କନକ ବ୍ୟୁରୋ: ଆଜିକାଲି ପ୍ରତି କାମରେ ଆଧାରକାର୍ଡର ଆବଶ୍ୟକତା ରହୁଛି । ସରକାରୀ କାମଠୁ ଆରମ୍ଭ କରି ବେସରକାରୀ କାମ ପର୍ଯ୍ୟନ୍ତ ବିନା ଆଧାର କାର୍ଡରେ କିଛି କରିବା ସମ୍ଭବ ହେଉନି । ହେଲେ ଅନେକ ସମୟରେ ଅଭିଯୋଗ ଆସେ କି ନକଲି ଆଧାରକାର୍ଡ ଦେଇ ଅନେକ ଲୋକ ଭୁଲ୍‌ କାମ କରୁଛନ୍ତି । ତେଣୁ କେମିତି ଚିହ୍ନିବେ କେଉଁ ଆଧାରକାର୍ଡ ଅସଲି ଓ କେଉଁଟା ନକଲି ।  

Advertisment

ଅନେକ ସମସ୍ୟାର ସମାଧାନ ପାଇଁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା UIDAI ଏକ ନୂଆ ମୋବାଇଲ୍ ଆପ୍ଲିକେସନ୍ 'mAadhaar' ଆରମ୍ଭ କରିଛି । ଯାହା ମାଧ୍ୟମରେ ଆପଣ ସହଜରେ ଯେକୌଣସି ଆଧାର କାର୍ଡର ସତ୍ୟତା ଯାଞ୍ଚ କରିପାରିବେ ।

ଆହୁରି ପଢ଼ନ୍ତୁ : ପଶୁମାନଙ୍କର ବି ଥାଏ ଆଧାର କାର୍ଡ ?  ଜାଣନ୍ତୁ  କେଉଁ କାମରେ ଆସିଥାଏ  କାନରେ ଲଗାଇଯାଇଥିବା  ହଳଦିଆ  ଟ୍ୟାଗ୍‌

mAadhaar ଆପ୍ କ'ଣ?

mAadhaar ହେଉଛି UIDAI ଦ୍ୱାରା ପ୍ରସ୍ତୁତ ଏକ ଅଫିସିଆଲ୍ ମୋବାଇଲ୍ ଆପ୍ଲିକେସନ୍ । ଏହି ଆପ୍ଲିକେସନ୍‌ରେ ନିଜର ଆଧାରକାର୍ଡକୁ ଆପଣ ଡିଜିଟାଲଜାଇଜେସନ୍‌ ମଧ୍ୟ କରିପାରିବେ । ଏହାକୁ ବ୍ୟବହାର କରି ଆପଣ ଆଧାର ଡାଉନଲୋଡ୍, ଠିକଣା ଅପଡେଟ୍ ଏବଂ ଅନ୍ୟାନ୍ୟ ସେବାର ଲାଭ ଉଠାଇ ପାରିବେ । ଏହି ଆପ୍ ଇଂରାଜି ସମେତ ୧୨ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ । ଯେଉଁଥିରେ ଓଡ଼ିଆ ଭାଷା ମଧ୍ୟ ସାମିଲ ରହିଛି ।

କେମିତି ଚିହ୍ନିବେ ନକଲି ଆଧାରକାର୍ଡ ?

ଅସଲି ଆଧାର କାର୍ଡରେ ଏକ ସୁରକ୍ଷିତ QR (Quick Response) କୋଡ୍ ରହିଥାଏ । ଏହି କୋଡରେ ଆଧାର କାର୍ଡଧାରୀଙ୍କର ଫଟୋ ସମେତ ସମସ୍ତ ତଥ୍ୟ ଯେମିତିକି ନାମ, ଠିକଣା, ଜନ୍ମ ତାରିଖ ଏବଂ ଲିଙ୍ଗ ଡିଜିଟାଲ୍ ଭାବେ ସ୍ୱାକ୍ଷରିତ ହୋଇ ସଂରକ୍ଷିତ ଥାଏ । ଏହି QR କୋଡକୁ mAadhaar ଆପ୍ ମାଧ୍ୟମରେ ସ୍କାନ୍ କରି ଆଧାର କାର୍ଡର ସତ୍ୟତା ଯାଞ୍ଚ କରାଯାଇପାରିବେ । ଯଦି କୌଣସି କାର୍ଡରେ ଥିବା ଫଟୋକୁ ବଦଳାଯାଇଥାଏ, ତେବେ ମଧ୍ୟ QR କୋଡ୍ ସ୍କାନ୍ କରିବା ଦ୍ୱାରା ଅସଲି ତଥ୍ୟ ସାମନାତୁ ଆସିବ ।

ଆହୁରି ପଢ଼ନ୍ତୁ : ପଶୁମାନଙ୍କର ବି ଥାଏ ଆଧାର କାର୍ଡ ?  ଜାଣନ୍ତୁ  କେଉଁ କାମରେ ଆସିଥାଏ  କାନରେ ଲଗାଇଯାଇଥିବା  ହଳଦିଆ  ଟ୍ୟାଗ୍‌

mAadhaar ଆପ୍କୁ କେମିତି କରିବେ ଯାଞ୍ଚ
ଡାଉନଲୋଡ୍ କରନ୍ତୁ ଆପ୍‌

ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନର ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋରରୁ mAadhaar ଆପ୍ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ ।

ଡାଉନ୍‌ଲୋଡ୍‌ କରିବା ପରେ ଲାନ୍‌ଗୁଏଜ ବା ଭାଷା ଚୟନ କରନ୍ତୁ । 

ଏହାପରେ ଆପ୍‌ର ଡ୍ୟାସ୍‌ବୋର୍ଡରେ ଥିବା ସ୍କାନ୍‌ କ୍ୟୁଆର୍‌ କୋଡ୍‌ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ

କ୍ଲିକ୍‌ କରିବା ପରେ ଆପଣ ଯେଉଁ ଆଧାର କାର୍ଡକୁ ଯାଞ୍ଚ କରିବାକୁ ଚାହୁଛନ୍ତି, ତା' ଉପରେ ଥିବା QR କୋଡକୁ ନିଜ ଫୋନର କ୍ୟାମେରା ସାମନାରେ ରଖି ସ୍କାନ୍ କରନ୍ତୁ ।

ସ୍କାନ୍‌ ହେବା ପରେ ଆଧାର କାର୍ଡଧାରୀଙ୍କର ଡିଜିଟାଲ୍ ସ୍ୱାକ୍ଷରିତ ତଥ୍ୟ, ଯେପରିକି ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ ଏବଂ ଫଟୋ ଆପଣଙ୍କ ଫୋନ୍ ସ୍କ୍ରିନରେ ଦେଖାଯିବ । ଏହି ତଥ୍ୟକୁ କାର୍ଡ ଉପରେ ଛପା ହୋଇଥିବା ତଥ୍ୟ ସହିତ ମିଳାନ୍ତୁ ।

ଯଦି ସ୍କାନ୍ କରିବା ପରେ ଦେଖାଯାଉଥିବା ତଥ୍ୟ ଏବଂ କାର୍ଡରେ ଥିବା ତଥ୍ୟ ସମାନ ଥାଏ, ତେବେ ଆଧାର କାର୍ଡଟି ଅସଲି ଅଟେ । ଯଦି ତଥ୍ୟ ମେଳ ନଖାଏ କିମ୍ବା QR କୋଡ୍ ସ୍କାନ୍ ହୋଇପାରୁନାହିଁ, ତେବେ ଏହା ନକଲି ହୋଇପାରେ । ଆପଣ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଜଣେ ବ୍ୟକ୍ତିର ପରିଚୟ ସୁନିଶ୍ଚିତ କରିପାରିବେ ଏବଂ ନକଲି ଆଧାର କାର୍ଡ ଦ୍ୱାରା ହେଉଥିବା ଠକେଇରୁ ନିଜକୁ ସୁରକ୍ଷିତ ରଖିପାରିବେ ।