କନକ ବ୍ୟୁରୋ:ନୀତିଶଙ୍କ କ୍ୟାପଟେନ୍ସିରେ ବିହାର ଆରମ୍ଭ ହୋଇସାରିଛି ଏନଡିଏ ସରକାର । କ୍ୟାବିନେଟ୍ ଗଠନ କରିବା ପରେ ମନ୍ତ୍ରୀମାନଙ୍କ ଭିତରେ ବିଭାଗ ମଧ୍ୟ ବଣ୍ଟା ସରିଛି । ତେବେ ନୂଆ ମନ୍ତ୍ରୀମଣ୍ଡଳରେ ବିଜେପି ନେତାଙ୍କ ସଂଖ୍ୟା ଅଧିକ ଥିବାବେଳେ, ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ବିଜେପି ହାତରେ ରହିଛି । ଏମିତି କି ଗୃହ ବିଭାଗ ମଧ୍ୟ ନୀତିଶଙ୍କୁ ଛାଡ଼ିବାକୁ ପଡ଼ିଛି । ହେଲେ ତାହାରି ଭିତରେ କିନ୍ତୁ ନୀତିଶ ଖେଳିଛନ୍ତି ବଡ଼ ଗେମ୍ । କୁହାଯାଉଛି ବିଜେପିକୁ କେବଳ ଗୃହ ବିଭାଗ ଦେଇ, ସବୁତକ ରିମୋଟ୍ କଣ୍ଟ୍ରୋଲ ନୀତିଶ କୁମାର ନିଜ ପାଖରେ ରଖିଛନ୍ତି ।
ଏଥର ସରକାରରେ ୮୯ ବିଧାୟକ ଜିତି ବିଜେପି ବଡ଼ ଭାଇ ସାଜିଛି । ଆଉ ସରକାରରେ ମଧ୍ୟ ବିଜେପିର ଦବଦବା ରହିଛି । ଅଧାରୁ ଅଧିକ ମନ୍ତ୍ରୀପଦ ବିଜେପି ନିଜ ପାଖରେ ରଖିଥିବାବେଳେ, ଦୁଇ ଉପମୁଖ୍ୟମନ୍ତ୍ରୀ ସହ ବାଚସ୍ପତି ପୋଷ୍ଟ ବି ବିଜେପି ପାଖରେ ରହିଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ନୀତିଶ କୁମାର ଗୃହ ବିଭାଗକୁ ନିଜ ପାଖରୁ ଛାଡ଼ିଛନ୍ତି, ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ତାଙ୍କୁ ସୁଶାସନ ବାବୁ ବୋଲି କୁହାଯାଉଥିଲା । ଏବେ ସେହି ଗୃହ ବିଭାଗର ଦାୟିତ୍ୱ ନେଇଛନ୍ତି ବିଜେପି ନେତା ସମ୍ରାଟ ଚୌଧୁରୀ । ହେଲେ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା, ନୀତିଶ ତାହାରି ଭିତରେ କିନ୍ତୁ ଖେଳିଛନ୍ତି ବଡ଼ ଚାଲ୍ । ବିଜେପିକୁ କେବଳ ଗୃହ ବିଭାଗ ଦେଇ, ସାଧାରଣ ପ୍ରଶାସନ ନିଜ ପାଖରେ ରଖିଛନ୍ତି ନୀତିଶ । ଯାହାକୁ ତାଙ୍କ ପାଇଁ ବିଜେପିକୁ ଚଲାଇବାକୁ ରିମୋଟ୍ କଣ୍ଟ୍ରୋଲ ହେବ ବୋଲି ଚର୍ଚ୍ଚା ହେଉଛି ।
ବିହାରରେ ଆଇନ୍ ବ୍ୟବସ୍ଥାକୁ ସମ୍ଭାଳିବାକୁ ଗୃହ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଏଇ କାରଣରୁ ବିଜେପି ଦୀର୍ଘ ଦିନ ହେଲା ଗୃହ ବିଭାଗକୁ ନିଜ ପାଖକୁ ନେବାକୁ ଚାହୁଁଥିଲା । ହେଲେ ବିଜେପିକୁ ଏଥର ସରକାରରେ ଗୃହ ବିଭାଗ ଦେଇଥିଲେ ବି, ସାଧାରଣ ପ୍ରଶାସନ ବିଭାଗକୁ ନୀତିଶ ନିଜ ପାଖରେ ରଖିଛନ୍ତି । ଏହି ବିଭାଗ ହିଁ, ବିହାରରେ ଆଇଏଏସ୍ ଆଉ ଆଇପିଏସ୍ ପୋଷ୍ଟିଂ ଆଉ ଟ୍ରାନ୍ସଫରକୁ ନେଇ ନିଷ୍ପତ୍ତି ନେଇଥାଏ, ଯେଉଁ ବିଭାଗ କି ଏବେ ନୀତିଶଙ୍କ ହାତରେ ରହିଛି । ତେଣୁ କହିବାକୁ ଗଲେ, ଆଇନ ଶୃଙ୍ଖଳା ନେଇ ଡିଜିଠୁ ଆରମ୍ଭ କରି ପୁଲିସ ପ୍ରଶାସନ ସମ୍ରାଟ ଚୌଧୁରୀଙ୍କୁ ରିପୋର୍ଟ କଲେ ବି, ତାଙ୍କ ପୋଷ୍ଟିଂ କିନ୍ତୁ ନୀତିଶ କୁମାର ହିଁ କରିବେ ।
ଆହୁରି ପଢ଼ନ୍ତୁ : ଦିଲ୍ଲୀରେ ହେବ ବଡ଼ ପରିବର୍ତ୍ତନ; ୧୧ ବଦଳରେ ହେବ ୧୩ ଜିଲ୍ଲା, ନାଁ ମଧ୍ୟ ବଦଳିବ
ସାଧାରଣ ପ୍ରଶାସନ ବିଭାଗକୁ ପ୍ରଶାସନିକ ନିୟନ୍ତ୍ରଣର କେନ୍ଦ୍ର ବୋଲି କୁହାଯାଏ । ତେଣୁ ବିହାରର ସମସ୍ତ ଆଇଏଏସ୍ ଆଉ ଆଇପିଏସ୍ ଏବେ ବି ନୀତିଶଙ୍କ ନିୟନ୍ତ୍ରଣରେ କାମ କରିବେ । ବିଜେପି ନେତା ସମ୍ରାଟ ଚୌଧୁରୀ ଗୃହ ବିଭାଗର ମନ୍ତ୍ରୀ ହୋଇଥିଲେ ବି, କେବଳ ଆଇନ ଶୃଙ୍ଖଳା ଦିଗରେ ହିଁ କାମ କରିବେ ବୋଲି ଜଣାପଡ଼ିଛି ।
ବିହାରର ନୂଆ ସରକାରରେ ଜେଡିୟୁ ପାଖରେ କେବଳ ମୁଖ୍ୟମନ୍ତ୍ରୀ ପୋଷ୍ଟ ରହିଥିଲେ ବି, ବିଜେପି ପାଖରେ କିନ୍ତୁ ଦୁଇ ଉପ-ମୁଖ୍ୟମନ୍ତ୍ରୀ ସହ ଅଧାରୁ ଅଧିକ ମନ୍ତ୍ରୀ ପଦ ରହିଛି । ତା ସହିତ ଗୃହ ବିଭାଗ ମଧ୍ୟ ବିଜେପି ହାତକୁ ଆସିଛି । ତେଣୁ ଚର୍ଚ୍ଚା ହେଉଥିଲା ନୀତିଶ ଏବେ କ୍ୟାବିନେଟରେ ଦୁର୍ବଳ ହେବା ସହିତ ବିଜେପି ନେତା ପାଓ୍ୱାରଫୁଲ୍ ହୋଇଛନ୍ତି । ହେଲେ ସାଧାରଣ ପ୍ରଶାସନ ବିଭାଗ କିନ୍ତୁ ନିଜ ପାଖରେ ରଖି ସମସ୍ତଙ୍କୁ ଚକମା ଦେଇଛନ୍ତି ନୀତିଶ କୁମାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/24/nitish-and-samrat-choudhary-2025-11-24-11-29-04.webp)