କନକବ୍ୟୁରୋ : ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ । ବିଜେଡି ହାରିବାର କାରଣ କହିଲେ ବଦ୍ରି ପାତ୍ର। କହିଛନ୍ତି, ନବୀନ ପଟ୍ଟନାୟକ ଲୋକ ପ୍ରିୟ । ଏମାନେ ନବୀନଙ୍କ ଭଳି ଅଭିନୟ କଲେ, ଲୋକ ନବୀନଙ୍କୁ ଖୋଜିଲେ । ଯେଉଁ ମାନେ helicopterରେ ବୁଲିଲେ, pendalରେ ଭାଷଣ ଦେଲେ  ।  ନିଜକୁ ନବୀନଙ୍କ ବିକଳ୍ପ ଭାବିଲେ ଏବଂ ନବୀନଙ୍କୁ ଦୂରେଇ ରଖିଲେ। ଲୋକେ କହିଲେ ନବୀନ ନାହିଁ ତ ଭୋଟ ନାହିଁ  । 

Advertisment

ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ ହେବ କଡ଼ାକଡ଼ି ନିୟମ

ନେତାଙ୍କୁ ଯେଉଁମାନେ ଦୁର୍ବଳ କରିଥିଲେ ଆମେ ସେଇ କଥା କହିବାକୁ ଚାହୁଁଛୁ । ଯେ ଏହି ମାନେ ନେତାଙ୍କୁ ଦୁର୍ବଳ କରିଥିଲେ ।  ମୁଁ ସବୁ ସତ କଥା କହିଛି । ଦଳ ବିପର୍ଯ୍ୟୟ ଦେଇ ଗତି କରୁଛି। ମେଳି ହେଉନି, ଦଳକୁ ବାଟକୁ ଆଣିବାକୁ, ନେତାଙ୍କୁ ସବଳ କରିବାକୁ, ନେତାଙ୍କୁ ପୂର୍ବ ସ୍ଥିତି କୁ ଫେରାଇ ଆଣିବାକୁ ଉଦ୍ୟମ ହେଉଛି। ଏହା ଭଲ ଉଦ୍ୟମ। ଯେଉଁ ମାନେ ବାଟରେ ଛକୁଛନ୍ତି ତାଙ୍କୁ ଦଳରୁ ଦୂରେଇ ରଖିବାକୁ ଉଦ୍ୟମ ହେଉଛି  । 

ସେପଟେ ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ସବୁ ଦଳରେ ଝଡ ଅଛି। କେଉଁଠି ଆଖିକୁ ଦିଶୁଛି କେଉଁଠି ଦିଶୁନି। କେଉଁଠି ପ୍ରକାଶ ପାଉଛି କେଉଁଠି ଅପ୍ରକାଶ୍ୟ ଭାବରେ ଅଛି। ନେତା ମାନେ ମେଳି ହେବାରେ ବାଧା ନାହିଁ। କାହାକୁ ମନା କରିହେବ ନାହିଁ। ଦରକାର ପଡ଼ିଲେ ସେ ସେମାନଙ୍କ ସହ ଯୋଗଦେବେ। ଦଳରେ କୌଣସି କମିଟି ଗଠନ ହେଲେ ପ୍ରତିକ୍ରିୟା ପ୍ରକାଶ ପାଏ। ଯେତେବେଳେ କିଛି ଆଶା ରଖନ୍ତି ସେହି ସମୟରେ ଦଳରେ ବହୁତ୍ ନେତା ଆସନ୍ତି। ଆମେ ଗତକାଲି ଯାହା ଥିଲୁ ଆଜି ଅଛୁ। ନିୟନ୍ତ୍ରଣ ବାହାରକୁ ନେତା ଯାଇ ନାହାନ୍ତି। ଶୃଙ୍ଖଳା କମିଟି ଅଛି ବିଶୃଙ୍ଖଳା ଆଚରଣ ଉପରେ ନଜର ରଖିଛୁ। 


--