କନକ ବ୍ୟୁରୋ : ଚାଷୀ ପ୍ରସଙ୍ଗରେ ଶାସକ-ବିରୋଧୀଙ୍କ ଦରଦ ଦେଖିଲେ ବିସ୍ମିତ ଲାଗେ । ବିଧାନସଭାରେ ଚାଷୀ ପ୍ରସଙ୍ଗରେ ୩ ରାଜନୈତିକ ଦଳ ଯେଉଁଭଳି ଢଙ୍ଗରେ ଆଭିମୁଖ୍ୟ ଦେଖାନ୍ତି, ତାହାର ସାମନ୍ୟତମ ପରିପାଳନ ଯଦି ତୃଣମୂଳସ୍ତରରେ ହୋଇଥାଆନ୍ତା, ତେବେ ଚାଷୀ ଆଜି ମଣ୍ଡିରେ ମୁଣ୍ଡରେ ହାତ ଦେଇ ବସିନଥାନ୍ତା । ହେଲେ ଚାଷୀଙ୍କ ପ୍ରସଙ୍ଗରେ ରାଜନୈତିକ ରୁଟି ସେକିବାକୁ ସବୁବେଳେ ତତ୍ପର ଶାସକ-ବିରୋଧୀ । ଯାହାର ଝଲକ ପୁଣିଥରେ ଦେଖିବାକୁ ମିଳିଛି ।
ଚାଷୀ ଓ ମଣ୍ଡି ପ୍ରସଙ୍ଗରେ ବିଜେଡିର ଦୋମୁହାଁ ନୀତି ପଦାରେ ପଡ଼ିଛି । ଯେଉଁ ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଲଗାତାର ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଥିଲେ । ଠିକ୍ ସେହି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ବେଳେ ବିଜେଡି ଗୃହ ଛାଡି ରାଜରାସ୍ତାକୁ ଓହ୍ଲାଇଛି । ଲୋୟର ପିଏମଜିରେ ବିଜେପି ସରକାର ବିରୋଧରେ ଦେଇଛି ରଣହୁଙ୍କାର । ରାଜ୍ୟ ସରକାରର କୃଷି ମାରଣନୀତି ଓ ଆଇନଶୃଙ୍ଖଳା ପରିସ୍ଥିତିର ଲମ୍ବା ଚିଠା ଓଡ଼ିଶାବାସୀଙ୍କ ସାମ୍ନାରେ ରଖିଛନ୍ତି ଖୋଦ୍ ବିଜେଡି ମୁଖିଆ । ଲୋକଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ ବୋଲି କହି କଟାକ୍ଷ କରିଛନ୍ତି ନବୀନ ।
ଅଧିକ ପଢ଼ନ୍ତୁ : ମଣ୍ଡି ପ୍ରସଙ୍ଗରେ କମ୍ପୁଛି ବିଧାନସଭା: ସ୍ବାଭାବିକ ହୋଇପାରୁନି ଗୃହକାର୍ଯ୍ୟ, କାଲି ରାଜଧାନୀରେ ଗର୍ଜିବ ବିଜେଡି
ଗାନ୍ଧୀ ମାର୍ଗରେ ବିଜେଡିର ପ୍ରତିବାଦ ଭିତରେ ଗୃହରେ ମୁଲତବୀ ଆଲୋଚନାରେ ଶାସକ ଦଳକୁ ଘେରିଛି କଂଗ୍ରେସ । ତାରା ବାହିନପତି କହିଛନ୍ତି, କଟନୀ ଛଟନୀ ବଢ଼ିଛି, ଅଖା ବ୍ୟାଗ୍ ନାଁରେ କୋଟି କୋଟିର ଦୁର୍ନୀତି ହୋଇଛି । ହେଲେ ମନ୍ତ୍ରୀ ଗୋଲାପୀ ଚିତ୍ର ଦେଖାଉଛନ୍ତି କହି ବର୍ଷିଛି କଂଗ୍ରେସ । ଯାହାର ଜବାବ ରଖି ଶାସକ ଦଳ କହିଛି, ବିରୋଧୀ ଚାଷୀଙ୍କୁ ବିଭ୍ରାନ୍ତି କରୁଛନ୍ତି । ପୂର୍ବ ସରକାର ଠାରୁ ଅଧିକ ଧାନ ଉଠାଇଛୁ । ୩୧୦୦ ଟଙ୍କାରେ ଧାନ କିଣିବୁ କହିଥିଲୁ, ତାହା କରିଛୁ ।
ଚାଷୀଙ୍କ ସମସ୍ୟା ଦୂର କରିବାକୁ ଶାସକ-ବିରୋଧୀ ଯଦି ଅନ୍ତରରୁ ଚାହୁଁଛନ୍ତି । ତେବେ ଚାଷୀ ମଣ୍ଡିରେ ହଲାପଟା ହେଉଛି କାହିଁକି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/24/protest-2026-02-24-21-12-27.jpg)