ବାଲିଆପାଳରେ ପୋଲିସକୁ ବିଚ୍ ରାସ୍ତାରେ ମାଡ : ନାବାଳକ ମୃତ୍ୟୁ ନେଇ ତଦନ୍ତ ପାଇଁ ଆସିଥିବା ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଲୋକେ

ମାଡ଼ ଖାଇଲେ, ବଦଳି ହେଲେ । କାର୍ଯ୍ୟରେ ଅବହେଳା ଯୋଗୁଁ ବଦଳିଲେ ବାଲିଆପାଳ ଥାନା ଆଇଆଇସି,ସେପଟେ ଏଚଆରପିସିକୁ ଗଲା ମାମଲା

କନକ ବ୍ୟୁରୋ : ପୋଲିସକୁ ବିଚ ରାସ୍ତାରେ ମାଡ ।  ବାଲେଶ୍ୱର ବାଲିଆପାଳ ଅଂଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ଉତ୍ୟକ୍ତ ଲୋକେ ପୋଲିସକୁ ଗୋଡାଇ ଗୋଡାଇ  ପିଟିଛନ୍ତି । ଏଥିରେ ବାଲିଆପାଳ ଥାନା ଆଇଆଇସି ଆହତ ହୋଇଛନ୍ତି ।  ପୋଲିସ ବାବୁ ଜଣକ ଲୋକଙ୍କ ଠାରୁ ରକ୍ଷା ପାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ିଥିଲେ ମଧ୍ୟ ଲୋକେ ତାଙ୍କୁ ଛାଡ଼ିନଥିଲେ । ବର୍ଦ୍ଧିରେ ଥିଲେ ମଧ୍ୟ ପୋଲିସ ବାବୁଙ୍କ କଲର ଝିଙ୍କି ସମସ୍ତଙ୍କ ସାମ୍ନାରେ ମାଡ଼ ମାରିଛନ୍ତି ।

publive-image

ଖବର ଅନୁସାରେ, ବସ୍ତା ମୁଖ୍ୟ ରାସ୍ତାର ଇଡକୋ ହସପିଟାଲ ଛକ ନିକଟରେ  ଥିବା ଏକ ଢାବାରୁ ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିଲା ।  ତେବେ ଏହି ନାବାଳକକୁ  ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ।  ଏହାର ପ୍ରତିବାଦରେ  ଉତ୍ୟକ୍ତ ଲୋକେ  ବସ୍ତା ମୁଖ୍ୟ ରାସ୍ତାକୁ  ଅବରୋଧ କରିବା ସହ  ଢାବାରେ ଭଙ୍ଗାରୁଜା କରିଥିଲେ । ଆଉ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ  ଉତ୍ୟକ୍ତ ଲୋକେ ପୋଲିସକୁ ଗୋଡାଇ ଗୋଡାଇ ପିଟିଥିଲେ ।  ଲୋକଙ୍କୁ ବୁଝାସୁଝା କରିବା ସମୟରେ ପୋଲିସ ଉପରେ ହିଁ ବର୍ଷିଥିଲେ ଲୋକେ । ଏଥିରେ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଆହତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe