କନକ ବ୍ୟୁରୋ :   ଆସନ୍ତାବର୍ଷ ପ୍ରଥମ ଭାଗରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର୍ ଧରିଛି ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣ । ମୁହାଁମୁହିଁ ହୋଇଛନ୍ତି ତୃଣମୂଳ କଂଗ୍ରେସ – ଟିଏମସି ଓ ଭାରତୀୟ ଜନତା ପାର୍ଟି- ବିଜେପି । ଟିଏମସି ସରକାର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ  ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବର୍ଷିଛନ୍ତି । ପ୍ରତିଆକ୍ରମଣ ସହିତ କଡ଼ା ଜବାବ  ଦେଇଛନ୍ତି

Advertisment

 ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ହାୱା ବହିଲାଣି।  ଭୋଟରଙ୍କୁ ମନାଇବା ପାଇଁ ସବୁ ରାଜନୈତିକ ଦଳ ଦମ୍ ଲଗାଇ ଦେଇଛନ୍ତି। ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଅମିତ ଶାହ। ସେ କହିଛନ୍ତି, ସରକାର ଗଠନ ପରେ ବିଜେପିର ପ୍ରଥମ କାମ ହେବ ବାଂଲାଦେଶରୁ ଅନୁପ୍ରବେଶ ବନ୍ଦ କରିବା ଓ ଅନୁପ୍ରବେଶୀଙ୍କୁ ତଡ଼ିବା। ମମତା ଏହା ବଦଳରେ ଭୋଟ୍ ପାଇଁ ଅନୁପ୍ରବେଶକୁ ପ୍ରୋତ୍ସାହନ ଦେଇ ସୀମାରେ ତାରବାଡ଼ ଦେବାକୁ ଜମି ଦେଉନାହାନ୍ତି। ଅନୁପ୍ରବେଶ ଜାତୀୟ ସୁରକ୍ଷା ପ୍ରତି ବିପଦ । ପଶ୍ଚିମବଙ୍ଗରେ ଏଥର ବିଜେପି ସରକାର ଗଢ଼ିବ ଓ ରାଜ୍ୟରୁ ଭୟ ଏବଂ ଭ୍ରଷ୍ଟାଚାର ଦୂର ହେବ ବୋଲି ଶାହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସନ୍ଧ୍ୟା ୭ଟା ପରେ ମହିଳା ଘରୁ ନବାହାରିବା ପାଇଁ ମମତାଙ୍କ ପରାମର୍ଶକୁ ଶାହ ସମାଲୋଚନା କରିଥିଲେ ।

ଅଧିକ ପଢ଼ନ୍ତୁ :  SIRକୁ ନେଇ ପଶ୍ଚିମବଙ୍ଗ ପଲିଟିକ୍ସ ସରଗରମ: ମମତା କହିଲେ, ‘ମୁଁ SIR କରିବିନି’

 ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାହଙ୍କୁ ଦୁର୍ୟ୍ୟୋଧନ ଏବଂ ଦୁଃଶାସନ ସହ ତୁଳନା କରିଛନ୍ତି ମମତା ବାନାର୍ଜୀ। ପଶ୍ଚିମବଙ୍ଗର ବାଙ୍କୁରା ବୀରସିଂପୁରରେ ଏକ ଜନସଭାରେ ମମତା ଭାଷଣ ଦେଇଥିଲେ। ନିର୍ବାଚନ ହେବାକୁ ଯାଉଥିବା ବଭିନ୍ନ ରାଜ୍ୟରେ ଆତଙ୍କବାଦୀ ସକ୍ରିୟ ଥିବା ଅମିତ ଶାହଙ୍କ ଅଭିଯୋଗର ମମତା ଜବାବ ଦେଇ ପହଲଗାମ୍ ଆକ୍ରମଣ ଓ ଦିଲ୍ଲୀ ବିସ୍ଫୋରଣ ପ୍ରସଙ୍ଗ ଉଠାଇ ପାଲଟା ଜବାବ ମାଗିଥିଲେ। ମମତା କହିଛନ୍ତି, ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦୀ ଓ ଶାହ ବାରମ୍ବାର ପଶ୍ଚିମବଙ୍ଗକୁ ଆସୁଛନ୍ତି।  କିନ୍ତୁ ରାଜ୍ୟବାସୀ ବିଜେପିକୁ କ୍ଷମତାରୁ ଦୂରେଇ ରଖିବେ ।   ପଶ୍ଚିମବଙ୍ଗରେ ଏଥର ବିଜେପି ସରକାର ଗଢ଼ିବ ବୋଲି ଅମିତ ଶାହ ଦୃଢ଼ତାର ସହ କହୁଥିବା ବେଳେ ମମତା ବାନାର୍ଜୀ ତାଚ୍ଛଲ୍ୟ କରିଛନ୍ତି ।