'ଜୀବନରେ କେବେ ହାର ମାନିନାହାନ୍ତି, ସଂଘର୍ଷରୁ ସଫଳତା ପାଇଛନ୍ତି ରାଷ୍ଟ୍ରପତି'

ଅନେକ କଷ୍ଟ ପରେ ଜୀବନରେ କେବେ ହାର ମାନିନାହାନ୍ତି ରାଷ୍ଟ୍ରପତି । ମୋର ଆଜି ବି ମନେ ଅଛି ସ୍କୁଲରେ ପଢିବା ବେଳେ କେମିତି ଜଙ୍ଗଲରୁ କାଠ ସଂଗ୍ରହ କରୁଥିଲେ । ସେଦିନର ଅଭିଭାଷଣ ଆଜି ବି ମୋର ମନେ ଅଛି । ଅନେକ ସଂଘର୍ଷରୁ ସଫଳ ହୋଇଛନ୍ତି ରାଷ୍ଟ୍ରପତି ।

Mohan Majhi

Mohan Majhi Photograph: (Kanak News)

ବିଧାନସଭାରେ ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ । କହିଲେ, ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ମନେ ରହିବ । ଆମ ବିଧାନସଭାରୁ ହିଁ ରାଷ୍ଟ୍ରପତି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ସେ ଜନ୍ମଭୂମି ଓ କର୍ମଭୂମିକୁ ଭୁଲିନାହାନ୍ତି । ମଣିଷ ଯେତେ ବଡ଼ ହେଲେ ବି କର୍ମ ଓ ଜନ୍ମଭୂମିକୁ ଭୁଲିବା ନାହିଁ ବୋଲି ପ୍ରମାଣ କରିଛନ୍ତି ରାଷ୍ଟ୍ରପତି ।

ଅଧିକ ପଢ଼ନ୍ତୁ : ବିଧାନସଭା ଶୀତକାଳୀନ ଅଧିବେଶନ ; ଅଭିଭାଷଣ ରଖିଲେ ନବୀନ ପଟ୍ଟନାୟକ

ଅନେକ କଷ୍ଟ ପରେ ଜୀବନରେ କେବେ ହାର ମାନିନାହାନ୍ତି ରାଷ୍ଟ୍ରପତି । ମୋର ଆଜି ବି ମନେ ଅଛି ସ୍କୁଲରେ ପଢିବା ବେଳେ କେମିତି ଜଙ୍ଗଲରୁ କାଠ ସଂଗ୍ରହ କରୁଥିଲେ । ସେଦିନର ଅଭିଭାଷଣ ଆଜି ବି ମୋର ମନେ ଅଛି । ଅନେକ ସଂଘର୍ଷରୁ ସଫଳ ହୋଇଛନ୍ତି ରାଷ୍ଟ୍ରପତି । ଦଳମତ ନିର୍ବିଶେଷରେ ଏହାକୁ ମୁକ୍ତକଣ୍ଠରେ ନିଶ୍ଚିତ ସ୍ବୀକାର କରିବେ । ବ୍ୟକ୍ତିଗତ ଭାବରେ ମୁଁ ବହୁତ ଗର୍ବିତ । ଓଡ଼ିଶା ରାଜ୍ୟରେ ଅନେକ ଜନଜାତି ସଂପ୍ରଦାୟର ଲୋକ ବସବାସ କରନ୍ତି ।

ସମ୍ବିଧାନ ଦିବସରେ ରାଷ୍ଟ୍ରପତି ଯାହା କହିଥିଲେ ତାହା ଦେଶବାସୀଙ୍କ ମନକୁ ଛୁଇଁଛି । ରାଷ୍ଟ୍ରପତି ହେବା ପରେ ଅନେକ ଥର ଓଡ଼ିଶା ଆସିଛନ୍ତି । ବିଧାନସଭାକୁ ଆସିଥିବାରୁ ପୁଣି ଥରେ ପୁରୁଣା ସ୍ମୃତି ସଜାଗ ହେବ । ଆପଣଙ୍କ ନିଷ୍ଠାର କାର୍ଯ୍ୟ ପାଇଁ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇପାରିଥିଲେ। ନିଜର କର୍ତ୍ତବ୍ୟକୁ ବେଶ୍‌ ଭଲରେ କରିଥିଲେ । ଆମ ସରକାର ଓଡ଼ିଶାବାସୀଙ୍କ ସେବା କରିଆସୁଛି । ଆମ ସରକାର ପ୍ରତିବର୍ଗ ପାଇଁ କାମ କରୁଛି, ଆଗକୁ ବି ଜାରି ରହିବ । ଅଳ୍ପଦିନ ହେଲେ ବି ସ୍ବଚ୍ଛ ଶାସନ ଦେଉଛି । ସରକାର ଲୋକଙ୍କ ନିକଟତର ହେଉଛି । ସାଧାରଣ ଜନତା ଲୋକଙ୍କ ସରକାର ଚାଲିଛି ବୋଲି କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe