Bijay Mahapatra Photograph: (Kanak News)
କନକ ବ୍ୟୁରୋ : ପୁଅ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ମୁହଁ ଖୋଲିଲେ ବାପା ବିଜୟ ମହାପାତ୍ର । କହିଲେ, ଯେଭଳି ଭାବେ ଏହି ଘଟଣା ଘଟିଲା, ମୁଁ ଚକିତ । ଚାଲି ନଜାଣି ବାଟର ଦୋଷ ପରି ଘଟଣା ଘଟିଛି । ନିଲମ୍ବନର କାରଣ କଣ ଥିଲା କେମିତି ଜାଣିବୁ । ନିଲମ୍ବ ପଛରେ କିଛି ଅଦୃଶ୍ୟ ଶକ୍ତି ଥାଇପାରେ । ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ପ୍ରମାଣିତ କରିବା ଦରକାର । ଅରବିନ୍ଦ ନିଶ୍ଚିତ ନିଲମ୍ବର କାରଣ ଜାଣିବାକୁ ଚାହିଁବ । ଗତକାଲି ୧୫ ମିନିଟ୍ ଧରି କଥା ହୋଇଥିଲି । ସିଏ ନିଲମ୍ବନର କାରଣ ପାଇଁ ଚିଠି ଲେଖିବ କହୁଥିଲା । ନବୀନଙ୍କ ବିଷୟରେ କିଛି କହିବା ଠିକ୍ ହେବନି । ନବୀନ ଅନ୍ୟମାନଙ୍କୁ ଆକଳନ କରିଥାଆନ୍ତି । ମୋର କିଛି କ୍ଷତି କରିନାହାନ୍ତି ନବୀନ । କ୍ଷତି କରିନାହାନ୍ତି ବରଂ ଜୀବନ୍ତ ରଖିଛନ୍ତି । ନିଲମ୍ବନ ପଛରେ ଥାଇପାରେ ଷଡ଼୍ଯନ୍ତ୍ର । କାରଣ ଜାଣିବା ପାଇଁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ ।
ଅଧିକ ପଢ଼ନ୍ତୁ : ପୁଣି ଚର୍ଚ୍ଚାରେ ୨୬ ବର୍ଷ ତଳର ଓଡ଼ିଶା ରାଜନୀତି; ଯେବେ ବିଜୟଙ୍କୁ ବିଜେଡିରୁ ବିଦା କରିଥିଲେ ନବୀନ
ସେପଟେ ସମର୍ଥକଙ୍କ ସହ ଅରବିନ୍ଦଙ୍କ ଶୋଭାଯାତ୍ରା । କହିଲେ, କେବଳ ଅଭିଯୋଗ କଲେ ହେବନି, କରନ୍ତୁ ପ୍ରମାଣ । ଆଉ ଏକ ମହଲରେ ଚର୍ଚ୍ଚା ହେଉଛି ଯେ ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର ଏବେ କିଛି ବଡ଼ ରାଜନୈତିକ ପଦକ୍ଷେପ ନେବାକୁ ଅଭିଯାନ ଚଳାଇଛନ୍ତି । ବିଭିନ୍ନ ସ୍ଥାନକୁ ଯାଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରୁଛନ୍ତି । ତାହାକୁ ନଜରରେ ରଖି ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବିଜୟଙ୍କୁ ଚେକ୍ ଦେବାକୁ ଉଦ୍ୟମ କରାଯାଇଛି । ୨୬ ବର୍ଷ ତଳେ ଅର୍ଥାତ ୨୦୦୦ ମସିହାରେ ବିଜୟଙ୍କୁ ବିଜେଡିରୁ ନିଲମ୍ବନ କରିଥିଲେ ନବୀନ । ବିଜୟଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗ ଦେଇଥିଲେ ବି ବିଜୟ ବିଜେଡିକୁ ଫେରିନାହାନ୍ତି କି ନବୀନ ନିବାସ ଯାଇନାହାନ୍ତି ।
ବିଜେଡିର ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଇଛି । କିନ୍ତୁ କ’ଣ ସେହି ଦଳବିରୋଧୀ କାର୍ଯ୍ୟ, ତାହା ଜଣାପଡିନାହିଁ । ରହସ୍ୟଘେରରେ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ । ଗତ ୨୪ ବର୍ଷରେ କେନ୍ଦୁଝର ଜିଲ୍ଲାର ସେମିତି କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ ବୋଲି କିଛି ଦିନ ତଳେ ସନା ମହାକୁଡ଼ କହିଥିଲେ । ସେଥିପାଇଁ ତାଙ୍କୁ ନିଲମ୍ବନ କରାଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ନିଲମ୍ବନ କରାଗଲା, ତାହା ଜଣାପଡିନାହିଁ ।
Follow Us