‘କୋଟିଆରେ ପଶିଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ; କୋଟିଆର ମାଆ ହେବାକୁ ଚେଷ୍ଟା ନକରୁ ଆନ୍ଧ୍ର’

Advertisment

ଆନ୍ଧ୍ର ସହ ସୀମା ବିବାଦରେ ଫସିଥିବା କୋରାପୁଟ ଜିଲ୍ଲା କୋଟିଆକୁ ନେଇ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସଫା ସଫା କହିଛନ୍ତି, କୋଟିଆର ମାଆ ଓଡ଼ିଶା, ମାଉସୀ ହେଉଛି ଆନ୍ଧ୍ର ପ୍ରଦେଶ । ମାଆ ଥିଲା ଯାଏଁ ମାଉସୀର ଆବଶ୍ୟକତା ନାହିଁ ।

ଆନ୍ଧ୍ର ସହ ସୀମା ବିବାଦରେ ଫସିଥିବା କୋରାପୁଟ ଜିଲ୍ଲା କୋଟିଆକୁ ନେଇ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସଫା ସଫା କହିଛନ୍ତି, କୋଟିଆର ମାଆ ଓଡ଼ିଶା, ମାଉସୀ ହେଉଛି ଆନ୍ଧ୍ର ପ୍ରଦେଶ । ମାଆ ଥିଲା ଯାଏଁ ମାଉସୀର ଆବଶ୍ୟକତା ନାହିଁ ।

Kotia Border Dispute

Kotia Border Dispute Photograph: (Kanak News)

କନକ ବ୍ୟୁରୋ : କୋଟିଆକୁ ନେଇ କଠୋର ହେଲେ ସରକାର । ରାଜସ୍ୱ ମନ୍ତ୍ରୀ ପୂଜାରୀଙ୍କ ରୋକ୍‌ଠୋକ୍ ଚେତାବନୀ । ଆଉ ଥରେ କୋଟିଆରେ ପଶିଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ । କୋଟିଆ କମିଟି ବୈଠକ ପରେ ଓଡ଼ିଶାକୁ କୋଟିଆର ମାଆ ଓ ଆନ୍ଧ୍ରକୁ ମାଉସୀ ବୋଲି କହିବା ସହ ସୀମା ବିବାଦକୁ ନେଇ ଆନ୍ଧ୍ର ସହ କଥା ହେବି ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହ ସାମ୍ନାକୁ ଆସିଛି କୋଟିଆ ପାଇଁ ସରକାରଙ୍କ ରୋଡ୍‌ମ୍ୟାପ ।

ଆନ୍ଧ୍ର ସହ ସୀମା ବିବାଦରେ ଫସିଥିବା କୋରାପୁଟ ଜିଲ୍ଲା କୋଟିଆକୁ ନେଇ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସଫା ସଫା କହିଛନ୍ତି, କୋଟିଆର ମାଆ ଓଡ଼ିଶା, ମାଉସୀ ହେଉଛି ଆନ୍ଧ୍ର ପ୍ରଦେଶ । ମାଆ ଥିଲା ଯାଏଁ ମାଉସୀର ଆବଶ୍ୟକତା ନାହିଁ । କୋଟିଆ କାଲି ବି ଓଡ଼ିଶାର ଥିଲା । ଆଜି ବି ଓଡ଼ିଶାର ଅଙ୍ଗ ହୋଇ ରହିଛି । କୋଟିଆ ଗସ୍ତରୁ ଫେରି ଆଜି ଲୋକସେବା ଭବନରେ ସମୀକ୍ଷା କରିଥିଲେ ମନ୍ତ୍ରୀ । କ୍ଷୋଭର ସହ କୋଟିଆର ୨୧ଟି ଗାଁକୁ ନେଇ ଲାଗି ରହିଥିବା ସୀମା ବିବାଦ ସଂପର୍କରେ କହୁ କହୁ ମନ୍ତ୍ରୀ ବାବୁଙ୍କୁ ପଚାରିଥିଲେ, କାହିଁକି ସେ ଗାଁ ଲୋକେ ସରକାରୀ ସୁବିଧାରୁ ବଞ୍ଚିତ, ଜବାବ ଦିଅ । ନିଜେ ଆନ୍ଧ୍ର ପ୍ରଦେଶ ସହ ଆଲୋଚନା କରିବେ ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ : କୋଟିଆକୁ ନେଇ ଚାଲିଛି କି ରାଜନୀତି ; କେବେ ବନ୍ଦ ହେବ ଆନ୍ଧ୍ରର ଦାଦାଗିରି?

ବିକଶିତ କୋଟିଆ ପାଇଁ ବିସ୍ତୃତ ରୋଡ୍‌ମ୍ୟାପ କରିଛି ଓଡ଼ିଶା । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଦକ୍ଷତା ବିକାଶ, ଗରିବ କଲ୍ୟାଣକୁ ଦିଆଯାଇଛି ପ୍ରାଥମିକତା । ସ୍ୱତନ୍ତ୍ର ପ୍ୟାକେଜ ପ୍ରସଙ୍ଗରେ ଆଲୋଚନା କରିଛି କୋଟିଆ କମିଟି । ଓଡ଼ିଆ ଭାଷାର ପ୍ରଚଳନ ବଢ଼ାଇବାକୁ ସେଠାରେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିଛି ସଂସ୍କୃତି ବିଭାଗ । କୋଟିଆର ମେଧାବୀ ପିଲାଙ୍କୁ ଭୁବନେଶ୍ୱରରେ ଶିକ୍ଷାଦାନ ପାଇଁ ବି ହୋଇଛି ଆଲୋଚନା । ଅନ୍ୟପକ୍ଷରେ ତାତ୍ସଲ୍ୟ କରିଛି ବିଜେଡି । କହିଛି, କୋର୍ଟ ରାୟ ନଆସିବା ଯାଏଁ କେହି କିଛି କରିପାରିବେନି ।

କୋଟିଆକୁ ନେଇ ଆନ୍ଧ୍ର ସହ ଲଢ଼ୁଛି ଓଡ଼ିଶା ସରକାର । ଏପଟେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏଭଳି ସ୍ଥିତିରେ କୋଟିଆବାସୀଙ୍କ ମନ କିଏ ଜିଣୁଛି, ତା ଉପରେ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe