ନୂଆପଡ଼ା ଫଳାଫଳ, କଂଗ୍ରେସ-ବିଜେପି ମୁହାଁମୁହିଁ; ଭୋଟ୍‌ ଚୋରିର ଅଭିଯୋଗ ଆଣିଲେ ଭକ୍ତ

ପାରଦ ଖସୁଛି, ଓଡ଼ିଶା ଥରୁଛି । ନୂଆପଡ଼ା ନିର୍ବାଚନ ବି ୟା ଭିତରେ ସରିଛି । ହେଲେ ନୂଆପଡ଼ା ନିର୍ବାଚନ ଉଷ୍ମତା ଏବେ ଭୁବନେଶ୍ୱରରେ ବାରି ହେଉଛି । କଂଗ୍ରେସର ପରାଜୟକୁ ଭକ୍ତ ଗ୍ରହଣ କରୁଥିଲେ ମଧ୍ୟ ଜୟ ଢୋଲକିଆଙ୍କ ବିଜୟ ତରିକାକୁ ନେଇ ବଡ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ।

Congress-BJP face off

Congress-BJP face off Photograph: (Kanak News)

କନକ ବ୍ୟୁରୋ : ନୂଆପଡ଼ା ଦଖଲ କରିଛି ବିଜେପି । ହେଲେ କଂଗ୍ରେସ ଏହି ବିଜୟକୁ ସହଜରେ ଗ୍ରହଣ କରିବା ମୁଡରେ ନାହିଁ । ଜୟଙ୍କ ବିଜୟର ଶ୍ରେୟ ଭୋଟଚୋରି, ସରକାରୀ କଳର ଅପବ୍ୟବହାର ଓ କଂଗ୍ରେସର ବିଭୀଷଣଙ୍କୁ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଯାହାର କଡ଼ା ହିସାବ ଦେଇଛି ବିଜେପି ।

ପାରଦ ଖସୁଛି, ଓଡ଼ିଶା ଥରୁଛି । ନୂଆପଡ଼ା ନିର୍ବାଚନ ବି ୟା ଭିତରେ ସରିଛି । ହେଲେ ନୂଆପଡ଼ା ନିର୍ବାଚନ ଉଷ୍ମତା ଏବେ ଭୁବନେଶ୍ୱରରେ ବାରି ହେଉଛି । କଂଗ୍ରେସର ପରାଜୟକୁ ଭକ୍ତ ଗ୍ରହଣ କରୁଥିଲେ ମଧ୍ୟ ଜୟ ଢୋଲକିଆଙ୍କ ବିଜୟ ତରିକାକୁ ନେଇ ବଡ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି । ଅଭିଯୋଗ ଆଣି କହିଛନ୍ତି, ସରକାରୀ କଳର ଅହେତୁକ ଅନୁକମ୍ପା ଜୟଙ୍କ ବିଜୟକୁ ସୁନିଶ୍ଚିତ କରିଥିଲା । ଏଥିସହ ଦଳ ଭିତରର ବିଭୀଷଣଙ୍କୁ ଖୋଜାଚାଲିଛି ।

ଅଧିକ ପଢ଼ନ୍ତୁ : ପରାଜୟର କାରଣ କହିଲେ ଭକ୍ତ : ବିଭୀଷଣଙ୍କ ପାଇଁ ହାରିଲା କଂଗ୍ରେସ

ଭକ୍ତଙ୍କ ଅଭିଯୋଗର ଜବାବ ରଖିଛି ବିଜେପି । ସାଂସଦ ବଳଭଦ୍ର ମାଝୀ କହିଛନ୍ତି, ଯେଉଁ ବୁଥରେ ଭୋଟ ଚୋରି ଅଭିଯୋଗ ଆସିଥିଲା ସେହି ବୁଥରେ କଂଗ୍ରେସ ଲିଡ଼୍ କରିଛି । ଭୋଟ୍‌ ଚୋରି ହୋଇଥିଲେ ସତ୍ୟପାଠ ଦାଖଲ କରିବାରେ କୁଣ୍ଠାବୋଧ କାହିଁକି କରୁଛି କଂଗ୍ରେସ ? ବିଧାୟକ ସରୋଜ ପାଢୀ ଦୁଇ ପାଦ ଆଗକୁ ଯାଇ କହିଛନ୍ତି, କୌଣସି ଅଫିସର ନୁହେଁ ମୋହନ-ମନମୋହନଙ୍କ ରଣନୀତି ଆଗରେ ସବୁ ଫେଲ୍‌ ମାରିଛନ୍ତି ।

ନୂଆପଡ଼ା ଫଳାଫଳକୁ ନେଇ ବିଧାନସଭାରେ ଗର୍ଜିବ କଂଗ୍ରେସ । ଭୋଟଚୋରି ଓ ହିମାଂଶୁ ଲାଲଙ୍କ ସହ ଜୟଙ୍କ ସମ୍ପର୍କ କଣ ? ତାହାକୁ ନେଇ ଶାସକ ଦଳକୁ ଘେରିବାକୁ ଯୋଜନା କରିଛି କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe