BJD Politics : ଦେବାଶିଷଙ୍କ ଫାର୍ମ ହାଉସ୍‌ରେ କାହିଁକି ଏକାଠି ହୋଇଥିଲେ ବିଜେଡି ନେତା?

Advertisment

ଆଜି ପୁଣି ଦେବାଶିଷ ସାମନ୍ତରାୟଙ୍କ ଫାର୍ମ ହାଉସରେ ବନ୍ଧୁ ମିଳନକୁ ନେଇ ଚର୍ଚ୍ଚା ବଢିଛି । ନେତାଙ୍କ ବାରମ୍ୱାର ବନ୍ଧୁ ମିଳନ ପଛର ରହସ୍ୟ କଣ ? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ଆଜି ପୁଣି ଦେବାଶିଷ ସାମନ୍ତରାୟଙ୍କ ଫାର୍ମ ହାଉସରେ ବନ୍ଧୁ ମିଳନକୁ ନେଇ ଚର୍ଚ୍ଚା ବଢିଛି । ନେତାଙ୍କ ବାରମ୍ୱାର ବନ୍ଧୁ ମିଳନ ପଛର ରହସ୍ୟ କଣ ? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । 

Debashish Samantaray

Debashish Samantaray Photograph: (Kanak News)

କନକ ବ୍ୟୁରୋ: ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଟକ ଫାର୍ମ ହାଉସରେ ବନ୍ଧୁ ମିଳନ ହୋଇଥିବା ଚର୍ଚ୍ଚା ହେଉଛି । ଏଥିରେ ବିଜେଡିର ପୂର୍ବତନ ନେତା ଓ କିଛି ବିଜେଡି ନେତା ସାମିଲ ହୋଇଛନ୍ତି । କିଛି ଦିନ ତଳେ ଚନ୍ଦକାରେ ଏକ ଗୋପନ ଭାବରେ ବନ୍ଧୁ ମିଳନ ହୋଇଥିଲା । ଯେଉଁଥିରେ ୬୦ରୁ ଅଧିକ ପୂର୍ବତନ ବିଧାୟକ ଏକାଠି ହୋଇଥିଲେ ଓ ନେତାମାନେ ମେଳି କରିଥିଲେ । ଏହାପରେ ଭୁବନେଶ୍ୱର ଲିଙ୍ଗରାଜ ଅଞ୍ଚଳରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା । ଆଜି ପୁଣି ଦେବାଶିଷ ସାମନ୍ତରାୟଙ୍କ ଫାର୍ମ ହାଉସରେ ବନ୍ଧୁ ମିଳନକୁ ନେଇ ଚର୍ଚ୍ଚା ବଢିଛି । ନେତାଙ୍କ ବାରମ୍ୱାର ବନ୍ଧୁ ମିଳନ ପଛର ରହସ୍ୟ କଣ ? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । 

ଆହୁରି ପଢ଼ନ୍ତୁ : ତିନି ପ୍ରମୁଖ ରାଜନୈତିକ ଦଳକୁ ସଂଗଠନ ଚିନ୍ତା; ଅନ୍ତଃକନ୍ଦଳ ରୋକିବା ମୁଖିଆଙ୍କ ପାଇଁ ଆହ୍ୱାନ

ସେପଟେ, ସଙ୍ଗଠନ ସଜାଡୁଛି ବିଜେଡି । ଏହିକ୍ରମରେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କମିଟି ଘୋଷଣା କରିଥିବାବେଳେ, ବିଜୁ ଯୁବ ଜନତା ଦଳର କାର୍ୟ୍ୟକାରୀ ସଭାପତି ଭାବେ ୪ ଜଣଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ୨ ସେକ୍ରେଟାରି ଜେନେରାଲଙ୍କ ସହିତ ୧୫ ବରିଷ୍ଠ ଉପ ସଭାପତି ଏବଂ ୫୩ ଜଣ ସଭାପତିଙ୍କ ନାଁ ଘୋଷଣା କରିଛି ଦଳ । ଖାଲି ସେତିକି ନୁହେଁ ୮୫ ଜଣ ସାଧାରଣ ସମ୍ପାଦକଙ୍କ ନାଁ ମଧ୍ୟ ଦଳ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟିରେ ୫ ଜଣ କାର୍ୟ୍ୟକାରୀ ସଭାପତିଙ୍କୁ ରଖାଯାଇଥିବାବେଳେ, ୨ ଜଣ ସେକ୍ରେଟାରି ଜେନେରାଲ୍, ୧୫ ଜଣ ବରିଷ୍ଠ ସଭାପତି ଏଭଂ ୫୩ ଜଣ ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଏହାସହିତ ୮୯ ଜଣ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe