Bhakta das Photograph: (kanak news)
କନକ ବ୍ୟୁରୋ : ପିସିସି ସଭାପତି ଭକ୍ତ ଦାସଙ୍କୁ ମହଙ୍ଗା ପଡ଼ିଛି ‘ବିଭୀଷଣ’ ପ୍ରସଙ୍ଗ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ ଭକ୍ତ ବିଭୀଷଣ କଥା କହିବା ପରେ ପ୍ରଥମେ ବରିଷ୍ଠ ଆଉ ଏବେ ଯୁବ ନେତା ବିଷ ଉଗାରିଛନ୍ତି । କଂଗ୍ରେସରେ ଯଦି ବିଭୀଷଣ ଅଛନ୍ତି, ତେବେ ରାବଣ କିଏ ବୋଲି ପ୍ରଶ୍ନ କରିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ଏହି ‘ବିଭୀଷଣ’ ଉପାଖ୍ୟାନକୁ ନେଇ ଏବେ କଂଗ୍ରେସରେ ଝଡ଼ । ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ କିଛି ବରିଷ୍ଠ ନେତା ମୁହଁ ଖୋଲିଥିଲେ ।
ଏବେ ଯୁବ ନେତାମାନେ ଗଣମାଧ୍ୟମ ଆଗରେ ଭକ୍ତଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି । ଯଦି ଦଳରେ ବିଭୀଷଣ ଅଛନ୍ତି, ତେବେ ରାବଣ କିଏ ? ବୋଲି ପିସିସି ସଭାପତିଙ୍କୁ ପ୍ରଶ୍ନ କରି, ପରୋକ୍ଷରେ ଭକ୍ତଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ଦଳର ଯୁବ ନେତୃତ୍ବ । ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦଳୀୟ ସ୍ବାର୍ଥକୁ ପିସିସି ସଭାପତି ଜଳାଞ୍ଜଳି ଦେଉଥିବା ସିଧା ସିଧା ଅଭିଯୋଗ ଆଣିଛନ୍ତି ।
ଅଧିକ ପଢ଼ନ୍ତୁ--Aadhaar Card : ଆଧାର କାର୍ଡ ଅସଲି କି ନକଲି କେମିତି ଚିହ୍ନିବେ ?
ନୂଆପଡ଼ା ପରାଜୟ ପରେ ଆତ୍ମ ସମୀକ୍ଷା କଥା କହିବା ବେଳେ ଦଳ ଭିତରେ ଥାଇ କିଛି ଦଳ ବିରୋଧୀ କାମ କରିଥିବା ଅଭିଯୋଗ ଆଣିଥିଲେ ଭକ୍ତ ଦାସ । ଯାହାକୁ ନେଇ ଏବେ କଂଗ୍ରେସ ରାଜନୀତି ସରଗରମ ହୋଇଛି । ପୂର୍ବରୁ ବରିଷ୍ଠ ନେତାମାନେ ଏହାକୁ ନାପସନ୍ଦ କରିଥିଲେ । ବରିଷ୍ଠ ନେତା ମୋକିମ୍ ପ୍ରଶ୍ନ ଉଠାଇବା ସହ ଶୃଂଖଳା କମିଟିକୁ ଚିଠି ଲେଖିଥିଲେ । ତେବେ ମାପିଚୁପି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
Follow Us