ବିହାର ନିର୍ବାଚନ ପୂର୍ବରୁ ନୀତିଶ ମାଗଣା ବିଜୁଳି ଘୋଷଣା : ବିରୋଧୀ କହିଲେ ନିର୍ବାଚନୀ ଧୂଆଁବାଣ

Advertisment

୧ ଅଗଷ୍ଟ ୨୦୨୫ରୁ ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ମିଳିବ

୧ ଅଗଷ୍ଟ ୨୦୨୫ରୁ ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ମିଳିବ

59

BiharPolitics : ବିହାର ନିର୍ବାଚନ ପୂର୍ବରୁ ନୀତିଶ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟବାସୀଙ୍କୁ ବିଜୁଳି ବିଲ୍ ବୋଝରୁ ମୁକ୍ତ କରିବା ପାଇଁ ବଡ଼ ପଦକ୍ଷେପ । ବିହାରରେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି ଯେ, ୧ ଅଗଷ୍ଟ ୨୦୨୫ରୁ ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ମିଳିବ, ଯାହା ଜୁଲାଇ ମାସର ବିଲ୍‌ରୁ ଲାଗୁ ହେବ । ଏହାଦ୍ୱାରା ୧ କୋଟି ୬୭ ଲକ୍ଷ ପରିବାର ଉପକୃତ ହେବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ତିନି ବର୍ଷ ମଧ୍ୟରେ ଉପଭୋକ୍ତାଙ୍କ ସହମତିରେ ସୌର ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ କରାଯିବ । ଏନେଇ ନୀତିଶ କୁମାର ଟୁଇଟ୍ କରି ଘୋଷଣା କରିଛନ୍ତି । ଜେଡିୟୁ ନେତାମାନେ ଏହି  ଘୋଷଣାକୁ ଐତିହାସିତ ବୋଲି କହିଛନ୍ତି । ସେପଟେ ବିରୋଧୀ ଏହାକୁ ନିର୍ବାଚନୀ ଧୂଆଁବାଣ ବୋଲି କହିଛନ୍ତି । 

ବିହାରର ସବୁଠି ଲଗାଯିବ ସୌର ପ୍ୟାନେଲ  
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆହୁରି ଲେଖିଛନ୍ତି, "ଆମେ ଏହା ମଧ୍ୟ ନିଷ୍ପତ୍ତି ନେଇଛୁ ଯେ ଆଗାମୀ ତିନି ବର୍ଷ ମଧ୍ୟରେ, ଏହି ସମସ୍ତ ଘରୋଇ ଗ୍ରାହକଙ୍କ ସମ୍ମତି ନେବା ପରେ ସେମାନଙ୍କ ଘରର ଛାତ ଉପରେ କିମ୍ବା ନିକଟତମ ସାର୍ବଜନୀନ ସ୍ଥାନରେ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯିବ, ଏହାଦ୍ୱାରା ଗରିବ ଲୋକେ ଲାଭବାନ ହେବେ।"

ସରକାର ଦେବେ ସୌର ପ୍ୟାନେଲର ଖର୍ଚ୍ଚ 
ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ 'କୁଟିର ଜ୍ୟୋତି ଯୋଜନା' ଅଧୀନରେ, ରାଜ୍ୟ ସରକାର ଅତ୍ୟନ୍ତ ଗରିବ ପରିବାର ପାଇଁ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । କେବଳ ଏତିକି ନୁହେଁ, ସରକାର ଅନ୍ୟ ଲୋକମାନଙ୍କୁ ମଧ୍ୟ ଉପଯୁକ୍ତ ସହାୟତା ଯୋଗାଇବେ । ଏହା ଯୋଗୁଁ, ଘରୋଇ ଗ୍ରାହକମାନଙ୍କୁ ଏବେ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe