କନକ ବ୍ୟୁରୋ : ରାଜ୍ୟସଭାରେ ବିଜେପି ଦେବ ୩ ପ୍ରାର୍ଥୀ । ୫ ତାରିଖରେ ଭରିବେ ନାମାଙ୍କନ । ଆଜି ମୁଖ୍ୟମନ୍ତ୍ରୀ ଡ଼ାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା । ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଗଲା ବିଧାୟକଙ୍କ ଦସ୍ତଖତ । ୫ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବାକୁ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ବିଧାୟକ ମାନେ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ : ରାଜ୍ୟସଭା ପ୍ରାର୍ଥୀ, ନବୀନ-ଭକ୍ତ ଏକାଠି ! ନବୀନ ନିବାସରେ ହୋଇଥିଲା ଗୁପ୍ତ ରଣନୀତି !
ରାଜନୀତିରେ କେହି କାହାର ଚିରଶତ୍ରୁ କି ଚିର ମିତ୍ର ନୁହନ୍ତି । କ୍ଷମତା ଓ ସତ୍ତା ଆଗରେ ସବୁ ମାଫ୍ । ଏଭଳି ଏକ ଝଲକ ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଛି । ଚତୁର୍ଥ ଆସନ ପାଇଁ ନବୀନ ଓ ଭକ୍ତ ହାତ ମିଳାଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ପାଲଟଛନ୍ତି ସହଯୋଗୀ । ସନ୍ତୃପ୍ତଙ୍କ ପ୍ରାର୍ଥୀତ୍ୱକୁ ନେଇ ଯେତିକି ଚର୍ଚ୍ଚା ହୋଇନି ଚତୁର୍ଥ ପ୍ରାର୍ଥୀ ଦତ୍ତେଶ୍ୱରଙ୍କୁ ନେଇ ରାଜ୍ୟ ରାଜନୀତି ନୂଆ ସମୀକରଣ ଆଡକୁ ଇଙ୍ଗିତ କରିଛି ।
ପୁଣି ସରପ୍ରାଇଜ ଦେଲେ ବିଜେଡି ସୁପ୍ରିମୋ । ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରଥମ ଦଳ ଭାବେ ନିଜ କାର୍ଡ ଖୋଲିଛି ବିଜେଡି । ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିବା ବେଳେ ପ୍ରତିଷ୍ଠିତ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ ଭାବେ ଚତୁର୍ଥ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ସଂଖ୍ୟା ନଥାଇ ମଧ୍ୟ ଚତୁର୍ଥ ଆସନ ପାଇଁ ଲମ୍ପ ଦେଇ ସବୁ ଦଳର ସମର୍ଥନ ଚାହିଁଛନ୍ତି ନବୀନ । ପ୍ରାର୍ଥୀ ଘୋଷଣା ପରେ ସନ୍ତୃପ୍ତ ଓ ଦତ୍ତେଶ୍ୱର କହିଛନ୍ତି, ଓଡ଼ିଶାର ସ୍ୱର ଦିଲ୍ଲୀରେ ଉଠାଇବୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/02/bjp-2026-03-02-17-36-38.jpg)