କନକ ବ୍ୟୁରୋ : ପାଣ୍ଡିଆନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେବ । ଏଥିପାଇଁ ତଥ୍ୟ ପ୍ରମାଣ ଏକାଠି କରିବାକୁ ଅଣ୍ଟା ଭିଡ଼ିଛି କ୍ରାଇମବ୍ରାଞ୍ଚ । ଏନେଇ ଅଭିଯୋଗକାରୀଙ୍କୁ କ୍ରାଇମବ୍ରାଞ୍ଚର ଚିଠି ପରେ ତେଜିଛି ରାଜନୀତି । ଅଭିଯୋଗକୁ ପ୍ରମାଣିତ କରିବାକୁ ଚ୍ୟାଲେଞ୍ଜ ଦେଇଛି ବିଜେଡି ।
ସରକାରକୁ ଆସିଲେ ପାଣ୍ଡିଆନଙ୍କୁ ବାନ୍ଧିବୁ । ବିଜେପି ନେତାଙ୍କ ଏଭଳି ଦମ୍ଭୋକ୍ତିକୁ ଏବେ ବଳ ଦେଇଛି କ୍ରାଇମବ୍ରାଞ୍ଚର ଚିଠି । ପୂର୍ବତନ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିରୋଧରେ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ପୂର୍ବ ସରକାର ସମୟରେ ପାଣ୍ଡିଆନଙ୍କ ବିରୋଧରେ ସରକାରୀ ନିୟମ ଉଲ୍ଲଂଘନର ଅଭିଯୋଗ ଆଣିଥିଲେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ । ଦୀର୍ଘ ମାସ ପରେ ଏବେ ଏହି ଫାଇଲ ଓଲଟାଇଛି କ୍ରାଇମବ୍ରାଞ୍ଚ । ସୁରେନ୍ଦ୍ରଙ୍କୁ ଚିଠି ଲେଖି, ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ୫ ତାରିଖର କଣ୍ଟ ଦେଇଛି କ୍ରାଇମବ୍ରାଞ୍ଚ ।
ଅଧିକ ପଢ଼ନ୍ତୁ : ୨୦୨୬ ହେବ ରାଜନୀତି ପାଇଁ ପରୀକ୍ଷାର ବର୍ଷ, ରାଜ୍ୟସଭା ଓ ପଞ୍ଚାୟତ ନିର୍ବାଚନ କହିବ କାହାର କେତେ ଦମ୍ ?
ପାଣ୍ଡିଆନଙ୍କ ଦ୍ୱାରା ଓଡ଼ିଶା ରୁଲସ ଅଫ ବିଜିନେସ-୧୯୫୬ର ଉଲ୍ଲଘଂନ ନେଇ ୨୦୨୫ ମେ’ ୨୯ ତାରିଖରେ କ୍ରାଇମବ୍ରାଞ୍ଚ ପ୍ରାରମ୍ଭିକ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି ।
ପୂର୍ବ ସରକାର ସମୟରେ ହେଲିକପ୍ଟରରେ ଜିଲ୍ଲାକୁ ଜିଲ୍ଲା ଘୂରି ବୁଲୁଥିଲେ ପାଣ୍ଡିଆନ । ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ବେଆଇନ ଭାବେ ସରକାରୀ କ୍ଷମତାର ଅପବ୍ୟବହାର । ଏଥିପାଇଁ ସରକାରୀ ତହବିଲ ପାଣି ଭଳି ହୋଇଥିଲା ଟଙ୍କା ଖର୍ଚ୍ଚ ।
ଏସବୁ ଭିତରେ ଆଇନମନ୍ତ୍ରୀ କହିଛନ୍ତି, ଭୁଲ୍ କାମ କଲେ ଦଣ୍ଡ ମିଳେ । ତଦନ୍ତର ସାମ୍ନା କରିବାକୁ ପଡ଼େ । ଯିଏ ଭୁଲ କରିଥିଲେ ବା କରିଛନ୍ତି ଆଗାମୀ ଦିନରେ ତଦନ୍ତର ସାମ୍ନା କରିବେ । ଅନ୍ୟପଟେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । କହିଛନ୍ତି, କ୍ରାଇମ୍ବ୍ରାଞ୍ଚ୍ କ’ଣ, ସିବିଆଇ ତଦନ୍ତ କଲେ ବି କିଛି ମିଳିବନି ।
ଏବେ ପ୍ରଶ୍ନ ଉଠୁଛି, କ୍ରାଇମ୍ବ୍ରାଞ୍ଚ୍ ନିଜକୁ କେବଳ ତଦନ୍ତରେ ସୀମିତ ରଖିବନି ତ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/03/pandian-2026-01-03-22-02-41.jpg)