ଆନ୍ଦୋଳନରୁ ଓହରିଲା ପୁଲିସ ମହାସଂଘ ! ଡିଜି ଦେଲେ ପ୍ରତିଶ୍ରୁତି, ପୂରଣ ହେବ ଦାବି

Advertisment
ଆନ୍ଦୋଳନରୁ ଓହରିଲା ପୁଲିସ ମହାସଂଘ ! ଡିଜି ଦେଲେ ପ୍ରତିଶ୍ରୁତି, ପୂରଣ ହେବ ଦାବି

କନକ ବ୍ୟୁରୋ : ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଓହରିଲେ ପୋଲିସ୍ । ଡିଜିଙ୍କ ସହ ଆଲୋଚନା ପରେ ସିପାହୀ- କନଷ୍ଟେବଳ-ହାବିଲଦାର ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛି । ଦାବି ପୂରଣ ନେଇ ଡିଜିଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ହଟିଲା ସଂଘ । ଆସନ୍ତାକାଲି ଠାରୁ ଓଡ଼ିଶା ପୁଲିସ ସମନ୍ଵୟ ସମିତି ଅସ୍ତ୍ରଶସ୍ତ୍ର ଓ ଗାଡ଼ି ଚାବି ହସ୍ତାନ୍ତର କରିବା ସହିତ ସମୂହ ଛୁଟିରେ ଯିବାକୁ ଘୋଷଣା କରିଥିଲା । ଏଥିପାଇଁ ଆଜି ସକାଳେ ଭୁବନେଶ୍ୱର କମିସନରେଟ୍ ଅଫିସ ପରିସରରେ ଥିବା ପୁଲିସ ମହାନିର୍ଦ୍ଦେଶକଙ୍କ କ୍ୟାମ୍ପ ଅଫିସରେ ପୁଲିସ ଡିଜି ଡା. ଆର ପି ଶର୍ମା ଓ ଓଡ଼ିଶା ପୁଲିସ ସମନ୍ଵୟ ସମିତିର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ଫଳପ୍ରଦ ହୋଇଥିବାରୁ ଆନ୍ଦୋଳନ ପ୍ରତ୍ୟାହାର ହେଲା ବୋଲି କନେଷ୍ଟବଳ ଓ ସିପାହୀ ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି ।

publive-image

ସୂଚନାଯୋଗ୍ୟ ଯେ, ବିଭିନ୍ନ ଛୁଟି ଦିନରେ ଓ ଜୀବନକୁ ବିପନ୍ନ କରି ଖଟୁଥିବାରୁ ଭତ୍ତା ଆକାରରେ ବର୍ଷକୁ ଏକମାସର ଅତିରିକ୍ତ ଦରମା, ଏଏସ୍‌ଆଇ, ଏସ୍‌ଆଇ ଓ ଇନେ୍‌ସ୍ପକ୍ଟରଙ୍କୁ ୬ଷ୍ଠ ଓ ସପ୍ତମ ବେତନ ଲାଗୁ, କ୍ୟାସ୍‌ଲେସ୍‌ ହେଲ୍ଥ କାର୍ଡ ଜରିଆରେ ଅତି କମ୍‌ରେ ୫ଲକ୍ଷର ସହାୟତା, ଆରସିଏମ୍‌ ବଦଳରେ ୧୨ଶହ ମେଡିକାଲ ଭତ୍ତା, ମୋଟର ସାଇକେଲ ଭତ୍ତା ୭୫୦ରୁ ୧୫ଶହକୁ ବୃଦ୍ଧି, ଠିକା କର୍ମଚାରୀଙ୍କୁ ସମସ୍ତ ଭତ୍ତାରେ ସାମିଲ କରିବା, ଡିଏସପିି ପଦବି ପାଇଁ ସିଧାସଳଖ ନିଯୁକ୍ତି ଆଦି ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଥିଲା ଓଡ଼ିଶା ପୁଲିସ ସମନ୍ଵୟ ସମିତି । ୪ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଥିବା ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ସହ ହାତ ମିଶାଇଥିଲା ଓପିଏ ଓ ଓପିଏସ୍‌ ସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe