କନକ ବ୍ୟୁରୋ : ମୋକିମଙ୍କ ଚିଠିକୁ ନେଇ କଂଗ୍ରେସରେ ଉଠିଥିବା ଝଡ଼ ଥମିବାର ନାଁ ନେଉନି । ବରଂ ବଢ଼ି ବଢ଼ି ଚାଲିଛି । ବିବାଦ ପରେ ପିସିସି ସଭାପତି ଭକ୍ତ ଦାସ ନାଁ ନନେଇ ଚେତାବନୀ ଦେଇଛନ୍ତି । ଏବେ ମୋକିମଙ୍କ ଉପରେ ନଜର ।
ଥମୁନି କଂଗ୍ରେସ କଳି । ମୋକିମଙ୍କ ଚିଠି ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭକ୍ତ ଚରଣ ଦାସ । ଦିଲ୍ଲୀରେ ଆୟୋଜିତ ଭୋଟ୍ ଚୋରି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନାଁ ନନେଇ ଚେତାବନୀ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଯେଉଁ ନେତାମାନେ ବିଜେପି ସମ୍ପର୍କରେ ଅଛନ୍ତି, ସେମାନେ ବିଜେପି ଚାଲିଯିବା ଉଚିତ । ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି । ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ ।
ଅଧିକ ପଢ଼ନ୍ତୁ : ଦିଲ୍ଲୀ ରାମଲୀଳା ମଇଦାନରେ କଂଗ୍ରେସର ମେଳି; ଭୋଟ୍ ଚୋରି ଅଭିଯୋଗ ନେଇ ବିଶାଳ ରାଲି
କିଛି ଦିନ ତଳେ ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପିସିସି ସିଭାପତିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ଲେଖିଥିଲେ ବର୍ତ୍ତମାନର ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯାଇପାରିବ ନାହିଁ । ସେହିପରି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱ ଉପରେ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । ଯାହାକୁ ନେଇ ହାଇକମାଣ୍ଡଙ୍କ ସହ ଭକ୍ତ ଆଲୋଚନା କରିଛନ୍ତି । ହାତ ଭିତରେ ଚର୍ଚ୍ଚା ଖୁବଶୀଘ୍ର ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଭକ୍ତ ଓଡ଼ିଶା ଫେରିବାକୁ ଅପେକ୍ଷା । ଆସିବା ପରେ ଡାକି ପାରନ୍ତି ପିଏସି ବୈଠକ । ଦଳରେ ବିଶୃଖଂଳାକୁ ରୋକିବା ଏବେ ତାଙ୍କ ପାଇଁ ବଡ ଆହ୍ୱାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/14/congress-internal-rift-2025-12-14-19-55-45.jpg)