ବିହାର ମଇଦାନରେ ବହୁ ହେଭିୱେଟ୍; ନିର୍ଣ୍ଣାୟକ ସାଜିପାରେ ଦଳିତ ଭୋଟ

ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ  ପାଇଁ  ପ୍ରସ୍ତୁତି ଚାଲିଛି । ମତଦାନ ହେବାକୁ ଥିବା ନିର୍ବାଚନମଣ୍ଡଳୀ ଗୁଡ଼ିକରେ ଗତକାଲି ପ୍ରଚାର ଶେଷ ସହ ଆରମ୍ଭ ହୋଇଛି ନିରବ ଅବଧି । ଆସନ୍ତାକାଲି ଭୋଟ୍‌ ଗ୍ରହଣ କରାଯିବ ।

Bihar Election

Bihar Election Photograph: (Kanak News)

କନକ ବ୍ୟୁରୋ : ବିହାରରେ କାଲି ପଡ଼ିବ ଶେଷ ପର୍ଯ୍ୟାୟ ଭୋଟ୍‌ । ୧୦୦ରୁ ଅଧିକ ଆସନରେ ୧୮ ପ୍ରତିଶତ ଦଳିତ ଭୋଟରଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇପାରେ । କୁଯାଯାଉଛି, ବିଜୟର ଚାବି ଏବେ ଦଳିତ ସମ୍ପ୍ରଦାୟଙ୍କ ହାତରେ । ରାଜନୈତିକ ବିଶ୍ଳେଷକଙ୍କ ମତରେ, ରାଜ୍ୟର ମୋଟ୍ ଭୋଟରଙ୍କ ମଧ୍ୟରୁ ପ୍ରାୟ ୧୮ ପ୍ରତିଶତ ଦଳିତ ସମ୍ପ୍ରଦାୟର । ଯାହା ଶାସକ ଓ ବିରୋଧୀ ଉଭୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ଏହି ପର୍ଯ୍ୟାୟରେ ୧୦୦ରୁ ଅଧିକ ଆସନରେ ଦଳିତମାନଙ୍କର ପ୍ରତ୍ୟକ୍ଷ ପ୍ରଭାବ ରହିଛି । ସେମାନଙ୍କର ସମର୍ଥନ ହିଁ ରାଜନୈତିକ ଦଳ ପାଇଁ "ରାଜ୍ୟରେ କିଏ ମୁକୁଟ ପିନ୍ଧିବ" ତାହା ନିର୍ଣ୍ଣୟ କରିବ । ପ୍ରାୟ ଶହେଟି ଆସନରେ ଦଳିତ ବର୍ଗର ଭୋଟରଙ୍କ ସଂଖ୍ୟା ୩୦ରୁ ୪୦ ହଜାର ମଧ୍ୟରେ । ସରକାର ଗଠନ ପାଇଁ ଏହି ଭୋଟ୍ ବ୍ୟାଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଛି । ମତଦାନ ହେବାକୁ ଥିବା ନିର୍ବାଚନମଣ୍ଡଳୀ ଗୁଡ଼ିକରେ ଗତକାଲି ପ୍ରଚାର ଶେଷ ସହ ଆରମ୍ଭ ହୋଇଛି ନିରବ ଅବଧି । ଆସନ୍ତାକାଲି ଭୋଟ୍‌ ଗ୍ରହଣ କରାଯିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜିଲ୍ଲାର ୧୨୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ୧୨୨ ଆସନ ମଧ୍ୟରୁ ୧୦୧ଟି ସାଧାରଣ ବର୍ଗ, ୧୯ଟି ଅନୁସୂଚିତ ଜାତି ପାଇଁ ଏବଂ ୨ଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି ।

ଅଧିକ ପଢ଼ନ୍ତୁ : କିଏ କାଟିବ କାହାର ପତ୍ତା ?  ଦ୍ୱିତୀୟ ଦଫାରେ ୧୨୨ଟି ସିଟରେ ପଡ଼ିବ ଭୋଟ୍, ଜାଣନ୍ତୁ ପୂରା ଗଣିତ...

ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୨୦ଟି ଜିଲ୍ଲା ମଧ୍ୟରେ ପଶ୍ଚିମ ଚମ୍ପାରନ୍, ପୂର୍ବ ଚମ୍ପାରନ୍, ସୀତାମାଢ଼ୀ, ଶିବହାର, ମଧୁବନୀ, ସୁପୌଲ, ଆରାରିଆ, କିଷନଗଞ୍ଜ, ପୂର୍ଣ୍ଣିଆ, କଟିହାର, ଭାଗଲପୁର, ବାଙ୍କା, ଜାମୁଇ, ନୱାଡା, ଗୟା, ଔରଙ୍ଗାବାଦ, ଜେହାନାବାଦ, ଆରୱାଲ, କୈମୁର ଏବଂ ରୋହତାସ୍ ଅନ୍ତର୍ଭୁକ୍ତ । ଶେଷ ପର୍ଯ୍ୟାୟରେ ମୋଟ୍ ୧ ହଜାର ୩୦୨ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧ ହଜାର ୧୬୫ ପୁରୁଷ, ୧୩୬ ମହିଳା ଏବଂ ଜଣେ ତୃତୀୟ-ଲିଙ୍ଗୀ ପ୍ରାର୍ଥୀ । ପ୍ରାୟ ୩୭ ଲକ୍ଷ ୧୩ ହଜାର ୫୫୬ ଜଣ ଭୋଟର ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବିଭିନ୍ନ ରାଜନୈତିକ ଦଳର ହେଭିୱେଟ୍‌ଙ୍କର ଏହି ପର୍ଯ୍ୟାୟରେ ଭାଗ୍ୟ ନିର୍ଦ୍ଧାରଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe