କନକ ବ୍ୟୁରୋ : କଂଗ୍ରେସ ହାଇକମାଣ୍ଡ ଚାହିଁଲେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ବୟାନ ଦେଇଛନ୍ତି । ନେତୃତ୍ୱ ପରିବର୍ତ୍ତନ ନେଇ ହାଇକମାଣ୍ଡଙ୍କ ନିଷ୍ପତ୍ତି ସେ ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମାନିବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Advertisment

ମାତ୍ର ୨୪ଘଣ୍ଟା ମଧ୍ୟରେ କର୍ଣ୍ଣାଟକ କଂଗ୍ରେସ ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କ ମତ ବଦଳାଇବା ବେଶ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସିଦ୍ଧରମୈୟା ଗତକାଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ମାତ୍ର ଗାଦିରେ ରହିବା ନ ରହିବା ସବୁ କିଛି କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ସିଦ୍ଧରମୈୟା ଛାଡିଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ବିଜେପିକୁ ଦେଲେ ଗୃହ ବିଭାଗ, ହେଲେ କଣ୍ଟ୍ରୋଲ ଏବେ ବି ନୀତିଶଙ୍କ ହାତରେ?

ମାତ୍ର ବେଙ୍ଗାଲୁରଠାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପରେ ପୂରା ସମୟ ମୁଖ୍ୟମନ୍ତ୍ରୀ ରହିବେ ବୋଲି ବୟାନ ଦେଇଥିବା ସିଦ୍ଦରମୈୟା କାହିଁକି ମତ ବଦଳାଇଲେ ? ହାଇକମାଣ୍ଡଙ୍କ ଚାପ ନା ଆଉ କିଛି ? ମୁଖ୍ୟମନ୍ତ୍ରୀ ଭାବରେ ପୂରା ସମୟ ରହିବେ ବୋଲି ତାଙ୍କ ବୟାନ ପରେ ଉପମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଏହି ଶୁଭେଚ୍ଛା ପଛର ଉଦ୍ଦେଶ୍ୟକୁ ବୁଝିପାରି ସିଦ୍ଧରମୈୟା ଆଜି ଅଲଗା ବୟାନ ଦେଇଥିବା କୁହାଯାଉଛି ।

ଏହା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଗୋଷ୍ଠୀରୁ ଆଉ କିଛି ବିଧାୟକ ଆଜି ଦିଲ୍ଲୀ ଯାଉଛନ୍ତି । ଏହା ସହିତ ଗତ କିଛି ଦିନ ହେବ ବେଙ୍ଗାଲୁରରେ ଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟ ଆଜି ଦିଲ୍ଲୀ ଫେରିବେ । ଏହାଛଡା ବିଦେଶରେ ଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବାପରେ କର୍ଣ୍ଣାଟକ କଂଗ୍ରେ ଗାଦି ରାଜନୀତି ଉପରେ କିଛି ବଡ ନିଷ୍ପତ୍ତି ନିଆଯାଇପାରେ ।