ଚାପମୁକ୍ତ ହୁଅନ୍ତୁ ସ୍କୁଲ୍‌ ଛାତ୍ରଛାତ୍ରୀ; କ୍ୟାରିଅର ବାଛିବାକୁ ମିଳୁ ସ୍ୱାଧୀନତା, କ୍ଷେତ୍ର ପ୍ରସ୍ତୁତ କରନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ

Advertisment

ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବରେ ଯୋଗ ଦେଇ ପିଲାଙ୍କ ଭବିଷ୍ୟତ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଡାକ୍ତର, ଇଞ୍ଜିନିୟର ହେବାକୁ କହି ପିଲାଙ୍କୁ ମାନସିକ ଚାପ ଦିଆ ନଯାଉ । ପିଲା ଯାହା ହେବାକୁ ଚାହୁଁଛି ତାକୁ ସ୍ୱାଧୀନତା ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବରେ ଯୋଗ ଦେଇ ପିଲାଙ୍କ ଭବିଷ୍ୟତ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଡାକ୍ତର, ଇଞ୍ଜିନିୟର ହେବାକୁ କହି ପିଲାଙ୍କୁ ମାନସିକ ଚାପ ଦିଆ ନଯାଉ । ପିଲା ଯାହା ହେବାକୁ ଚାହୁଁଛି ତାକୁ ସ୍ୱାଧୀନତା ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

CM Mohan Majhi Advises Parents

CM Mohan Majhi Advises Parents Photograph: (Kanak News)

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଚିନ୍ତା । ପିଲାମାନଙ୍କ ଉପରେ କ୍ୟାରିୟର ଲଦି ଦିଆନଯାଉ । ସେମାନେ ଯାହା ହେବାକୁ ଚାହୁଛନ୍ତି, ସେଥି‌ରେ ସ୍ୱାଧୀନତା ମିଳୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ସେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବରେ ଯୋଗ ଦେଇ ପିଲାଙ୍କ ଭବିଷ୍ୟତ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଡାକ୍ତର, ଇଞ୍ଜିନିୟର ହେବାକୁ କହି ପିଲାଙ୍କୁ ମାନସିକ ଚାପ ଦିଆ ନଯାଉ । ପିଲା ଯାହା ହେବାକୁ ଚାହୁଁଛି ତାକୁ ସ୍ୱାଧୀନତା ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସେ ସଚିନ ତେନ୍ଦୁଲକର, ମେସି ଓ ବିରାଟ କୋହଲୀଙ୍କ ଉଦାହରଣ ଦେଇ ବିଭିନ୍ନ କ୍ଷେତ୍ରରେ କ୍ୟାରିଅର ବାଛିବାକୁ ପିଲାଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି । କେବଳ ସରକାରୀ ଚାକିରି ପଛରେ ନ ପଡ଼ି ଅନ୍ୟ କ୍ଷେତ୍ରରେ ବି ପିଲାଙ୍କୁ ସେତିକି ଯୋଗ୍ୟ କରିବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ପରାମର୍ଶ ।

ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନକୁ ନେଇ ବିଜେଡିର ଟାର୍ଗେଟ୍

ସେପଟେ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ କାମରେ ଲଗାଇବେ ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏହାଦ୍ୱାରା ପିଲାଙ୍କ ଉପରେ ମାନସିକ ଚାପ ରହିବନି, କି ସେମାନେ ନିର୍ଦ୍ଦିଷ୍ଟ ରାସ୍ତାରେ ଯିବାକୁ ବାଧ୍ୟ ହେବେନି । ବରଂ ପିଲାର ବୌଦ୍ଧିକ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କାମ ଦେବ। ଯାହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ନେଇ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ  ଆଶାବାଦୀ ।

ବଡ଼ ହେଲେ କଣ ହେବ ପିଲା, ସେ ଚିନ୍ତା ଘାରେ ପିଲାଦିନୁ । ଏଥିପାଇଁ ଅଭିଭାବକ ବି ଚାପ ସୃଷ୍ଟି କରନ୍ତି । ହେଲେ ପିଲାଙ୍କୁ କ୍ୟାରିଅର ବାଛିବାର ସ୍ୱାଧୀନତା ମିଳିଲେ ସମାଜରେ ବିରାଟ ପରିବର୍ତ୍ତନ ଆସିବ ବୋଲି ମତପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe