କନକ ବ୍ୟୁରୋ : ପୂର୍ବତନ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ । ବିଜେଡି ସରକାର ସମୟରେ ପାଣ୍ଡିଆନ ନିୟମର ଉଲଂଘନ କରିଥିବା ଅଭିଯୋଗର ଖୋଳତାଡ ଆରମ୍ଭ କରିଛି କ୍ରାଇବ୍ରାଞ୍ଚ । ପ୍ରଥମେ ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଆସନ୍ତା ୬ ତାରିଖ ସୁଦ୍ଧା ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ଅଭିଯୋଗକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ୨୦୨୪ ଫେବୃୟାରୀ ୮ତାରିଖରେ ରାଜ୍ୟ ଗୃହ ସଚିବଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଛି । ବିଏନ୍ଏସଏସର ଧାରା ୯୪ ଅନ୍ତର୍ଗତ ଡିସେମ୍ବର ୧୫ତାରିଖରେ ଏହି ନୋଟିସ୍ ଜାରି କରିଛନ୍ତି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସପି ସନ୍ତୋଷ କୁମାର ଗୌଡ଼ ।
ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ବିରୋଧରେ ରହିଥିବା ଅଭିଯୋଗର ସତ୍ୟତା ପରଖିବା ପାଇଁ କ୍ରାଇମବ୍ରାଞ୍ଚ ୨୦୨୫ ମେ’ ୨୯ତାରିଖରେ ମଧ୍ୟ ଏନେଇ ପ୍ରାରମ୍ଭିକ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି । ସୁରେନ୍ଦ୍ର ପାଣିଗ୍ରାହୀ ତାଙ୍କ ଅଭିଯୋଗରେ ପାଣ୍ଡିଆନଙ୍କ ଦ୍ୱାରା ଓଡ଼ିଶା ରୁଲସ ଅଫ ବିଜିନେସ-୧୯୫୬ର ଉଲ୍ଲଘଂନ ସହ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ଆଣିଛନ୍ତି ।
ଅଧିକ ପଢ଼ନ୍ତୁ---ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ; ନୂଆ ରୂପ ପାଇବ ଲୋକସେବା ଭବନ
ଅଭିଯୋଗ ଅନୁଯାୟୀ, ଫାଇଭ-ଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସମୟରେ ପାଣ୍ଡିଆନ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ବେଆଇନ ଭାବେ ସରକାରୀ କ୍ଷମତାର ଅପବ୍ୟବହାର କରିଥିଲେ । ପାଣ୍ଡିଆନ ସରକାରୀ ତହବିଲରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରି ହେଲିକପ୍ଟର ଗସ୍ତ ସହ କାର୍ଯ୍ୟକ୍ରମ ଆୟୋଜନ କରିଥିବା ନେଇ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/03/v-k-pandian-2026-01-03-12-55-42.jpg)