପିନ୍ଧି ଗୃହ କମ୍ପାଉଥିଲେ ବିରୋଧୀ । ଜିଦ୍ ଗୋଟିଏ, ଚାଷୀ ଓ ମଣ୍ଡି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ଓ ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।

Odisha Budget Session

Odisha Budget Session Photograph: (Kanak News)

କନକ ବ୍ୟୁରୋ : ବିଧାନସଭା ବଜେଟ ଅଧିବେଶନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ରାଜ୍ୟବାସୀଙ୍କ ପାଇଁ ଏହି ୭ ଦିନ ବେଶ ଗୁରୁତ୍ୱ ବହନ କରୁଥିଲା । ହେଲେ ରାଜନୈତିକ ଦଳ ପାଇଁ ଏହି ଅଧିବେଶନ ଯେପରି ଗୁରୁତ୍ୱ ହରାଇ ସାରିଥିଲା । ନହେଲେ କଣ ଦୈନିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବିଧାନସଭାରେ ଏମିତି ଅଚଳାବାସ୍ଥା ଦେଖିବାକୁ ମିଳିଥାନ୍ତା । ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରି କେଉଁ ଦଳ ଲାଭ ପାଇଲା ତାହାର ହିସାବ ଆମେ କରୁନୁ କିନ୍ତୁ ଓଡ଼ିଶାବାସୀ ଯେ କ୍ଷତି ସହିଲେ ତାହା ସ୍ପଷ୍ଟ ।

ରାଜ୍ୟରେ ମାଳମାଳ ପ୍ରସଙ୍ଗ ଥିଲା । ଲାଗୁଥିଲା ବିଧାନସଭାରେ ବିତର୍କ ହେବ, ନିଷ୍କର୍ଷ ବାହାରିବ । ସରକାରଙ୍କ ନିର୍ଦ୍ଦେଶ ବିଧାନସଭାରୁ ଆସିବ । ହେଲେ ସେଭଳି କିଛି ଘଟିଲାନି ବିଧାନସଭାର ବଜେଟ ଅଧିବେଶନରେ । ୭ ଦିନର ଗୃହକାର୍ଯ୍ୟରୁ ୩ ଦିନକୁ ଛାଡ଼ିଦେଲେ ବଳକା ୪ ଦିନ ସମ୍ପୂର୍ଣ୍ଣ ଧୋଇଯାଇଥିଲା । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରତିବାଦ ଅବତାର ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ : ଚାଷୀ ଓ ମଣ୍ଡି ସମସ୍ୟାକୁ ନେଇ ବିରୋଧୀଙ୍କ ହଲ୍ଲାବୋଲ; ଲୋୟର ପିଏମ୍‌ଜିରେ ବିଜେଡି, ଗୃହରେ ଘେରିଲା କଂଗ୍ରେସ

କେତେବେଳେ ପ୍ଲାକାର୍ଡ ଧରି ହୋହଲ୍ଲା, ତ ପୁଣି କେତେବେଳେ ଧାନ ମୁଣ୍ଡାଇ ନାରାବାଜି । କଳାପଟି ପିନ୍ଧି ଗୃହ କମ୍ପାଉଥିଲେ ବିରୋଧୀ । ଜିଦ୍ ଗୋଟିଏ, ଚାଷୀ ଓ ମଣ୍ଡି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ଓ ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଅଚଳାବସ୍ଥା ଭିତରେ ମାତ୍ର କେଇ ଘଣ୍ଟାରେ ସୀମିତ ରହି ଯାଇଥିଲା ଗୃହକାର୍ଯ୍ୟ । ଶେଷଦିନରେ ମୁଲତବୀ ପ୍ରସ୍ତାବରେ ଆଲୋଚନା ପାଇଁ ସରକାର ଆଗଭର ହୋଇଥିଲେ ମଧ୍ୟ ବିରୋଧୀଙ୍କ ଆଭିମୁଖ୍ୟ ଭିନ୍ନ ଥିଲା । କଂଗ୍ରେସ କକ୍ଷତ୍ୟାଗ କରିଥିଲା ଏବଂ ବିଜେଡି ରାଜରାସ୍ତାକୁ ଓହ୍ଲାଇଥିଲା ।

ଦଳୀୟ ସ୍ୱାର୍ଥ ପାଇଁ ବିଧାନସଭାର କାର୍ଯ୍ୟସୂଚୀକୁ ଜଳାଞ୍ଜଳି ଦେଇଦେଲେ କି ରାଜନୈତିକ ଦଳ ? ଗୃହରେ ଅଚଳାବସ୍ଥାର ଉତ୍ତରଦାୟିତ୍ୱ ମୁଣ୍ଡାଇବ କିଏ ? ଗୃହରେ ହଟ୍ଟଗୋଳ କରି କ’ଣ ପାଇଲେ ବିରୋଧୀ ? ଗୃହକୁ ସ୍ବାଭାବିକ କରିବା ଶାସକ ଦଳର କ’ଣ ଦାୟିତ୍ୱ ନୁହେଁ କି ? ବିଧାନସଭାର ଅଚଳାବସ୍ଥାକୁ ନେଇ କିଛି ଏଭଳି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । ଅଥଚ କାଦୁଅଫିଙ୍ଗା ରାଜନୀତିରେ ଏବେ ବି ବ୍ୟସ୍ତ ଉଭୟ ଶାସକ-ବିରୋଧୀ ।

ଅଚଳାବସ୍ଥାରେ ପ୍ରଥମ ପର୍ଯ୍ୟାୟ ଅଧିବେଶନର ଆୟୁଷ ସରିଛି । ମାର୍ଚ୍ଚ ୯ରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ହେଲେ ପ୍ରଶ୍ନ ଉଠୁଛି, ଉଭୟ ଶାସକ-ବିରୋଧୀଙ୍କ ପାଇଁ କ’ଣ ଗୁରୁତ୍ୱପୂର୍ଣ୍ଣ ? ଦଳୀୟ ସ୍ୱାର୍ଥ ନା ଓଡ଼ିଶାର ସ୍ୱାର୍ଥ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe