ବିଧାନସଭାରେ ବଢ଼ିପାରେ ଏକ ତୃତୀୟାଂଶ ଆସନ ! ବହୁ ନେତାଙ୍କ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ !

Advertisment

ମୁଖ୍ୟମନ୍ତ୍ରୀଙ୍କର ବୟାନ ଶୀତୁଆ ଓଡ଼ିଶାରେ ରାଜନୈତିକ ପାରଦକୁ ଉଷ୍ଣ କରିଛି । ଶୀର୍ଷ ସ୍ତରରୁ ତୃଣମୂଳସ୍ତର ଯାଏଁ ଚର୍ଚ୍ଚା, ଆସନ ବଢ଼ିଲେ ଆମ ନିର୍ବାଚନମଣ୍ଡଳୀର ଭାଗ୍ୟ କ’ଣ ହେବ ? ନେତାଙ୍କ କ୍ୟାରିୟର ପ୍ରଭାବିତ ହେବନି ତ ? ଏଭଳି ଆଶା ଓ ଆଶଙ୍କାରେ ୩ ପ୍ରମୁଖ ଦଳର ନେତା ଓ କର୍ମୀ ।

ମୁଖ୍ୟମନ୍ତ୍ରୀଙ୍କର ବୟାନ ଶୀତୁଆ ଓଡ଼ିଶାରେ ରାଜନୈତିକ ପାରଦକୁ ଉଷ୍ଣ କରିଛି । ଶୀର୍ଷ ସ୍ତରରୁ ତୃଣମୂଳସ୍ତର ଯାଏଁ ଚର୍ଚ୍ଚା, ଆସନ ବଢ଼ିଲେ ଆମ ନିର୍ବାଚନମଣ୍ଡଳୀର ଭାଗ୍ୟ କ’ଣ ହେବ ? ନେତାଙ୍କ କ୍ୟାରିୟର ପ୍ରଭାବିତ ହେବନି ତ ? ଏଭଳି ଆଶା ଓ ଆଶଙ୍କାରେ ୩ ପ୍ରମୁଖ ଦଳର ନେତା ଓ କର୍ମୀ ।

Major Political Shift

Major Political Shift Photograph: (Kanak News)

କନକ ବ୍ୟୁରୋ : ଦୀର୍ଘବର୍ଷ ପରେ ଓଡ଼ିଶା ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବିଧାନସଭା ଆସନ ବଢିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତ ପରେ ନେତାଙ୍କ ଠାରୁ କର୍ମୀ ଶଙ୍କାରେ । ବଦଳିଯିବନି ଯିବନି ତ ଆମ ନିର୍ବାଚନମଣ୍ଡଳୀ ଆସନ ? ହାତ ଛାଡିଦେବେନି ତ ନେତା ? ଏସବୁ ଭିତରେ ନୂଆ ପିଢିର ନେତାଙ୍କର ଛାତି କୁଣ୍ଢେମୋଟ ହୋଇଗଲାଣି । କହିଲେଣି, ଏଥର ଆମ ପାଇଁ ବାଟ ଫିଟିବ ।

ମୁଖ୍ୟମନ୍ତ୍ରୀଙ୍କର ବୟାନ ଶୀତୁଆ ଓଡ଼ିଶାରେ ରାଜନୈତିକ ପାରଦକୁ ଉଷ୍ଣ କରିଛି । ଶୀର୍ଷ ସ୍ତରରୁ ତୃଣମୂଳସ୍ତର ଯାଏଁ ଚର୍ଚ୍ଚା, ଆସନ ବଢ଼ିଲେ ଆମ ନିର୍ବାଚନମଣ୍ଡଳୀର ଭାଗ୍ୟ କ’ଣ ହେବ ? ନେତାଙ୍କ କ୍ୟାରିୟର ପ୍ରଭାବିତ ହେବନି ତ ? ଏଭଳି ଆଶା ଓ ଆଶଙ୍କାରେ ୩ ପ୍ରମୁଖ ଦଳର ନେତା ଓ କର୍ମୀ । ୨୦୨୭ ଜନଗଣନା ପରେ ସୀମା ପୁନଃନିର୍ଦ୍ଧାରଣ ହେଲେ ବଦଳିଯିବ ଅନେକ ନିର୍ବାଚନମଣ୍ଡଳୀର ଇତିହାସ ଓ ଭୂଗୋଳ । ବଦଳିଯିବ ଆସନ, ବଦଳିଯିବ ଚେହେରା । କିଛି ନିର୍ବାଚନମଣ୍ଡଳୀର ବିଲୟ ଘଟିବ, ଅନେକ ନିର୍ବାଚନମଣ୍ଡଳୀ ନୂଆ ନାଁରେ ନୂଆ ରୂପରେ ଜନ୍ମ ନେବ । ଠିକ୍ ରାଜନଗର-ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ଭଳି ।

ଅଧିକ ପଢ଼ନ୍ତୁ : ଭଙ୍ଗାଯିବନି ବର୍ତ୍ତମାନର ବିଧାନସଭା କୋଠା ; ନୂଆ ବିଧାନସଭା ତିଆରି ହେଲେ, ମ୍ୟୁଜିୟମ୍ ହେବ ପୁରୁଣା କୋଠା

ପ୍ରାୟ ଏକ ତୃତୀୟାଂଶ ଆସନ ବଢିବା ନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ସୁଯୋଗ ଅପେକ୍ଷାରେ ଥିବା ଅନେକ ନୂଆ ନେତାଙ୍କ ରାଜନୈତିକ ଏଣ୍ଟ୍ରି ହେବ । ୨୦୦୯ରେ ଶେଷ ଥର ପାଇଁ ହୋଇଥିଲା ସୀମା ପୁନଃନିର୍ଦ୍ଧାରଣ । ଏହା ପୂର୍ଣ୍ଣାଙ୍ଗ ନଥିଲେ ମଧ୍ୟ ଅତି ପ୍ରଭାବୀ ହୋଇଥିଲା । ଏହା ଜରିଆରେ ବଳଶାଳୀ ହୋଇଥିଲା ବିଜେଡି, ପ୍ରଭାବ ହରାଇଥିଲା ବିଜେପି । ତେଣୁ ଆଗକୁ ହେବାକୁ ଥିବା ସୀମା ପୁନଃନିର୍ଦ୍ଧାରଣ ୩ ରାଜନୈତିକ ଦଳ ସହ ନେତାଙ୍କ ଚିନ୍ତା ବଢାଇ ଦେଇଛି । କାରଣ ଭାଗମାପ ଭୁଲ ହେଲେ ହାତରୁ ଚାଲିଯିବ ଆସନ । ଭୌଗୋଳିକ ଓ ଜନସଂଖ୍ୟା ଆଧାରରେ ପ୍ରସ୍ତୁତ ହେବ ନୂଆ ନିର୍ବାଚନମଣ୍ଡଳୀ । ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କଟକ, କୋରାପୁଟ, ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା ଭଳି ଅନେକ ଜିଲ୍ଲାରେ ନୂଆ ନିର୍ବାଚନମଣ୍ଡଳୀ ଜନ୍ମ ନେବ ।

ସୀମା ପୁନଃ ନିର୍ଦ୍ଧାରଣ ହେଲେ ଖାଲି ଆସନ ବଢିବନି ବରଂ ଅନେକ ନିର୍ବାଚନମଣ୍ଡଳୀର ଭାଗ୍ୟ ଓ ଭବିଷ୍ୟତରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe