ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ! ଚାରିଆଡ଼େ ନଜର ରଖିଛନ୍ତି ପୋଲିସ୍ ଫୋର୍ସ

ରଥଯାତ୍ରା ପାଇଁ ବଡ ସୁରକ୍ଷା ବ୍ୟବସ୍ଥା, ରହିବନି ଟ୍ରାଫିକ ସମସ୍ୟା । ପୋଲିସ ଛାଉଣୀରେ ପରିଣତ ହେବ ବଡଦାଣ୍ଡ

କନକ ବ୍ୟୁରୋ : ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମଗ୍ର ପୁରୀ ସହର ଏବେଠୁ ପୁଲିସ ବଳୟରେ ରହିଛି । ବରିଷ୍ଠ ପୁଲିସ ଅଧିକାରୀ, ଫୋର୍ସ, ଯବାନ ଏଠାରେ ପହଞ୍ଚି ପ୍ରାକ୍‌ ପ୍ରସ୍ତୁତି (ମକ୍‌ଡ୍ରିଲ୍‌) ଆରମ୍ଭ କରିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ରଥଯାତ୍ରା ପାଇଁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ପୁରୀ ପୌର ସଦନ ସଦନ ପରିସରରେ ରଥଯାତ୍ରା ପାଇଁ ନିୟୋଜିତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା । ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏଥିରେ ଅଧ୍ୟକ୍ଷତା କରି ଉପସ୍ଥିତ ପୁଲିସ ପଦାଧିକାରୀ ଓ କର୍ମଚାରୀଙ୍କୁ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରଥଯାତ୍ରା ଡ୍ୟୁଟି ଭାଗ୍ୟରେ ଥିଲେ ମିଳେ ବୋଲି ଡାକ୍ତର ଶର୍ମା କହିଥିଲେ ।

publive-image

ଗତକାଲିଠାରୁ ସମସ୍ତ ବରିଷ୍ଠ ଆଇପିଏସ୍‌ ଅଫିସରମାନେ ନିଜ ନିଜ ବିଭାଗର ଦାୟିତ୍ଵ ନେଇଛନ୍ତି । ଆଇଜି ଅସିତ ପାଣିଗ୍ରାହୀ ଭିଡ଼ ଶୃଙ୍ଖଳା ଦାୟିତ୍ଵ ନେଇଥିବା ବେଳେ ସଂଜୀବ ପଣ୍ଡା ଟ୍ରାଫିକ୍‌ ଏବଂ ଅମିତାଭ ଠାକୁରଙ୍କୁ କର୍ଡନ ଦାୟିତ୍ଵ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତି, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ସଂଜୀବ ପଣ୍ଡା, ଆଇଜି ଅସିତ ପାଣିଗ୍ରାହୀ, ଆଇଜି ଅମିତାଭ ଠାକୁର, ଏସ୍‌ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂ, ଡାଇରେକ୍ଟର ଇଣ୍ଟେଲିଜେନସ୍‌ ସୁନିଲ ରାୟ, ଡିଆଇଜି ଏସ୍‌ଟିଏଫ ହିମାଂଶୁଲାଲ, କ୍ରାଇମ୍‌ବ୍ରାଞ୍ଚ ଏସପି ରାଜେଶ ପଣ୍ଡିତ୍‌, ଆଇଜି ଇଣ୍ଟେଲିଜେନସ୍‌ ରାମକ୍ରିଷ୍ଣା ଶର୍ମା, ଏଡିଜି ପ୍ରଣବେନ୍ଦୁ ଆଚାର୍ଯ୍ୟ, ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe