କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କୋଲକାତାରେ ଦେଖିବାକୁ ମିଳିଛି ହାଇଡ୍ରାମା । ଇଡି ବନାମ ତୃଣମୂଳ କଂଗ୍ରେସ- ଟିଏମସି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଟିଏମସିର ନିର୍ବାଚନୀ ରଣନୀତି ବନାଉଥିବା ଆଇପ୍ୟାକ୍ କମ୍ପାନି ଉପରେ ଚଢ଼ାଉ କରିଛି ଇଡି ।
ଏହି ସବୁଜ ରଙ୍ଗ ଫାଇଲରେ କ’ଣ ଥିଲା ? ମମତାଙ୍କ ରଣନୀତି ନା ପଶ୍ଚିମବଙ୍ଗ ଦୁର୍ନୀତିର ଚିଠା ? କାହିଁକି ଫାଇଲକୁ ନେଇଗଲେ ମମତା ବାନାର୍ଜୀ ? ମନି ଲଣ୍ଡରିଂ ମାମଲାରେର ଗୁରୁବାର ସକାଳୁ କୋଲକାତା ସ୍ଥିତ ଆଇପ୍ୟାକ କମ୍ପାନି ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଚାନକ ଚଢ଼ାଉ, କୌଣସି ଡ୍ରାମାଠୁ କମ୍ ନଥିଲା । ଗୋଟେପଟେ ଖୋଳତାଡ଼ ଚାଲିଥାଏ, ଅନ୍ୟପଟେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କିଛି ଫାଇଲ ଧରି ଚାଲିଗଲେ । ଏଇଠି କହି ରଖୁଛୁ, ଆଇପ୍ୟାକ୍ କମ୍ପାନି ହେଉଛି ଟିଏମସର ନିର୍ବାଚନୀ ରଣନୀତି ବନାଉଥିବା ଏକ ବଡ଼ କମ୍ପାନି ।
ଅଧିକ ପଢ଼ନ୍ତୁ :କାହିଁକି ଫେବ୍ରୁଆରି ୧ରେ ଆଗତ ହେଉଛି ବଜେଟ୍? କାରଣ ଆପଣ ଜାଣିଛନ୍ତି କି?
ନିର୍ବାଚନ ପୂର୍ବରୁ ରାଜ୍ୟରେ ଇଡି, ସିବିଆଇ, ଆଇଟି ଚଢ଼ାଉ କିଛି ନୂଆକଥା ନୁହେଁ । ଯେଉଁଠି ଭୋଟ୍ ପଡ଼ିବାକୁ ଥିବ, ସେଠି ତଦନ୍ତ ସଂସ୍ଥା ଆକ୍ସନ ମୋଡକୁ ଆସିବା ସାଧାରଣ କଥା । ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ ବା ବାଦ୍ ପଡିବ କେମିତି ? ସେପଟେ ତଦନ୍ତ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆସୁଥିବା କଂଗ୍ରେସ ଏଥରକ ମମତା ବାର୍ନାଜୀଙ୍କ କଟା ଘା’ରେ ରୂନ ମାରିବା ଭଳି ବୟାନ ଦେଇଛି ।
ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତି ସ୍ଥିର କରୁଥିବା ଆଇପ୍ୟାକ୍ ଦୀର୍ଘଦିନ ଧରି ରହିଆସିଛି । ୨୦୨୧ ବିଧାନସଭା ନିର୍ବାଚନରେ ଏହା ତୃଣମୂଳ କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଦଳକୁ ବିଜେପି ବିରୋଧରେ ଏକ ବଡ଼ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା । ତେଣୁ ୨୦୨୬ରେ ଆଇପ୍ୟାକର ରଣନୀତି ଉପରେ ନିର୍ଭରଶୀଳ ଟିଏମସିର ଅଣ୍ଟା ଭାଙ୍ଗିବାକୁ ଇଡି ନାଁରେ ବିଜେପିର ଏହା ଏକ ଚାଲ ନୁହେଁ ତ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/08/mamata-banerjee-2026-01-08-22-54-04.jpg)