ବିଧାନସଭାରେ ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ । କହିଲେ, ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ମନେ ରହିବ । ଆମ ବିଧାନସଭାରୁ ହିଁ ରାଷ୍ଟ୍ରପତି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ସେ ଜନ୍ମଭୂମି ଓ କର୍ମଭୂମିକୁ ଭୁଲିନାହାନ୍ତି । ମଣିଷ ଯେତେ ବଡ଼ ହେଲେ ବି କର୍ମ ଓ ଜନ୍ମଭୂମିକୁ ଭୁଲିବା ନାହିଁ ବୋଲି ପ୍ରମାଣ କରିଛନ୍ତି ରାଷ୍ଟ୍ରପତି ।
ଅଧିକ ପଢ଼ନ୍ତୁ : ବିଧାନସଭା ଶୀତକାଳୀନ ଅଧିବେଶନ ; ଅଭିଭାଷଣ ରଖିଲେ ନବୀନ ପଟ୍ଟନାୟକ
ଅନେକ କଷ୍ଟ ପରେ ଜୀବନରେ କେବେ ହାର ମାନିନାହାନ୍ତି ରାଷ୍ଟ୍ରପତି । ମୋର ଆଜି ବି ମନେ ଅଛି ସ୍କୁଲରେ ପଢିବା ବେଳେ କେମିତି ଜଙ୍ଗଲରୁ କାଠ ସଂଗ୍ରହ କରୁଥିଲେ । ସେଦିନର ଅଭିଭାଷଣ ଆଜି ବି ମୋର ମନେ ଅଛି । ଅନେକ ସଂଘର୍ଷରୁ ସଫଳ ହୋଇଛନ୍ତି ରାଷ୍ଟ୍ରପତି । ଦଳମତ ନିର୍ବିଶେଷରେ ଏହାକୁ ମୁକ୍ତକଣ୍ଠରେ ନିଶ୍ଚିତ ସ୍ବୀକାର କରିବେ । ବ୍ୟକ୍ତିଗତ ଭାବରେ ମୁଁ ବହୁତ ଗର୍ବିତ । ଓଡ଼ିଶା ରାଜ୍ୟରେ ଅନେକ ଜନଜାତି ସଂପ୍ରଦାୟର ଲୋକ ବସବାସ କରନ୍ତି ।
ସମ୍ବିଧାନ ଦିବସରେ ରାଷ୍ଟ୍ରପତି ଯାହା କହିଥିଲେ ତାହା ଦେଶବାସୀଙ୍କ ମନକୁ ଛୁଇଁଛି । ରାଷ୍ଟ୍ରପତି ହେବା ପରେ ଅନେକ ଥର ଓଡ଼ିଶା ଆସିଛନ୍ତି । ବିଧାନସଭାକୁ ଆସିଥିବାରୁ ପୁଣି ଥରେ ପୁରୁଣା ସ୍ମୃତି ସଜାଗ ହେବ । ଆପଣଙ୍କ ନିଷ୍ଠାର କାର୍ଯ୍ୟ ପାଇଁ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇପାରିଥିଲେ। ନିଜର କର୍ତ୍ତବ୍ୟକୁ ବେଶ୍ ଭଲରେ କରିଥିଲେ । ଆମ ସରକାର ଓଡ଼ିଶାବାସୀଙ୍କ ସେବା କରିଆସୁଛି । ଆମ ସରକାର ପ୍ରତିବର୍ଗ ପାଇଁ କାମ କରୁଛି, ଆଗକୁ ବି ଜାରି ରହିବ । ଅଳ୍ପଦିନ ହେଲେ ବି ସ୍ବଚ୍ଛ ଶାସନ ଦେଉଛି । ସରକାର ଲୋକଙ୍କ ନିକଟତର ହେଉଛି । ସାଧାରଣ ଜନତା ଲୋକଙ୍କ ସରକାର ଚାଲିଛି ବୋଲି କହୁଛନ୍ତି ।
ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ । ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ମନେ ରହିବ ।#DroupadiMurmu#CMMohanMajhi#OdishaAssembly#KanakNewspic.twitter.com/k9P2yh7AcU
— Kanak News (@kanak_news) November 27, 2025
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/27/mohan-majhi-2025-11-27-18-01-05.jpg)