କନକ ବ୍ୟୁରୋ : ସାରାଦେଶରେ ୨୧ ଦିନିଆ ତାଲାବନ୍ଦର ଆଜି ପ୍ରଥମ ଦିନ । ଗତକାଲି ମଧ୍ୟରାତ୍ରିରୁ ଓଡିଶାରେ ଏହି କଟକଣାକୁ କଡାକଡି ପାଳନ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ । ତାଲାବନ୍ଦ ସମୟରେ ଘରୁ ପଦାକୁ ନବାହାରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୋର ଧରିଛି ଗାଡିମୋଟର ଚେକିଂ । ରାସ୍ତାରେ ଅନେକ ସ୍ଥାନରେ ବ୍ୟାରିକେଡ୍ ତିଆରି କରିବା ସହ ପୋଲିସ ଲୋକଙ୍କ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।
ଏହା ସହିତ କରୋନା ମୁକାବିଲାରେ ଲୋକଙ୍କୁ ପଦାକୁ ନବାହାରିବାକୁ ଲୋକଙ୍କୁ ସଚେତନ କରୁଛି ପୋଲିସ । ତାଲାବନ୍ଦର ପ୍ରଥମ ଦିନରେ ରାଜଧାନୀ ଭୂବନେଶ୍ୱରରେ ବିଭିନ୍ନ ଛକରେ ଆରମ୍ଭ ହୋଇଛି ଜୋରଦାର ଚେକିଂ । ତାଲାବନ୍ଦ କଟକଣାକୁ ବେଖାତିର କରି ପଦାକୁ ବାହାରିଥିବା ଲୋକଙ୍କୁ ରାସ୍ତାରେ ଅଟକାଇ ପୋଲିସ ପଚରାଉଚରା କରିବା ସହ ଫେରାଇ ଦେଉଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/42-3.jpg)