କନକ ବ୍ୟୁରୋ : ବିଂଝାରପୁର ବିଧାନସଭା ଆସନ ପାଇଁ ପ୍ରମିଳା ମଲ୍ଲିକଙ୍କୁ ବିଜେଡିରୁ ଟିକେଟ ମିଳିବା ପରେ ସେ ନବୀନ ନିବାସରେ ପହଚିଂଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଦେବା ସହ ଲୋକଙ୍କ ପାଖକୁ ଭୋଟ ପାଇଁ ଯିବ ବୋଲି କହିଛନ୍ତି ପ୍ରମିଳା । ଜନତାଙ୍କ ଦାବି ପୂରଣ ହୋଇଛି । ପୁଣି ଥରେ ବିପୁଳ ପରିମାରଣରେ ଭୋଟ ପାଇ ବିଜୟୀ ହେବୁ ବୋଲି କହିଛନ୍ତି ।
ସେହିପରି ଘଷିପୁରା ବିଧାନସଭାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବଦ୍ରି ନାରାୟଣ ପାତ୍ର । ଟିକେଟ ମିଳିବା ପରେ ସେ ଆଜି ନବୀନ ନିବାସରେ ପହଚିଂଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଘଷିପୁରାରୁ ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଘଷିପୁରାରେ ନିରଂଜନଙ୍କ ପ୍ରଭାବ ପଡିବନାହିଁ ବୋଲି କହିଛନ୍ତି ବଦ୍ରି ନାରାୟଣ ପାତ୍ର ।
ମହାକାଳପଡ଼ା ପାଇଁ ପୁଣି ଥରେ ତନୁଙ୍କୁ ମିଳିଛି ଟିକେଟ୍ । ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଅତନୁ ସବ୍ୟସାଚୀ । ଏପଟେ ବିଜେପିରେ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ଯୋଗଦାନ ଫଳରେ ବିଜେଡି ଉପରେ କିଛି ପ୍ରଭାବ ପଡିବନି ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/NETA-4.jpg)