ଫାଇନ ଆଦାୟ ବେଳେ ରାଜଧାନୀରେ ତାତିଲେ ଲୋକେ ! ରାଜମହଲ ଛକରେ ପୋଲିସକୁ ଘେରିଲେ ଉତ୍ୟକ୍ତ ଜନତା, ପୋଲିସ ଗାଡ଼ିରେ କାଗଜପତ୍ର ନଥିବା ଅଭିଯୋଗ

1,363

କନକ ବ୍ୟୁରୋ : ରାଜମହଲ ଛକରେ ଗାଡ଼ି ଯାଞ୍ଚବେଳେ ମୁହାଁମୁହିଁ ହୋଇଛନ୍ତି ଜନତା-ପୁଲିସ।  ରାଜଧାନୀ ଭୁବନେଶ୍ୱରର ରାଜମହଲ ଛକରେ ଫାଇନ୍ ଆଦାୟକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଫଳରେ ରାଜମହଲ ଛକରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି । ଲୋକମାନେ ପୁଲିସ ଆସିଥିବା ପିସିଆର ଭ୍ୟାନ୍‌ର କାଗଜପତ୍ର ଯାଞ୍ଚ କରିବାକୁ ଅଡ଼ି ବସିଛନ୍ତି । ରାଜମହଲ ଛକରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ପୋଲିସ ଭୁଲରେ ଫାଇନ୍ ଆଦାୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ । ଉତ୍ୟକ୍ତ ଲୋକେ ରାଜମହଲ ଛକ ଅବରୋଧ କରିଛନ୍ତି । 

ଫାଇନ୍ ଆଦାୟକୁ ନେଇ ରାଜମହଲ ଛକରେ ଉତ୍ତେଜନା । ରାଜମହଲ ଛକରେ ପୋଲିସ ଗାଡ଼ିକୁ ଘେରିଲେ ଉତ୍ୟକ୍ତ ଜନତା । ପୋଲିସ ଆସିଥିବା ଗାଡ଼ିର କାଜଗପତ୍ର ନଥିବା ଅଭିଯୋଗ କରି ପୋଲିସ ଗାଡ଼ିକୁ ଘେରିଛନ୍ତି ଲୋକେ । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଗୋଟିଏ ପଟେ ପୋଲିସବାବୁ ମାନେ ଲୋକଙ୍କ ଠାରୁ ନିୟମ ଉଲ୍ଲଂଘନ ନେଇ ଜୋରିମାନା ଆଦାୟ କରୁଛନ୍ତି । ହେଲେ ତାଙ୍କ ଗାଡ଼ିରେ କାଗଜପତ୍ର ଠିକ୍ ନାହିଁ । ଲୋକଙ୍କୁ ସଚେତନ କରାଇବା ପୂର୍ବରୁ ପୋଲିସ ବାବୁମାନେ ହିଁ ସଚେତନ ହେବା ଜରୁରୀ ।
ନୂଆ ମୋଟର ଯାନ ନିମୟ ଲାଗୁହେବା ପରଠାରୁ ଅସନ୍ତୁଷ୍ଟ ସାଧାରଣ ଜନତା । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ହଜାର ହଜାର ଟଙ୍କା ଗଣିବାକୁ ପଡ଼ୁଛି । ମାତ୍ର ୬ ଦିନର ନିୟମ ଭିତରେ ଘାଣ୍ଟି ହୋଇଗଲେଣି ଲୋକେ ।  ନୂଆ ମୋଟର ଯାନ ସଂଶୋଧନ ଆଇନ ଲାଗୁହେବା ପରଠାରୁ ଘରୁ ଗାଡ଼ି ବାହାର କରିବା ପାଇଁ ଡରୁଛନ୍ତି ଲୋକେ । ଗାଡ଼ି ବାହାର କଲେ ହଜାର ହଜାର ଟଙ୍କା ଫାଇନ୍ ପଡ଼ୁଛି । ଭିନ୍ନ ଭିନ୍ନ ନିୟମ ଅନୁସାରେ ମୋଟା ଅଙ୍କର ଫାଇନ୍ ଗଣୁଛନ୍ତି ଲୋକେ ।