ମନମୋହନ ସାମଲଙ୍କ ବଡ଼ ବୟାନ; କହିଲେ, ଆଗୁଆ ହେବ ପଞ୍ଚାୟତ ନିର୍ବାଚନ

Advertisment

ବିଧାନସଭା ଆସନ ବଢ଼ିବା ଚର୍ଚ୍ଚା ଭିତରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ କସରତ । ସମ୍ବଲପୁରରେ ବସିଥିଲା ପ୍ରାଥମିକ ବୈଠକ । ଅନ୍ୟପଟେ ଓଡ଼ିଶାରେ ଏସଆଇଆର ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି ।

ବିଧାନସଭା ଆସନ ବଢ଼ିବା ଚର୍ଚ୍ଚା ଭିତରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ କସରତ । ସମ୍ବଲପୁରରେ ବସିଥିଲା ପ୍ରାଥମିକ ବୈଠକ । ଅନ୍ୟପଟେ ଓଡ଼ିଶାରେ ଏସଆଇଆର ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି ।

manmohan samal

Photograph: (kanaknews)

କନକ ବ୍ୟୁରୋ : ଆଗୁଆ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ସୂଚନା । ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି । ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ହୋଇପାରେ ।

ବିଧାନସଭା ଆସନ ବଢ଼ିବା ଚର୍ଚ୍ଚା ଭିତରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ କସରତ । ସମ୍ବଲପୁରରେ ବସିଥିଲା ପ୍ରାଥମିକ ବୈଠକ । ଅନ୍ୟପଟେ ଓଡ଼ିଶାରେ ଏସଆଇଆର ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି । ସମ୍ବଲପୁର ଆରଡିସି କନଫରେନ୍ସ ହଲରେ ହୋଇଥିଲା ପ୍ରଶାସନିକ ବୈଠକ । ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଆରଡିସି ସ୍ତରୀୟ ବୈଠକରେ ଯୋଗ ଦେଇ ୧୨ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଧାର୍ଯ୍ୟ ସମୟ ପୂର୍ବରୁ ସବୁ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢ଼ନ୍ତୁ : ୨୦୨୬ ରାଜ୍ୟ ରାଜନୀତିରେ ହୋଇପାରେ ବଡ଼ ପରିବର୍ତ୍ତନ, ରାଜ୍ୟସଭା ଓ ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା ଆହ୍ୱାନ

ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ ରିଭିଜନ୍-SIR ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗୋଟିଏ ବୁଥ୍‌ରେ ୧୨୦୦ ରୁ ଉର୍ଦ୍ଧ୍ୱ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ । ଏନେଇ ସମସ୍ତ ପ୍ରକ୍ରିୟା ସରିଛି । ନୂଆ ୭ହଜାର ବୁଥ୍ ଯୋଡି ହେବା ସହ ରାଜ୍ୟରେ ପ୍ରାୟ ୪୩ ହଜାର ବୁଥ୍‌ ସୃଷ୍ଟି ହୋଇଛି । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି । ୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ SIR ହୋଇଥିଲା । ୨୦୨୫ ଏବଂ ୨୦୦୨ଡାଟା ଇଣ୍ଟିଗ୍ରେଟ ହୋଇସାରିଛି । ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି । ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଅନ୍ୟ କୌଣସି ଡକୁମେଣ୍ଟ ଦେବାକୁ ପଡିବ ।

୨୦୦୨ ନିର୍ବାଚନ ତଥ୍ୟ ବିଶ୍ଳେଷଣ କରି ସଠିକ୍ ତାଲିକା କରିବା ନିର୍ବାଚନ ଅଧିକାରୀଙ୍କୁ ପାଇଁ ବଡ ଚ୍ୟାଲେଞ୍ଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe