କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଚିନ୍ତା । ପିଲାମାନଙ୍କ ଉପରେ କ୍ୟାରିୟର ଲଦି ଦିଆନଯାଉ । ସେମାନେ ଯାହା ହେବାକୁ ଚାହୁଛନ୍ତି, ସେଥିରେ ସ୍ୱାଧୀନତା ମିଳୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ସେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ।
ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବରେ ଯୋଗ ଦେଇ ପିଲାଙ୍କ ଭବିଷ୍ୟତ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଡାକ୍ତର, ଇଞ୍ଜିନିୟର ହେବାକୁ କହି ପିଲାଙ୍କୁ ମାନସିକ ଚାପ ଦିଆ ନଯାଉ । ପିଲା ଯାହା ହେବାକୁ ଚାହୁଁଛି ତାକୁ ସ୍ୱାଧୀନତା ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସେ ସଚିନ ତେନ୍ଦୁଲକର, ମେସି ଓ ବିରାଟ କୋହଲୀଙ୍କ ଉଦାହରଣ ଦେଇ ବିଭିନ୍ନ କ୍ଷେତ୍ରରେ କ୍ୟାରିଅର ବାଛିବାକୁ ପିଲାଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି । କେବଳ ସରକାରୀ ଚାକିରି ପଛରେ ନ ପଡ଼ି ଅନ୍ୟ କ୍ଷେତ୍ରରେ ବି ପିଲାଙ୍କୁ ସେତିକି ଯୋଗ୍ୟ କରିବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ପରାମର୍ଶ ।
ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନକୁ ନେଇ ବିଜେଡିର ଟାର୍ଗେଟ୍
ସେପଟେ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ କାମରେ ଲଗାଇବେ ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏହାଦ୍ୱାରା ପିଲାଙ୍କ ଉପରେ ମାନସିକ ଚାପ ରହିବନି, କି ସେମାନେ ନିର୍ଦ୍ଦିଷ୍ଟ ରାସ୍ତାରେ ଯିବାକୁ ବାଧ୍ୟ ହେବେନି । ବରଂ ପିଲାର ବୌଦ୍ଧିକ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କାମ ଦେବ। ଯାହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ନେଇ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶାବାଦୀ ।
ବଡ଼ ହେଲେ କଣ ହେବ ପିଲା, ସେ ଚିନ୍ତା ଘାରେ ପିଲାଦିନୁ । ଏଥିପାଇଁ ଅଭିଭାବକ ବି ଚାପ ସୃଷ୍ଟି କରନ୍ତି । ହେଲେ ପିଲାଙ୍କୁ କ୍ୟାରିଅର ବାଛିବାର ସ୍ୱାଧୀନତା ମିଳିଲେ ସମାଜରେ ବିରାଟ ପରିବର୍ତ୍ତନ ଆସିବ ବୋଲି ମତପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/12/17/cm-mohan-majhi-advises-parents-2025-12-17-20-44-25.jpg)