ତାଲାବନ୍ଦ ପରେ ରାଜଧାନୀରେ ବିଭିନ୍ନ ଛକରେ ଜଗିଛି ପୁଲିସ : ଲୋକଙ୍କୁ ଅଟକାଇ କରୁଛି ସଚେତନ, ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ

362

କନକ ବ୍ୟୁରୋ : ରାଜ୍ୟରେ ତାଲାବନ୍ଦର ଆଜି ଦ୍ୱିତୀୟ ଦିନ । ତାଲାବନ୍ଦ ଘୋଷଣା ପରେ ରାଜଧାନୀର ବିଭିନ୍ନ ଛକରେ ଜଗିଛି ପୋଲିସ୍ । ସମସ୍ତେ ନିମୟ ପାଳନ କରି ନିଜକୁ ବଞ୍ଚାନ୍ତୁ ଲକ୍ଷ୍ୟ ନେଇ ଲୋକଙ୍କୁ ଅଟକାଇ ସଚେତନ କରୁଛି ପୋଲିସ୍ । ଜରୁରୀ କାମ ନଥିଲେ ଘରୁ ନବାରିବାକୁ ମନା କରୁଛନ୍ତି ପୋଲିସ୍ ।

ପୁରୀରେ ମଧ୍ୟ ତାଲାବନ୍ଦ ରହିଛି । ଶ୍ରୀମନ୍ଦିରରେ ଆଜିଠୁ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ଶ୍ରୀମନ୍ଦିର ଭିତରୁ ଆସୁଥିବା ଓ ବାହାରୁ ଯାଉଥିବା ସେବାୟତଙ୍କ ଥର୍ମାଲ ସ୍କ୍ରନିଂ କରାଯାଉଛି । ସେବାୟତଙ୍କ ଛଡା ଅନ୍ୟ କାହାକୁ ମନ୍ଦିର ଭିତରକୁ ପ୍ରବେଶ କରାଯାଉନାହିଁ ।

ଗତକାଲି ପରି ଆଜି ମଧ୍ୟ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହର ରହିବ ତାଲାବନ୍ଦ । ଆସନ୍ତା ୨୯ ତାରିଖ ଯାଏଁ କଟକ, ଖୋର୍ଦ୍ଦା, କେନ୍ଦ୍ରାପଡା, ଗଂଜାମ ଓ ଅନୁଗୁଳ ଜିଲ୍ଲା ତାଲା ବନ୍ଦ ରହିବ । ଏହାସହ ତାଲା ବନ୍ଦ ହୋଇଥିବା ୮ଟି ସହର ହେଉଛି ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଯାଜପୁର ଟାଉନ । ତେବେ ତାଲାବନ୍ଦ ସତ୍ୱେ ହାଟ ବଜାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।

ମାର୍ଚ୍ଚ ୨୯ ତାରିଖ ରାତି ୯ଟା ଯାଏଁ ଏହି କଟକଣା ବଳବତର ରହିବ । ଅର୍ଥାତ ଅତି ଜରୁରୀ ନଥିଲେ କେହି ବାହାରକୁ ବାହାରିବେ ନାହିଁ । ସେହିପରି କରୋନା ଯୁଦ୍ଧ ସହ ସଂପୃକ୍ତି ପ୍ରଶାସନିକ କାର୍ଯ୍ୟାଳୟକୁ ଛାଡିଦେଲେ ଅନ୍ୟ ସମସ୍ତ ଅଫିସ ବନ୍ଦ ରହିଛି । ଆଉ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କରୋନା ମୁକାବିଲା ପାଇଁ ଏପରି କଟକଣାକୁ ଲାଗୁ କରାଯାଇଛି ।