କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପରେ ହେବାକୁ ଯାଉଛି ରାଜ୍ୟର ପ୍ରଥମ ଉପନିର୍ବାଚନ । ଆସନ୍ତାକାଲି ନୂଆପଡ଼ାର ପ୍ରାୟ ଅଢ଼େଇ ଲକ୍ଷ ଭୋଟର ବାଛିବେ ସେମାନଙ୍କ ନେତା । ଏଥିପାଇଁ ଆଜି ବୁଥକୁ ଯାଇଛନ୍ତି ପୁଲିଂ ପାର୍ଟି । ସୀମାବର୍ତ୍ତି ଜିଲ୍ଲା ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ରାତି ପାହିଲେ ନୂଆପଡ଼ାବାସୀ ସେମାନଙ୍କ ନେତା ବାଛିବେ । ଭୋଟ ଦେବେ ନୂଆପଡ଼ା ନିର୍ବାଚନମଣ୍ଡଳୀର ୨ଲକ୍ଷ ୫୩ ହଜାର ୬୨୪ ଭୋଟର । ୩୫୮ ବୁଥରେ ହେବ ଭୋଟ୍ ଗ୍ରହଣ । ୩୧୧ ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ଅବଶିଷ୍ଟ ୪୭ ଅତି ସମ୍ବେଦନଶୀଳ ବୁଥ୍ରେ ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ସୁରକ୍ଷାକୁ ଆଖି ଆଗରେ ରଖି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବନ୍ଦୋବସ୍ତ କରାଯାଇଛି । ଏଥିସହ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଛକ ଛକରେ ଚାଲିଛି ଯାଞ୍ଚ ।
ଅଧିକ ପଢ଼ନ୍ତୁ : ବିହାର ମଇଦାନରେ ବହୁ ହେଭିୱେଟ୍; ନିର୍ଣ୍ଣାୟକ ସାଜିପାରେ ଦଳିତ ଭୋଟ
ଭୋଟ ଗ୍ରହଣ ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି । ମତଦାନ ପାଇଁ ଇଭିଏମ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ବୁଥକୁ ଯାଇଛନ୍ତି ପୁଲିଂ ପାର୍ଟି । ମାଓ ପ୍ରବଣ ଅଞ୍ଚଳରେ ଥିବା ୮ଟି ବୁଥକୁ ପୁଲିଂ ପାଇଁ ହେଲିକପ୍ଟରରେ ଯାଇଛନ୍ତି । ଅନ୍ୟ ସମସ୍ତ ବୁଥକୁ ବସ୍ ଓ ଟ୍ରକ୍ ଯୋଗେ ଯାଇଛନ୍ତି ପୁଲିଂ ଅଧିକାରୀ । ଆଜି ସନ୍ଧ୍ୟା ସୁଦ୍ଧା ପୁଲିଂ ପାର୍ଟି ବୁଥରେ ପହଞ୍ଚିବେ । ସେଠାରେ ପୁଣି ଇଭିଏମ୍ ଓ ଭିଭିପାଟର ଯାଞ୍ଚ କରିବେ । କାଲି ସକାଳେ ଭୋଟ୍ ଗ୍ରହଣ ବେଳକୁ ଯେମିତି କୌଣସି ତ୍ରୁଟି ନହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ଥର ସବୁ ମତଦାନ କେନ୍ଦ୍ରର ଓେବ୍ କାଷ୍ଟିଂ ହେବ । ସମ୍ବେଦନଶୀଳ ବୁଥ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷାବଳ ସହ ପୁଲିସ ମୂତୟନ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/10/nuapada-bypoll-2025-11-10-21-02-42.jpg)