କନକ ବ୍ୟୁରୋ : ମଦ ପିଇ ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ | କାରଣ ଆରମ୍ଭ ହୋଇଛି ମଦୁଆ ଧରା ଅଭିଯାନ | ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଏଭଳି ଏକ ଅଭିଯାନ ଗୁରୁବାରଠାରୁ ଆରମ୍ଭ କରାଯାଇଛି | ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିଯାନ ଆରମ୍ଭ କରାଯାଇଛି | ଗୁରୁବାର ଚାରିଜଣଙ୍କୁ ମଦ ପିଇ ଗାଡ଼ି ଚଳାଉଥିବାବେଳେ ଗିରଫ କରାଯାଇଥିଲା |
ଏଠାରେ ସୂଚନା ଥାଉ କି ମଦ ପିଇ ମାତାଲ ଯୁବକ ବେପରୁଆ ଗାଡି ଚାଳନା କରି ଅନେକ ସମୟରେ ଦୁର୍ଘଟଣା ଘଟାଇଥାନ୍ତି | ଏଥିରେ ରାସ୍ତାରେ ଯାଉଥିବା ନିରୀହ ଜନସାଧାରଣ ଆହତ ହୋଇଥାନ୍ତି | ଜିଲ୍ଲା ପୁଲିସର ଏହି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ଖୁବ ପ୍ରଶଂସା କରିଛନ୍ତି |