କନକ ବ୍ୟୁରୋ : ଇଭିଏମରେ ନିରପେକ୍ଷ ନୁହେଁ ନିର୍ବାଚନ । ଭୋଟ୍ ଚୋରି ହେଉଛି । ଏଭଳି ଏକାଧିକ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିସନର ଓ ବିଜେପି ସରକାରଙ୍କୁ ଶାଣିତ ଆକ୍ରମଣ କରୁଥିବା ରାହୁଲ ଗାନ୍ଧୀଙ୍କୁ ହରଡ଼ଘଣାରେ ପକାଇଛି କର୍ଣ୍ଣାଟକ କଂଗ୍ରେସ ।
ସର୍ଭେ ରିପୋର୍ଟ କଂଗ୍ରେସର ଚିନ୍ତା ବଢ଼ାଇଛି । ୨୦୨୪ ଲୋକସଭା ନିର୍ବାଚନ ସମୟରେ ରାଜ୍ୟ ସରକାର କରିଥିବା ସର୍ଭେ ରିପୋର୍ଟ ଦର୍ଶାଉଛି ଯେ ୮୩.୫୦% ଭୋଟରଙ୍କର ଇଭିଏମ୍ ଉପରେ ବିଶ୍ୱାସ ବଜାୟ ରଖିଛନ୍ତି । ଇଭାଲ୍ୟୁଏସନ ଅଫ୍ ଡେଡଲାଇନ ସର୍ଭେ ଅଫ୍ ନଲେଜ, ଆଟିଚ୍ୟୁଡ୍ ଆଣ୍ଡ ପ୍ରାକ୍ଟିସ୍ ଅଫ୍ ସିଟିଜେନ୍ ସର୍ଭେରେ ୬୯.୩୯% ଭୋଟର ଇଭିଏମ୍ ଉପରେ ବିଶ୍ୱାସ କରିଛନ୍ତି । ନିର୍ବାଚନ ଫଳାଫଳ ସଠିକ୍ ବୋଲି କହିଛନ୍ତି । ସେହପିରି ୧୪.୨୨% ଭୋଟରଙ୍କର ଇଭିଏମ୍ ଉପରେ ଦୃଢ଼ ବିଶ୍ୱାସ ରହିଛି । ୧୦୨ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ଭେ କରାଯାଇଥିଲା ।
ଅଧିକ ପଢ଼ନ୍ତୁ : ନିର୍ବାଚନ ପୂର୍ବରୁ ସରଗରମ ପଶ୍ଚିମବଙ୍ଗ ରାଜନୀତି, ଅନୁପ୍ରବେଶକୁ ନେଇ ବିଜେପି ଓ ଟିଏମସି ମୁହାଁମୁହିଁ
ରାହୁଲ ଗାନ୍ଧୀ ଗୋଟିଏ ପରେ ଗୋଟିଏ ପ୍ରମାଣ ରଖି ବିଜେପି ଓ ନିର୍ବାଚନ କମିସନଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ଏଭଳି ରିପୋର୍ଟ ଦଳକୁ ଦ୍ୱନ୍ଦ୍ୱରେ ପକାଇଲାଣି । ମଉକା ଦେଖି କଂଗ୍ରେସକୁ ତେରଛା ବାଣ ମାରିଛି ବିଜେପି । ଗତବର୍ଷରୁ ହିଁ କର୍ଣ୍ଣାଟକ କଂଗ୍ରେସ ସରକାରରେ କିଛି ଠିକ୍ ନାହିଁ ବୋଲି ଚର୍ଚ୍ଚା ହେଉଛି । କ୍ଷମତା ଲଢ଼େଇରେ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ସେପଟେ ଇଭିଏମର ସ୍ୱଚ୍ଛତା ଉପରେ ବାରମ୍ବାର ପ୍ରଶ୍ନ ଉଠାଉଥିବା ରାହୁଲଙ୍କୁ ବର୍ତ୍ତମାନ ବଡ଼ ଝଟକା ଦେଇଛି ରାଜ୍ୟ ସରକାରଙ୍କ ସର୍ଭେ ରିପୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/02/evm-bias-allegation-2026-01-02-23-04-39.jpg)