ଜାତିସଙ୍ଘ ଦେଲା ମୋଦିଙ୍କୁ ସମ୍ମାନ : ପରିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଚାମ୍ପିଅନ୍ସ ଅଫ୍ ଦି ଆର୍ଥ ହେଲେ ପ୍ରଧାନମନ୍ତ୍ରୀ

59

କନକ ବ୍ୟୁରୋ : ଜାତିସଙ୍ଘ ଦେଲା ମୋଦିଙ୍କୁ ସମ୍ମାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଲେ ଚାମ୍ପିଅନ୍ସ ଅଫ୍ ଦ ଆର୍ଥ । ପଲିସି ଲିଡରସିପ୍ କ୍ୟାଟେଗୋରୀରେ ମୋଦିଙ୍କୁ ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ସମ୍ମାନରେ ସମ୍ମାନିତ କରିଛି ମିଳିତ ଜାତିସଙ୍ଘ । ୨୦୨୨ ସୁଦ୍ଧା ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ ରୂପେ ଶେଷ କରିବାକୁ ଶପଥ ନେଇଥିବାରୁ ମୋଦିଙ୍କୁ ଏହି ସମ୍ମାନ ମିଳିଛି । ଏ ନେଇ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଓ ମୋଦିଙ୍କୁ ଶ୍ରେଷ୍ଠ ପରିବେଶ ସମ୍ମାନ ଚାମ୍ପିଅନ୍ସ ଅଫ୍ ଦ ଆର୍ଥରେ ସମ୍ମାନିତ କରିଛି ମିଳିତ ଜାତିସଙ୍ଘ ।

ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନଙ୍କୁ ଇଂଟରନ୍ୟାସନାଲ ସୋଲାର ଆଲାୟନ୍ସ ପାଇଁ ଜାତିସଙ୍ଘ ପକ୍ଷରୁ ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ସମ୍ମାନ ମିଳିବ । ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ମୁତାବକ ସଂଯୁକ୍ତ ରାଷ୍ଟ୍ର

ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କଲା ପରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି । ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଅମିତ୍ । ଏହାସହ ସେ କହିଛନ୍ତି ସଂଯୁକ୍ତର ରାଷ୍ଟ୍ରର ଏହି ସମ୍ମାନ ସେହିମାନଙ୍କୁ ମିଳେ ଯେଉଁମାନେ ପରିବେଶର ପରିବର୍ତ୍ତନ ଆଣିବା ପାଇଁ କିଛି କରିଥାଆନ୍ତି ।