କନକ ବ୍ୟୁରୋ : ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଅକ୍ଟୋବର ୬ ତାରିଖ ପରେ ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ । ଆସନ ହାତେଇବାକୁ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଯାଇଛି ବିହାରର କମାଣ୍ଡ । ବିଧାନସଭା ନିର୍ବାଚନ ପ୍ରଭାରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ବ ଦେଇଛି ବିଜେପି । ବିହାରରେ ନିର୍ବାଚନ ଭାର ସମ୍ଭାଳିବେ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସିଆର ପାଟିଲ ଓ କେଶବ ମୌର୍ଯ୍ୟାଙ୍କୁ ଦିଆଯାଇଛି ସହପ୍ରଭାରୀ ଦାୟିତ୍ବ । 

Advertisment