Dharmendra Pradhan Photograph: (Kanak News)
କନକ ବ୍ୟୁରୋ: ବିହାର ନିର୍ବାଚନ ଫଳାଫଳ ବାହାରିବା ପରେ ଓଡ଼ିଶାରେ ପ୍ରଥମ ଥର ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ବିହାରରେ ଏନ୍ଡିଏ ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସିବା ପରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ ଦିଆଯାଇଛି । ଶହଶହ ବିଜେପି କର୍ମୀ ଓ ନେତା ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ପାରମ୍ପରିକ ନୃତ୍ୟବାଦ୍ୟରେ ତାଙ୍କୁ ସ୍ବାଗତ କରିଛନ୍ତି ଦଳୀୟ ନେତା । ବିମାନବନ୍ଦରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ବିଭୁ ପ୍ରସାଦ ତରାଇ, ବିଧାୟକ ଟଙ୍କଧର ତ୍ରିପାଠୀ, ଗୋଲେକ ମହାପାତ୍ର, ପିଙ୍କି ପ୍ରଧାନ, ତେଜେଶ୍ବର ପରିଡ଼ା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା । ଏଠାରୁ ସେ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଜଣାପଡ଼ିଛି । ତା'ପରେ ସେ କଟକରେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ ।
ଆହୁରି ପଢ଼ନ୍ତୁ : ନୀତୀଶ ସରକାରରେ ବିଜେପି ପାଓ୍ୱାରଫୁଲ୍ ; ଏକାକି ହାତେଇଲା ଅଧାରୁ ଅଧିକ ମନ୍ତ୍ରୀ ପଦ
ସେପ୍ଟେମ୍ବରରେ ଧର୍ମେନ୍ଦ୍ରଙ୍କୁ ମିଳିଥିଲା ବିହାର ଦାୟିତ୍ବ
ବିହାରରେ ଏନ୍ଡିଏକୁ ୨୦୨ ଆସନ ସହ ସ୍ପଷ୍ଟ ଓ ପ୍ରବଳ ବହୁମତ ମିଳିଛି । ୩୫ ଆସନ ଭିତରେ ମହାମେଣ୍ଟ ସୀମିତ ରହିଛି । ଏହି ସଫଳତା ପଛରେ କେବଳ ନୀତୀଶ କୁମାରଙ୍କ ଯୋଜନା ଅଛି ତାହା ନୁହେଁ ବରଂ ବିଜେପିର ସୁପରିକଳ୍ପିତ ରଣନୀତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ମୋଦୀ-ନୀତୀଶ ଯୋଡ଼ି ଏପରି ପରିବେଶ ସୃଷ୍ଟି କଲେ ଯେ ଏନ୍ଡିଏର ପୁରୁଣା ‘ଚମକ’ ଫେରି ଆସିଲା । କୁହାଯ।ଉଛି ଧର୍ମେନ୍ଦ୍ରଙ୍କ ଗୋଟିଏ ଚାଳନା ଆଗରେ ବିରୋଧ ତିଷ୍ଠିପାରିନଥିଲେ ।
ବିହାର ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କର ପୁରୁଣା ସମ୍ପର୍କ ରହିଛି । ୨୦୧୨ରେ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେବେଠାରୁ ସେ ଏଠାକାର ରାଜନୀତି ଏବଂ ବିଜେପି ସଂଗଠନ ସହିତ ଗଭୀର ଭାବରେ ଜଡିତ ଥିଲେ । ଏହି ସମୟ ମଧ୍ୟରେ ସେ ଦଳ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ ଏବଂ ସଂଗଠନକୁ ମଜବୁତ କରିବାରେ ସହଯୋଗ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ବି ବହୁତ ଭଲ ।
ଆହୁରି ପଢ଼ନ୍ତୁ : ନୀତୀଶ ସରକାରରେ ବିଜେପି ପାଓ୍ୱାରଫୁଲ୍ ; ଏକାକି ହାତେଇଲା ଅଧାରୁ ଅଧିକ ମନ୍ତ୍ରୀ ପଦ
ନିର୍ବାଚନ ରଣନୀତିକାର ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ରେକର୍ଡ
ପଶ୍ଚିମବଙ୍ଗ ୨୦୨୧
ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେବଳ ନନ୍ଦିଗ୍ରାମ ଆସନର ଦାୟିତ୍ୱ ଦିଆଯାଇଥିଲା, ଯେଉଁଠାରେ ମମତା ବାନାର୍ଜୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ଉତ୍ତରାଖଣ୍ଡ ୨୦୧୭ ଓ ୟୁପି ୨୦୨୨
ଉତ୍ତରାଖଣ୍ଡ ଓ ୟୁପିରେ ବିଜେପିର ଦୃଢ଼ ପ୍ରତ୍ୟାବର୍ତ୍ତନ କରିବାରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।
ଓଡ଼ିଶା ୨୦୨୪
ବିଜେଡିକୁ ପରାସ୍ତ କରି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଥିଲା, ଯେଉଁଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା।
ହରିୟାଣା ୨୦୨୪
ହରିୟାଣାରେ ଶାସନ ବିରୋଧୀ ଲହର ଏବଂ ଅନେକ ଆହ୍ବାନ ସତ୍ତ୍ବେ ବିଜେପିର ପ୍ରତ୍ୟାବର୍ତ୍ତନ ଯୋଜନା ଚମତ୍କାର ଭାବେ କାମ କରିଛି।
Follow Us